No Result
View All Result
୦୮ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ଗୋପ କଲେଜରେ +୩ ଶ୍ରେଣୀରେ ଚଳିତ ବର୍ଷ ନାମ ଲେଖାଇଥିବା ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଗୋପ କଲେଜର ଅଧ୍ୟକ୍ଷା ଶ୍ରୀମତୀ ପ୍ରିୟମ୍ବଦା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ କଲେଜ ପରିଚାଳନା କମିଟି ସଭାପତି ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ଖଟୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବାଗତ +୩ ଛାତ୍ରଛାତ୍ରୀଙ୍କୁ ଉତ୍ତମ ଚରିତ୍ର ଗଠନ ଓ ଶିକ୍ଷା କ୍ଷେତ୍ରରେ ପାରଦର୍ଶିତା ଅର୍ଜନ ପାଇଁ ନିଜର ବାର୍ତ୍ତା ପ୍ରଦାନ କରିଥିଲେ ।
ଏଥି ସହ କଲେଜର ବରିଷ୍ଠ ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ବିଭୂତି ଭୂଷଣ ସେନାପତି, ଅଧ୍ୟାପିକା ପ୍ରତିମା ଦେଇ, ଜ୍ୟୋତ୍ସ୍ନାରାଣୀ ଦାସ, ଅଧ୍ୟାପକ ମହେନ୍ଦ୍ର କୁମାର ପ୍ରଧାନ ପ୍ରମୁଖ ଛାତ୍ରଛାତ୍ରୀଙ୍କ ଉର୍ଜ୍ଵଳ ଭବିଷ୍ୟତ କାମନା କରିବା ସହ ଆଜିର ଯୁବ ପିଢ଼ି ସୋସିଆଲ ମିଡ଼ିଆରୁ ବାହାରି ସବୁଜ ପରିବେଶ ଓ ନିଜର ସୃଜନଶୀଳ ପ୍ରତିଭାର ବିକାଶ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ।
ଏହି ଅବସରରେ ଗୋପ କଲେଜରେ ନୂଆ କରି ଯୋଗଦେଇଥିବା ଆଇନ ବିଭାଗର ଅଧ୍ୟାପକ ଶ୍ରୀ ସତ୍ୟଜିତ ପଟ୍ଟନାୟକଙ୍କୁ କଲେଜ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ବୈଠକରେ କଲେଜର ସମସ୍ତ ଅଧ୍ୟାପକ – ଅଧ୍ୟାପିକା , ଅଣଶିକ୍ଷକ କର୍ମଚାରୀ ତଥା ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । କଲେଜ ତରଫରୁ ଶ୍ରୀ ସାଗର ଜେନା, ପ୍ରଶାନ୍ତ କୁମାର ସେନାପତି, ସୁମନ୍ତ କୁମାର ମିଶ୍ର, ଶାଶ୍ବତ ରଞ୍ଜନ ପ୍ରଧାନ, ରମେଶ ଚନ୍ଦ୍ର ବେହେରା ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
No Result
View All Result