୦୮ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନିମାପଡ଼ା :-> ବିଜେପିର ସଦସ୍ୟତା ଅଭିଯାନ ୨୦୨୪ କୁ ବ୍ୟାପକ କରିବା ପାଇଁ ଆଜି ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ପୁରୀ ଜିଲ୍ଲା ନିମାପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖେଲାର ବଜାରରେ ଥିବା ପରିବା ହାଟ ଠାରେ ସଦସ୍ୟତା ଅଭିଯାନ ରାଜ୍ୟ ସଭାପତି ମହେଶ୍ୱର ସାହୁଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଯାଇଛି। ବିଜେପି କୃଷକ ମୋର୍ଚ୍ଚା ର ଶତାଧିକ କୃଷକ ମୋର୍ଚ୍ଚା ର କାର୍ଯ୍ୟକର୍ତ୍ତା ଖେଲାର ପରିବା ହାଟରେ ଏକାଠି ହୋଇ ଶୋଭାଯାତ୍ରାରେ ବୁଲିଥିଲେ। ଓଡ଼ିଶାର ବିକାଶ ପାଇଁ ବିଜେପି ରେ ସାମିଲ ହୁଅ ଏବଂ ଚାଷୀ ମାନଙ୍କର ବିକାଶ ପାଇଁ ବିଜେପି ରେ ସାମିଲ ହୁଅ ନାରା ଦେଇ କୃଷକ ମୋର୍ଚ୍ଚା ର କାର୍ଯ୍ୟକର୍ତ୍ତା ମାନେ ସଦସ୍ୟତା ଅଭିଯାନ ଜାରି ରଖିଥିଲେ।
ପରେ ଶେଷରେ ମା ଦୁର୍ଗା ମଣ୍ଡପ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଭାରତବର୍ଷ ର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ୧୦ ବର୍ଷ ଶାସନ କାଳରେ କୃଷକ କଲ୍ୟାଣକାରୀ ଯୋଜନା ଓ ଶହେ ଦିନରେ ଓଡିଶାର ଚାଷୀ ଦରଦୀ ଓଡ଼ିଶା ର ନୂତନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ର କୃଷକ କଲ୍ୟାଣକାରୀ ଯୋଜନା ଉପରେ ରାଜ୍ୟ ସଭାପତି ମହେଶ୍ୱର ସାହୁ ନିଜ ଭାଷଣରେ କହିଥିଲେ। ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ମୋଦି ଏବଂ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ର କୃଷକ କଲ୍ୟାଣକାରୀ ଯୋଜନା ଫଳରେ ଚାଷୀମାନଙ୍କର ଦୁଇ ଗୁଣା ହେବା ସହିତ ଆର୍ଥିକ ସ୍ଥିତି ସୁଧୁରିବ କୃଷକ ମାନଙ୍କୁ ଆହ୍ବାନ ଦେଇଥିଲେ।
















