• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଯେଉଁ ଦଳ ଗୋହତ୍ୟା ବନ୍ଦ କରିବାକୁ ଶପଥ ନେବ, ସେହି ଦଳକୁ ହିନ୍ଦୁ ଭୋଟ ଦିଅ : ଶଙ୍କରାଚାର୍ଯ୍ୟ ଜ୍ୟୋର୍ତିପୀଠ

Proprietor Abhimanyu Maharana by Proprietor Abhimanyu Maharana
October 7, 2024
in ଓଡ଼ିଶା, ଖୋର୍ଦ୍ଧା, ପୁରୀ, ମନୋରଞ୍ଜନ, ମହାନଗର, ହୋମ୍
0
ଯେଉଁ ଦଳ ଗୋହତ୍ୟା ବନ୍ଦ କରିବାକୁ ଶପଥ ନେବ, ସେହି ଦଳକୁ ହିନ୍ଦୁ ଭୋଟ ଦିଅ : ଶଙ୍କରାଚାର୍ଯ୍ୟ ଜ୍ୟୋର୍ତିପୀଠ

Share on FacebookShare on TwitterWhatsapp

୦୬ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର  :->  ଗୋଧ୍ୱଜା ଉତ୍ତୋଳନ ଓ ଗୋମାତାକୁ ରାଷ୍ଟ୍ରମାତା ଭାବେ ଘୋଷଣା କରିବା ପାଇଁ ସାରା ଭାରତବର୍ଷ ପରିକ୍ରମା କରୁଥିବା ହିମାଳୟ ଜ୍ୟୋର୍ତିପୀଠର ପୂଜ୍ୟ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ଶ୍ରୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ ମହାରାଜ, ରବିବାର ଭୁବନେଶ୍ୱରସ୍ଥିତ ରେଳବାଇ ଅଡ଼ିଟୋରିୟମଠାରେ ଗୋଭକ୍ତ, ଗୋସେବକ ଓ ରାଷ୍ଟ୍ରବାଦୀ ହିନ୍ଦୁମାନଙ୍କର ଏକ ବିରାଟ ସମ୍ମିଳନୀରେ ଉଦ୍‌ବୋଧନ ଦେଇ କହିଲେ ଯେ, ଧର୍ମସମ୍ରାଟ କରପତ୍ରୀଜୀ ମହାରାଜ ୧୯୬୬ ମସିହାରେ ଗୋହତ୍ୟା ବିରୁଦ୍ଧରେ ଯେଉଁ ଆନ୍ଦୋଳନର ସୂତ୍ରପାତ କରିଥିଲେ, ମୁଁ କେବଳ ତାହାକୁ କ୍ରିୟାଶୀଳ କରିବା ପାଇଁ ସାରା ଭାରତବର୍ଷର ସମସ୍ତ ପ୍ରଦେଶକୁ ଯାଉଛି । ସବୁଠାରୁ ଭଲକଥା ହେଉଛି, କିଛି ରାଜ୍ୟରେ ମୋତେ ତୀବ୍ର ବିରୋଧ କରାଗଲା ।

ମେଘାଳୟ ରାଜ୍ୟରେ ମୋ ଉଡ଼ାଜାହାଜକୁ ଓହ୍ଲାଇବାକୁ ଦିଆଗଲା ନାହିଁ । ଏହା ମୋ ପାଇଁ, ଗୋମାତାଙ୍କ ପାଇଁ ଆଶୀର୍ବାଦ ହେଲା । ମେଘାଳୟର ତଥା ଭାରତବର୍ଷର ଗଣମାଧ୍ୟମ ପ୍ରତିନିଧିମାନେ ଏହି ଘଟଣାକୁ ଏତେ ବ୍ୟାପକ ଭାବରେ ପ୍ରଚାର କଲେ ଯେ, ଗୋହତ୍ୟା ବିରୁଦ୍ଧରେ ଓ ଗୋମାତାକୁ ରାଷ୍ଟ୍ରମାତା ଘୋଷଣା କରିବା କଥାଟି ସାଧାରଣ ଜନତାଙ୍କ ପାଖରେ ପହଞ୍ôଚଗଲା । ଯେଉଁମାନେ ଗୋମାତା ନାମରେ ୧୦ ବର୍ଷ ଧରି ଶାସନରେ ବସିଛନ୍ତି, ସେମାନେ ଗୋମାତା ପାଇଁ ଆଜିପର୍ଯ୍ୟନ୍ତ କିଛି କଲେ ନାହିଁ । ଏଣୁ ମୁଁ ବାଧ୍ୟ ହୋଇ ଧର୍ମକାର୍ଯ୍ୟ ସହ ଗୋମାତାର ସୁରକ୍ଷା ପାଇଁ ବାହାରିଛି । ସାରା ଭାରତବର୍ଷରେ ମୋତେ ଯେଉଁ ସମର୍ଥନ ମିଳୁଛି, ମୁଁ ଭାରତବର୍ଷର ଜନଗଣଙ୍କ ନିକଟରେ କୃତଜ୍ଞ ।

ଯେଉଁ ଦଳ ଗୋହତ୍ୟା ବନ୍ଦ କରିବାକୁ ଶପଥ ନେବ, ସେହି ଦଳକୁ ହିନ୍ଦୁମାନେ ଭୋଟ ଦିଅନ୍ତୁ । ବିଶେଷଭାବରେ ମହାରାଷ୍ଟ୍ର ସରକାର ଗୋମାତାକୁ ଯେଭଳି ରାଜ୍ୟମାତା ଘୋଷଣା କଲେ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ସେହିଭଳି ଘୋଷଣା କରି ଭାରତବର୍ଷରେ ଉଦାହରଣ ସୃଷ୍ଟି କରନ୍ତୁ । ଏହି କାର୍ଯ୍ୟକ୍ରମରେ ଗୋପୁତ୍ର ସନ୍ଥ ଗୋପାଳମଣିଜୀ ମହାରାଜ ଉଦ୍‌ବୋଧନ ଦେଇ ଗୋମାତାର ମା’ ଡାକ ଯଦି ସମସ୍ତଙ୍କ କାନରେ ପଡୁଛି, ତେବେ ତାର ସୁରକ୍ଷା ପାଇଁ ସଂକଳ୍ପ ନିଅନ୍ତୁ । ନଚେତ ଦିନ ଆସିବ, ଆମେ ଶାରୀରିକ ଓ ମାନସିକ ଭାବେ ଦୁର୍ବଳ ହୋଇଯିବା । ଏହି କାର୍ଯ୍ୟକ୍ରମକୁ ବିଶିଷ୍ଟ ବେଦବିତ୍ ସ୍ୱାଗତ କମିଟିର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ପରିଚାଳନା କରିଥିଲେ । ସଭାମଞ୍ଚରେ ପାଦୁକା ପୂଜା ଡଃ ବଦ୍ରୀନାଥ ପଟ୍ଟନାୟକ ଓ ଡଃ ନିବେଦିତା ପଟ୍ଟନାୟକଙ୍କ ଦ୍ୱାରା ସମାହିତ ହୋଇଥିଲା ।

ଅନ୍ୟମାନଙ୍କ ମଧ୍ୟରେ ଏହି ଯାତ୍ରା କାର୍ଯ୍ୟକ୍ରମର ମୁଖ୍ୟ ସଞ୍ଚାଳକ ଦେବେନ୍ଦ୍ର ପାଣ୍ଡେଜୀ ସ୍ୱାଗତ ଭାଷଣ ଦେଇଥିଲେ ଓ ବ୍ରହ୍ମଚାରୀ ମୁକୁନ୍ଦାନନ୍ଦ ମହାରାଜ ଧନ୍ୟବାଦ ଅର୍ପଣ କରିଥିଲେ । ପଣ୍ଡିତ କାହ୍ନୁଚରଣ ପଣ୍ଡା ଓ ପଣ୍ଡିତ ବିନୋଦ ବିହାରୀ ଦାସ ବୈଦିକ ମଙ୍ଗଳାଚରଣ ପାଠ କରିଥିଲେ । ରାଜ୍ୟ ସଂଯୋଜକ ଚିତ୍‌ ପ୍ରକାଶ ବ୍ରହ୍ମଚାରୀ ପୌରାଣିକ ମଙ୍ଗଳାଚରଣ ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଧାବଲ୍ଲଭ ମଠର ମହନ୍ତ ମହାରାଜ ଶ୍ରୀ ରାମକୃଷ୍ଣ ଦାସ ଗୋହତ୍ୟା ବିରୋଧୀ କାର୍ଯ୍ୟକ୍ରମରେ ଓ ଗୋମାତାକୁ ରାଷ୍ଟ୍ରମାତା ଘୋଷଣା କାର୍ଯ୍ୟକ୍ରମରେ ସେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱାମୀ ଶ୍ରୀ ଜଗତଗୁରୁ ଶଙ୍କରାଚାର୍ଯ୍ୟ, ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ, କଳିଙ୍ଗ ହସ୍ପିଟାଲର ଅଧ୍ୟକ୍ଷ ଡଃ ଶିତିକଣ୍ଠ ଦାସ, ହାଇଟେକ ମେଡ଼ିକାଲ କଲେଜର ଅଧ୍ୟକ୍ଷ ଡଃ ତିରୁପତି ପାଣିଗ୍ରାହୀ, ଡଃ କରୁଣାକର ପ୍ରଧାନ, ଡଃ ମନୋଜ ଲେଙ୍କା, ଡଃ ଲକ୍ଷ୍ମୀନାରାୟଣ ଅଗ୍ରୱାଲ, ଆନନ୍ଦ ଚୈତନ୍ୟ ବ୍ରହ୍ମଚାରୀ, ପ୍ରଫୁଲ୍ଲ ମହାରାଜ, ଚିତ୍ରକୁଟ ଆଶ୍ରମର ନିରଞ୍ଜନ ପାଢୀ ପ୍ରମୁଖଙ୍କୁ ଉତ୍ତରୀୟ, ରୁଦ୍ରାକ୍ଷମାଳା ଓ ଫଳ ପ୍ରସାଦ ପ୍ରଦାନ କରିଥିଲେ ।

କାର୍ଯ୍ୟକ୍ରମରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସଂକୀର୍ତ୍ତନ ମଣ୍ଡଳୀ, ଘଣ୍ଟବାଦ୍ୟ ଦ୍ୱାରା ସ୍ୱାମିଜୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଗୋଭକ୍ତ କମଲ ଅଗ୍ରୱାଲ, କୈଳାସ ମିଶ୍ର, ଶୁଭେନ୍ଦୁ ଦାସ, ମନୋଜ ଦାସ, ପ୍ରଜ୍ଞାରାଜ ପ୍ରଧାନ, ପୁଷ୍ପରାଜ ପ୍ରଧାନ, ବାବା ବିଶ୍ୱନାଥ ଦାସ, ଇଂ ଗୋପୀନାଥ ପଟ୍ଟନାୟକ, ବିଜେଡ଼ିର ନାରାୟଣ ଜେନା, ସଂଗ୍ରାମ ମହାପାତ୍ର, ସୁରେଶ କାଲମାଡ଼ି, ଡଃ ଆଶାମୁକୁଲ ବାରିକ, ଓକିଲ ଶୀଳଭଦ୍ର ଶାସ୍ତ୍ରୀ, ଶାନ୍ତନୁ କୁମାର ସାହୁ, ଗୋଭକ୍ତ ବରୁଣରାଜ ବେହେରା, ଡଃ ନିର୍ମଳା ଦତ୍ତ, ଶ୍ରୀ ଆଲୋକ ପଣ୍ଡା, ଶ୍ରୀ ସ୍ୱାଗତ ରାଉତରାୟ, ଜାନକୀକାନ୍ତ ପଟ୍ଟନାୟକ, ରାମକୃଷ୍ଣ ପରିଡ଼ା, ସସ୍ମିତା ମହାପାତ୍ର, ଶ୍ରୀମତୀ ପ୍ରଭାତୀ ରଥ, ଗୋପାଳକୃଷ୍ଣ ମହାପାତ୍ର ପ୍ରମୁଖ ଦୁଇଶହ ଗୋଭକ୍ତ, ଗୋସେବକଙ୍କୁ ‘ଗୋପ୍ରତିଷ୍ଠା ବୀର’, ସମ୍ମାନ ପତ୍ର, ଉତ୍ତରୀୟ, ରୁଦ୍ରାକ୍ଷମାଳା ଓ ଫଳ ପ୍ରସାଦ ଗୁରୁଜୀ ସ୍ୱହସ୍ତରେ ପ୍ରଦାନ କରିଥିଲେ । 

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0

ଓଡିଶା ଗ୍ରାମୀଣ ବ୍ଯାଙ୍କ ପକ୍ଷରୁ ରକ୍ତଦାନ ଶିବିର…ଏହି ଶିବିର ରେ 15 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି

May 2, 2026
ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

May 1, 2026
ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

May 1, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨-୧ ଗୋଲରେ ଶରଣକୁଳ ଏଫ.ସି ଡିଏଭି ଏଫ.ସି ନୟାଗଡ ଠାରୁ ବିଜୟୀ

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨-୧ ଗୋଲରେ ଶରଣକୁଳ ଏଫ.ସି ଡିଏଭି ଏଫ.ସି ନୟାଗଡ ଠାରୁ ବିଜୟୀ

May 1, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଓଡିଶା ଗ୍ରାମୀଣ ବ୍ଯାଙ୍କ ପକ୍ଷରୁ ରକ୍ତଦାନ ଶିବିର…ଏହି ଶିବିର ରେ 15 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି

May 2, 2026
ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

May 1, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version