No Result
View All Result
୩୦ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ଦୁର୍ଘଟଣାର ହବ୍ ପାଲଟିଥିବା ଖୋର୍ଦ୍ଧା – ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ଦଶପଲ୍ଲା ଠାରୁ ବାଣୀଗୋଛା ମଧ୍ୟରେ ପ୍ରତିଦିନ ଘଟୁଛି ଛୋଟବଡ ଦୁର୍ଘଟଣା । ଆଜି ମଧ୍ୟ ଦଶପଲ୍ଲା ବ୍ଲକ ବାଣୀଗୋଛା ଥାନା ଅନ୍ତର୍ଗତ ଦୁଡୁକିପାଜୁ ଗଡ଼ାଣିରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।
ଆଜି ସନ୍ଧ୍ୟା ପ୍ରାୟ ସାଢେ଼ ସାତଟା ସମୟେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ମହିଳା ଙ୍କ ମୃତ୍ୟୁ ଘଟିଛି । ମହିଳାଙ୍କ ମୁଣ୍ଡ ଉପରେ ଗାଡ଼ିଚକ ଚଢ଼ି ଯାଇଥିବାରୁ ତାଙ୍କୁ ଚିହ୍ନଟ କରାଯାଇ ପାରିନାହିଁ । ସ୍ଥାନୀୟ ଲୋକ ଙ୍କ କହିବା ଅନୁସାରେ ସେ ଜଣେ ମାନସିକ ବିକାର ଗ୍ରସ୍ତ ମହିଳା ଥିଲେ
ଏବଂ ଏହି ଅଞ୍ଚଳରେ ମାଗିଯାଚି ଖାଇ ଜୀବିକା ନିର୍ବାହ କରୁଥିଲେ । ଏହି ଦୁର୍ଘଟଣା ଘଟିବା ପରେ ୫୭ ନଂ ଜାତୀୟ ରାଜପଥରେ କିଛି ସମୟ ପାଇଁ ଗାଡ଼ି ଚଳାଚଳ ବନ୍ଦ ରହିଥିଲା ।ବାଣୀଗୋଛା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ସ୍ବଭାବିକ କରିଥିଲେ ।
No Result
View All Result