No Result
View All Result
୨୯ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :-> ରଣପୁର ବ୍ଲକ୍ ଅନ୍ତର୍ଗତ ନରେନ୍ଦ୍ରପୁର ପଞ୍ଚାୟତସ୍ଥ ବାସୁଦେବ ଦୁର୍ଯ୍ୟୋଧନ ଆଞ୍ଚଳିକ ବିଦ୍ୟାପୀଠରେ ଆଜି ବିଦ୍ୟାଳୟର ଅନ୍ୟତମ ପ୍ରତିଷ୍ଠାତା ତଥା ପ୍ରାକ୍ତନ ସମ୍ପାଦକ ଚକ୍ରଧର ସ୍ବାଇଁଙ୍କର ନବମ ବାର୍ଷିକ ସ୍ମୃତି ସମାରୋହ ମହନ୍ତ ଗୋପାଳ ଚରଣ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ରାଜ୍ୟ ବିଧାନସଭାର ବାଚସ୍ପତି ତଥା ରଣପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ସୁରମା ପାଢ଼ୀ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ସୁସ୍ଥ ସମାଜ ଗଠନରେ ଶିକ୍ଷକମାନଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ ବୋଲି ଅଭିଭାଷଣ ରଖିଥିଲେ ।
ମୁଖ୍ୟବକ୍ତା ଭାବରେ ବାହାଡାଝୋଲା ମହାବିଦ୍ୟାଳୟର ଅର୍ଥନୀତି ଅଧ୍ୟାପକ ସର୍ବେଶ୍ୱର ସାହୁ ଯୋଗଦେଇ ରାମକୃଷ୍ଣ ବିବେକାନନ୍ଦଙ୍କ ଭଳି ଆଦର୍ଶ ଗୁରୁ ଶିଷ୍ୟ ପରମ୍ପରାର ଅବତାରଣା କରିଥିଲେ। ସମ୍ମାନିତ ଅତିଥି ଭାବରେ ଯୁବ ଶିଳ୍ପଦ୍ୟୋଗୀ ରମେଶ ଚନ୍ଦ୍ର ସାହୁ ଓ ପ୍ରଧାନଶିକ୍ଷୟିତ୍ରୀ ସୁଶ୍ରୀ ମଧୁସ୍ମିତା ପୃଷ୍ଟି, ନିରଞ୍ଜନ ପାଇକରାୟ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଗୁରୁଭକ୍ତି, ଅଧ୍ୟବସାୟ ଓ ଉଦ୍ୟମଶୀଳତା ବିଷୟରେ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ୍ ରଘୁନାଥ ଦଳବେହେରା, ଗୋପୀନାଥ ଖାଡ଼ଙ୍ଗା, ପ୍ରସନ୍ନ କୁମାର ଶ୍ରୀଚନ୍ଦନ, ଶ୍ୟାମସୁନ୍ଦର ବିଶ୍ୱାଳ,
ସନ୍ତୋଷ କୁମାର ସାହୁ ପ୍ରମୁଖ ଦିବଂଗତ ଶିକ୍ଷକଙ୍କ ସ୍ମୃତିଚାରଣ ସହିତ ବିଦ୍ୟାର୍ଥୀ ମାନଙ୍କୁ ଉଦବୋଧନ ଦେଇଥିଲେ । ଭକ୍ତବଲ୍ଲଭ ପଟ୍ଟନାୟକ ଓ ଅମ୍ରିତା ସିଂହ ସ୍ମୃତି କବିତା ପାଠ କରିଥିଲେ । ପ୍ରାକ୍ତନ ଛାତ୍ରୀ ମାନସୀ ପୃଷ୍ଟି ଓ ଅଜୟ କୁମାର ପାଳଙ୍କ ସଂଗୀତ ନିର୍ଦ୍ଦେଶନାରେ ଛାତ୍ରୀମାନେ ସ୍ୱାଗତ ଗୀତିକା ପରିବେଷଣ କରିଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକ ମନୋଜ କୁମାର ଗୁମାନସିଂହ ଅତିଥି ପରିଚୟ ସହିତ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ମାଟ୍ରିକ୍ ୨୦୨୪ ପରୀକ୍ଷାର କୃତୀ ଛାତ୍ର ସତ୍ୟବ୍ରତ ପୃଷ୍ଟି ଓ ସତ୍ୟପ୍ରକାଶ ସ୍ୱାଇଁ,
ମେଡିକାଲ ଛାତ୍ର ନିକୁଞ୍ଜ ବିହାରୀ ରାଉତରାୟ, ଆଦର୍ଶ ଶିକ୍ଷୟିତ୍ରୀ ସତ୍ୟଭାମା ବେହେରାଙ୍କୁ ମୁଖ୍ୟଅତିଥି ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ବାଚସ୍ପତି ଶ୍ରୀମତୀ ପାଢ଼ୀଙ୍କୁ ବିଦ୍ୟାଳୟ ତଥା ପଞ୍ଚାୟତବାସୀଙ୍କ ତରଫରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ବିଦ୍ୟାଳୟରେ ଅନୁଷ୍ଠିତ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥିମାନେ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ। ପରିଶେଷରେ ଶିକ୍ଷକ ଶରତ କୁମାର ସାହୁସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l 
No Result
View All Result