No Result
View All Result
୨୯ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :-> ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଥିବା ଜିଲ୍ଲାସ୍ତରୀୟ ସରକାରୀ ମୁଖ୍ୟ ଡାକ୍ତରଖାନା ସମେତ ସମଗ୍ର ଜିଲ୍ଲାରେ ଥିବା ସମସ୍ତ ସରକାରୀ ଡାକ୍ତରଖାନରେ ର୍ନସିଂ ଅଫିସରମାନେ ସମ୍ପୂର୍ଣ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଆଜି ୨ ୟ ଦିନରେ ପହଞ୍ଚିଛି.ଏନେଇ ସମଗ୍ର ଜିଲ୍ଲାରେ ସ୍ୱାସ୍ଥ୍ୟସେବା ବିଶେଷ ଭାବେ ପ୍ରଭାବିତ ହୋଇଛି.
ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ସ୍ତରୀୟ ଡାକ୍ତରଖାନା ପରିସରରେ ଗଜପତି ଜିଲ୍ଲା ର୍ନସିଂ ଅଫିସର ସଂଘର ସଭାନେତ୍ରୀ ଅର୍ଣ୍ଣପୂର୍ଣ୍ଣା ଚାନ୍ଦ, ସନ୍ଧ୍ୟାରାଣୀ ଦେଇ, ଅନିତା ପାତ୍ରଙ୍କ ନେତୃତ୍ୱରେ ସମଗ୍ର ଗଜପତି ଜିଲ୍ଲାର ର୍ନସିଂ ଅଫିସରମାନେ ପାରଳାଖେମୁଣ୍ଡି ପହଞ୍ଚି ଜିଲ୍ଲାସ୍ତରୀୟ ମୁଖ୍ୟ ଡାକ୍ତରଖାନା ପରିସରରେ ଏକତ୍ରିତ ଭାବେ ଧାରଣାରେ ବସିଛନ୍ତି . ସମ୍ପୂର୍ଣ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଚାଲୁ ରହିବ ବୋଲି ଏମାନେ ଜଣାଇଛନ୍ତି .
No Result
View All Result