• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

କେନ୍ଦୁଝର ଜିଲ୍ଳା ପ୍ରଶାସନିକ ସ୍ଥାଣୁତା ଓ ବ୍ୟାପକ ଦୁର୍ନୀତିରେ ଶିକାର ବିତଶାଳୀ ଜିଲ୍ଲାରେ ସାଧାରଣ ଜନତା ଉପେକ୍ଷିତ- ଜୟଦେବ

Proprietor Abhimanyu Maharana by Proprietor Abhimanyu Maharana
September 26, 2024
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ରାଜନୀତି, ହୋମ୍
0
କେନ୍ଦୁଝର ଜିଲ୍ଳା ପ୍ରଶାସନିକ ସ୍ଥାଣୁତା ଓ ବ୍ୟାପକ  ଦୁର୍ନୀତିରେ ଶିକାର  ବିତଶାଳୀ ଜିଲ୍ଲାରେ ସାଧାରଣ ଜନତା ଉପେକ୍ଷିତ- ଜୟଦେବ

Share on FacebookShare on TwitterWhatsapp

୨୫ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :->  କେନ୍ଦୁଝର ଜିଲ୍ଲାର ତେଲକୋଇ ବ୍ଲକ ଅନ୍ତର୍ଗତ ରାଇସୁଆଁ ଗ୍ରାମର ୮୦ ବର୍ଷିଆ ବୃଦ୍ଧା ପଥୁରୀ ଦେହୁରି ନିଜ ଘରଠାରୁ ୨ କି.ମି. ଦୂର ପଂଚାୟତ କାର୍ଯ୍ୟାଳୟକୁ ଗୁରୁଣ୍ଡି ଗୁରୁଣ୍ଡି ବାର୍ଦ୍ଧକ୍ୟ ଭତା ନେବାପାଇଁ ଆସିବା ଘଟଣା ଏବେ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଛି । ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଜୟଦେବ ଜେନା ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ଥାନୀୟ ପ୍ରଶାସନକୁ ନିନ୍ଦା କରିବା ସହ କହିଛନ୍ତି ଯେ ଅର୍କମଣ୍ୟ ଏବଂ ଅତିଶୟ ବୃଦ୍ଧ ବ୍ୟଙ୍କିଙ୍କୁ ତାଙ୍କ ଘରେ ବାର୍ଦ୍ଧକ୍ୟଭତା ଅର୍ଥରାଶୀ ପ୍ରଦାନ କରିବା ପାଇଁ ସରକାରୀ ବ୍ୟବସ୍ଥା ଥିଲେ ମଧ୍ୟ ଏହାକୁ ସ୍ଥାନୀୟ ପ୍ରଶାସନ ମାନୁନାହାନ୍ତି । ଅର୍କମଣ୍ୟଙ୍କୁ ପଂଚାୟତ କାର୍ଯ୍ୟାଳୟ ଆସି ଭତା ନେବାକୁ ବାଧ୍ୟ କରାଯାଉଛି । ଏହି ଘଟଣା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିଜ ଜିଲ୍ଲାରେ ଘଟିବା ଦୁର୍ଭାଗ୍ୟଜନକ ।

ଶ୍ରୀ ଜେନା କହିଛନ୍ତି ଯେ ରତ୍ନଗର୍ଭା କେନ୍ଦୁଝର ଜିଲ୍ଲା ଏକ ବିତଶାଳୀ ଜିଲ୍ଲା ହୋଇପାରେ ମାତ୍ର ଏହାର ଅଧିବାସୀମାନେ ଦୁର୍ଦ୍ଦଶା ଓ ଦୁଃଖରେ କାଳତିପାତ କରୁଛନ୍ତି । ରାଜ୍ୟ ରାଜକୋଷକୁ କେନ୍ଦୁଝର ଜିଲ୍ଲାର ଅବଦାନ ସର୍ବାଧିକ । କେନ୍ଦୁଝର ଜିଲ୍ଲାର ମାଟି, ପାଣି, ପବନ ସବକିଛି ଖଣି ଖନନ ପାଇଁ ପ୍ରଭାବିତ ଏବଂ ଦୂଷିତ । ଖଣି ଖନନ ଯୋଗୁଁ କେନ୍ଦୁଝର ଅଧିବାସୀ ବିଭିନ୍ନ ମାରାତ୍ମକ ରୋଗରେ ପୀଡ଼ିତ । ଏହି ଜିଲ୍ଳାର ୧୩ଟି ବ୍ଲକର ୮୯ ଟି ପଂଚାୟତ ସିଧାସଳଖ ଖଣିଦ୍ୱାରା ପ୍ରଭାବିତ । ଏଠାରେ ଉଲ୍ଲେଖ୍ୟ ଯୋଗ୍ୟ ଯେ ଏହି ଜିଲ୍ଳାରେ ଡିଏମଏଫ ଫଣ୍ଡ ୮୮୪୦ କୋଟିରୁ ଅଧିକ ଅର୍ଥ ସଂଗ୍ରହ ହୋଇପାରିଛି । କେନ୍ଦୁଝର ଜିଲ୍ଲାର ସମୁଦାୟ ୧୮ଲକ୍ଷ ଜନସଂଖ୍ୟାରୁ ୮ଲକ୍ଷ ଆଦିବାସୀ ବର୍ଗର । ନୀତି ଆୟୋଗକଙ୍କ ରିପୋର୍ଟ ଅନୁଯାୟି କେନ୍ଦୁଝର ୪୧.୭୮ ପ୍ରତିଶତ ଲୋକ ଦାରିଦ୍ର‌୍ୟ ସୀମାରେଖା ତଳେ ରହିଛନ୍ତି । କେନ୍ଦୁଝର ୮୦ ପ୍ରତିଶତ ପରିବାର ରାସନ ଚାଉଳ ଉପରେ ନିର୍ଭରଶୀଳ । ଏବେ ପୁଣି ୧୦ ହଜାର ପରିବାର ନୂଆ ରାସନକାର୍ଡ଼ ପାଇଁ ଆବେଦନ କରିଛନ୍ତି ।

ଡିଏମଏଫ ପାଣ୍ଠିରୁ ଏହି ଜିଲ୍ଲାରେ ଉନ୍ନୟନ ପାଇଁ ବର୍ଷକୁ ୫୦୦ କୋଟି ଖର୍ଚ୍ଚ କରାଯାଉଛି । ଗତ ୯ ବର୍ଷରେ ୪୮୮୩ କୋଟି ଟଙ୍କା ଏହି ଜିଲ୍ଲାରେ କାହା ସ୍ୱାର୍ଥରେ ବିନିଯୋଗ ହୋଇଛି ବୋଲି ଶ୍ରୀ ଜେନା ପ୍ରଶ୍ନ କରିଛନ୍ତି । କେନ୍ଦୁଝର ଙଗଈଇଊଉ (ଙୟସଗ୍ଦଷବ ଗସଦ୍ଭବକ୍ସବକ୍ଷ ଇକ୍ସରବଗ୍ଦ ଊରଙ୍ଖରକ୍ଷକ୍ଟକ୍ଟ୍ରଜ୍ଞରଦ୍ଭଗ୍ଧ ଉକ୍ଟକ୍ସକ୍ଟ୍ରକ୍ଟକ୍ସବଗ୍ଧସକ୍ଟଦ୍ଭ) ରୁ ୧୬୦୦ କୋଟି ଟଙ୍କା ଧାର ନେଇ ଅନ୍ୟ କେଉଁଠାରେ ଖର୍ଚ୍ଚ ହୋଇଛି ତାହା ଜିଲ୍ଲାବାସୀ ଜାଣିବା ଦରକାର । ସରକାର ଅନ୍ୟ ଜିଲ୍ଲାରେ ମେଡିକାଲ କଲେଜ ପାଇଁ ଅନୁଦାନ ଦେଉଛନ୍ତି ମାତ୍ର କେନ୍ଦୁଝର ଜିଲ୍ଲାକୁ ଦେଲେ ନାହିଁ । କେନ୍ଦୁଝର ଡିଏମଏଫ ଫଣ୍ଡରୁ ୩୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇ କେନ୍ଦୁଝରରେ ମେଡିକାଲ କଲେଜ କରାଯାଇଛି ।

କେନ୍ଦୁଝର ଜିଲ୍ଳାର ସମସ୍ୟା ପ୍ରତି ସରକାର ଉଦାସୀନ ରହିଆସୁଛନ୍ତି । ୨୦୨୩ ମସିହାରେ ୧ମାସ ସମୟରେ ବାଉଁଶପାଳ ବ୍ଲକ ଅନ୍ତର୍ଗତ ଗୋନାଶିକାର ଜନ୍ତାରୀ ଗ୍ରାମରେ ୧୧ ଜଣ ଜୁଆଙ୍ଗକଙ୍କ ମୃତ୍ୟୁ ହେଲା । ମୃତ୍ୟୁର କାରଣ ଦୂଷିତ ଜଳ ଓ ସ୍ୱାସ୍ଥ୍ୟ ସେବାର ଅଭାବ ।ସେହିପର ସେବା ଅତ୍ୟନ୍ତ ବିପର୍ଯ୍ୟସ୍ତ । ଜିଲ୍ଳାରେ ୨୨୯ ଟି ଡାକ୍ତର ପଦବୀ ମଞ୍ଜୁରପ୍ରାପ୍ତ । ଏବେ ସେଥିମଧ୍ୟରୁ ୮୮ ଟି ପଦବୀ ଖାଲି ପଡ଼ିଛି । ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ମଞ୍ଜୁରପ୍ରାପ୍ତ ୫୨ ଟି ଡାକ୍ତର ପଦବୀରୁ ୨୩ଟି ପଦବୀ ଖାଲି ପଡ଼ିଛି । ଅର୍ଥାତ ଜିଲ୍ଲାର ୧୮ଲକ୍ଷ ଲୋକଙ୍କ ପାଇଁ ମାତ୍ର ୧୪୧ଟି ସରକାରୀ ଡାକ୍ତର ରହିଛନ୍ତି ।

ଶିକ୍ଷା କ୍ଷେତ୍ରରେ ମଧ୍ୟ କେନ୍ଦୁଝର ପଛରେ ରହିଛି । କେନ୍ଦୁଝର ଜିଲ୍ଲାରେ ୧୯ଟି ପ୍ରାଇମେରୀ ସ୍କୁଲରେ ଆଦୌ ଶିକ୍ଷକ ନଥିବା ବେଳେ ୩୮୦ଟି ପ୍ରାଇମେରୀ ସ୍କୁଲରେ ଜଣେ ଲେଖାଏ ଶିକ୍ଷକ ରହିଛନ୍ତି । ସରକାରଙ୍କ ଗାଇଡଲାଇନ ଅନୁଯାୟୀ ୩୦ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ଜଣେ ଶିକ୍ଷକ ରହିବା କଥା । ସେହିପରି କେନ୍ଦୁଝର ସରକାରୀ ଇଂଜିନିୟରିଂ କଲେଜରେ ମଞ୍ଜୁରପ୍ରାପ୍ତ ପଦବୀ ୬୪ ଥିବା ବେଳେ ଏଠାରେ ମାତ୍ର ୨୦ଜଣ ଶିକ୍ଷକ ରହିଛନ୍ତି । ଏବେ ମୁଖ୍ୟମନ୍ତ୍ରୀ କେନ୍ଦୁଝର ଯାଇ ସୁନାର କେନ୍ଦୁଝର କରିବା ପାଇଁ ବୃହତ ଶିଳ୍ପର ସ୍ୱପ୍ନ ଦେଖାଇ ଆସିଲେ । ସ୍ୱପ୍ନରେ ବାସ୍ତବତା କେତେ ତାହା ସମୟ କହିବ । ଏଠାରେ ଉଲ୍ଲେଖ ଯୋଗ୍ୟ କେନ୍ଦୁଝରର ଚମ୍ପୁଆ ନିର୍ବାଚନ ମଣ୍ଡଳୀର କାନପୁର ବୃହତ ଜଳସେଚନ ପ୍ରକଳ୍ପର ପୂର୍ଣ୍ଣାଙ୍ଗ ପାଇଁ ଏହି ଯୋଜନାରେ ଟଙ୍କାଟିଏ ଅନୁଦାନ ରହିଲା ନାହିଁ । ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ପୂର୍ବତନ ମୁଖପାତ୍ର ପ୍ରଶାନ୍ତ ଶତପଥି ଉପସ୍ଥିତ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବୁଦ୍ଧ ଆମ୍ବେଦକର ମିଶନ ପକ୍ଷରୁ ପବିତ୍ର ବୁଦ୍ଧ ଜୟନ୍ତୀ ଉତ୍ସବ ପାଳିତ

ବୁଦ୍ଧ ଆମ୍ବେଦକର ମିଶନ ପକ୍ଷରୁ ପବିତ୍ର ବୁଦ୍ଧ ଜୟନ୍ତୀ ଉତ୍ସବ ପାଳିତ

May 2, 2026
କାଳବୈଶାଖୀର କରାଳ ରୂପ : ପ୍ରବଳ ଝଡ଼ ତୋଫାନ ସହ ବର୍ଷା : ବିଦ୍ୟୁତ ସେବା ବିଛିନ୍ନ – ବ୍ୟାପକ କ୍ଷୟକ୍ଷତି

କାଳବୈଶାଖୀର କରାଳ ରୂପ : ପ୍ରବଳ ଝଡ଼ ତୋଫାନ ସହ ବର୍ଷା : ବିଦ୍ୟୁତ ସେବା ବିଛିନ୍ନ – ବ୍ୟାପକ କ୍ଷୟକ୍ଷତି

May 2, 2026
ନୟାଗଡ, ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୬

ନୟାଗଡ, ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୬

May 2, 2026
ଓଡିଶା ଗ୍ରାମୀଣ ବ୍ଯାଙ୍କ ପକ୍ଷରୁ ରକ୍ତଦାନ ଶିବିର…ଏହି ଶିବିର ରେ 15 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି

ଓଡିଶା ଗ୍ରାମୀଣ ବ୍ଯାଙ୍କ ପକ୍ଷରୁ ରକ୍ତଦାନ ଶିବିର…ଏହି ଶିବିର ରେ 15 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି

May 2, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବୁଦ୍ଧ ଆମ୍ବେଦକର ମିଶନ ପକ୍ଷରୁ ପବିତ୍ର ବୁଦ୍ଧ ଜୟନ୍ତୀ ଉତ୍ସବ ପାଳିତ

ବୁଦ୍ଧ ଆମ୍ବେଦକର ମିଶନ ପକ୍ଷରୁ ପବିତ୍ର ବୁଦ୍ଧ ଜୟନ୍ତୀ ଉତ୍ସବ ପାଳିତ

May 2, 2026
କାଳବୈଶାଖୀର କରାଳ ରୂପ : ପ୍ରବଳ ଝଡ଼ ତୋଫାନ ସହ ବର୍ଷା : ବିଦ୍ୟୁତ ସେବା ବିଛିନ୍ନ – ବ୍ୟାପକ କ୍ଷୟକ୍ଷତି

କାଳବୈଶାଖୀର କରାଳ ରୂପ : ପ୍ରବଳ ଝଡ଼ ତୋଫାନ ସହ ବର୍ଷା : ବିଦ୍ୟୁତ ସେବା ବିଛିନ୍ନ – ବ୍ୟାପକ କ୍ଷୟକ୍ଷତି

May 2, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version