No Result
View All Result
୨୫ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ :-> ସ୍ଥାନୀୟ ଓଏସଏପି ସପ୍ତମ ବାଟାଲିୟନ ଖେଳ ପଡିଆରେ ଆୟୋଜିତ କନିଷ୍ଠ ହ୍ୟାଣ୍ଡବଲ ପ୍ରତିଯୋଗିତାରେ ଖୋର୍ଦ୍ଧାର ଉଭୟ ବାଳକ ଓ ବାଳିକା ବର୍ଗରେ ବିଜେତା ହୋଇ ଦ୍ବିମୁକୁଟ ଲାଭ କରିଛି l ଏହି ସଫଳତା ଲାଗି ରାଜ୍ୟ ହ୍ୟାଣ୍ଡ ବଲ ସଙ୍ଘ ସମ୍ପାଦକ ବୀରେନ୍ଦ୍ର କୁମାର ବେହେରା, ସଂଗଠନ ସମ୍ପାଦକ ଯଶୋବନ୍ତ ପରମଗୁରୁ ଏବଂ ବୋଲଗଡର କ୍ରୀଡା ଶିକ୍ଷକ ଏବଂ କର୍ମକର୍ତ୍ତା ମନୋଜ କୁମାର ନିଶଙ୍କ ଖୋର୍ଦ୍ଧାର ଖେଳାଳୀଙ୍କୁ ଶୁଭକାମନା ଜଣାଇଛନ୍ତି l
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଭୁବନେଶ୍ୱର ଡିସିପି ସୁଧାକର ମିଶ୍ର ,ମୁଖ୍ୟବକ୍ତା ଭାବରେ ଆଡିସନାଲ ଡିସିପି ସିପି ଆଦିତ କୁମାର ପ୍ରଧାନ ଓ ସଂମ୍ମାନିତ ଅତିଥିଭାବେ ଓଏସଏପି ସପ୍ତମ ବାଟାଲିୟନ ହାଇସ୍କୁଲର ପ୍ରଧାନ ଶିକ୍ଷକ ବୈଦ୍ୟନାଥ ନାୟକ ଯୋଗଦେଇ ପାଞ୍ଚଜଣ ପ୍ରତିଭାବାନ ବ୍ୟକ୍ତିତ୍ୱମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ l
ପ୍ରମୋଦ କୁମାର ରାଉତ ବେଷ୍ଟ କ୍ରୀଡା ଶିକ୍ଷକ ଭାବେ, ବିନୋଦ କୁମାର ବଳ ବେଷ୍ଟ ସମାଜ ସେବୀ ଭାବେ, ଅର୍ଣ୍ଣବ ସିଂହ୍ନା ରେଫରି ବୋଡ଼ ଚେୟାରମ୍ୟାନ, ପାର୍ଥ ସାହୁ କ୍ରୀଡା ଶିକ୍ଷକ ଭାବେ, ପ୍ରଭାତ କୁମାର ଦଳେଇ ଓଡିଶା ପୋଲିସ କୋଚ ଭାବେ ମୁଖ୍ୟ ଅତିଥି ସୁଧାକର ମିଶ୍ର ଏବଂ ମୁଖ୍ୟ ବକ୍ତା ଆଦିତ କୁମାର ପ୍ରଧାନ ଏହି ପ୍ରତିଭାବାନମାନଙ୍କୁ ଉତ୍ତରୀୟ, ଫୁଲତୋଡ଼ା ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ l ପରିଶେଷରେ ସାଙ୍ଗଠନିକ ସଭାପତି ଗୋପୀନାଥ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
No Result
View All Result