No Result
View All Result
୨୪ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ :-> “ବୃକ୍ଷ ହିଁ ଜୀବନ ” ବୃକ୍ଷ ବିନା ପ୍ରାଣୀଜଗତ ସ୍ଥିତି ଅସମ୍ଭବ l ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲା ମିଡିଆ ଫୋରମ ପକ୍ଷରୁ ସଭାପତି ସୂର୍ଯ୍ୟ ନାରାୟଣ ବେହେରାଙ୍କ ନେତୃତ୍ବରେ ଫୁଲବାଣୀ ସହର ର ମାଡିକୁନ୍ଦା ଛକ ଓ ପିଅନ ପଡ଼ା ୧୨ ନଂ ୱାର୍ଡ ର ନଦୀ ପଠା ଠାରେ ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା l 
ଏହି ମହତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଫୁଲବାଣୀ ବନଖଣ୍ଡ ଅଧିକାରୀ ପ୍ରଶାନ୍ତ କୁମାର ପଟେଲ ଯୋଗ ଦେଇ ମାଦିକୁନ୍ଦା ଛକ ଏବଂ ୧୨ ନମ୍ବର ୱାର୍ଡର (ପିଅନ ପଡ଼ା )ନଦୀ କୂଳରେ ଥିବା ପଠା ଉପରେ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରିଥିଲେ l ” ବୃକ୍ଷ ବିନା ପ୍ରାଣୀଜଗତ” ସ୍ଥିତି ଅସମ୍ଭବ, ବୃକ୍ଷ ଟିଏ ଲଗାଇଲେ ସେ ମାନବ ସମାଜର ବହୁତ ଉପକାର କରିଥାଏ,ଏଣୁ ପ୍ରତ୍ୟେକ ମନୁଷ୍ୟ ପ୍ରତି ବର୍ଷ ଗୋଟିଏ ଗୋଟିଏ ବୃକ୍ଷ ଲଗାଇବାକୁ ପରାମର୍ଶ ଦେଇଥିଲେ l
ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜନ କରି ସମାଜରେ ସଚେତନତା ବାର୍ତ୍ତା ସୃଷ୍ଟି କରିଥିବା ରୁ ମିଡ଼ିଆ ଫିରୋମର ସମସ୍ତ କର୍ମକର୍ତା ଙ୍କୁଧନ୍ୟବାଦ ଜଣେଇ ଥିଲେ l ସଂମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନା ଯୋଗ ଦେଇ ଆଜିର କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ l ସେହିପରି ଅନ୍ୟତମ ଅତିଥି ଭାବେ ଫୁଲବାଣୀ ପୌରପରିଷଦ ଅଧ୍ୟକ୍ଷା ପାୟଲ ବେହେରା ଓ ଫୁଲବାଣୀ ରେଞ୍ଜ ବନଖଣ୍ଡ ଅଧିକାରୀ ଶିବାନନ୍ଦ ଲେଙ୍କା ଯୋଗଦେଇ ବାର ନମ୍ବର ୱାର୍ଡରେ ବୃକ୍ଷରୋପଣ କାର୍ଯ୍ଯକ୍ରମ ରେ ଉପସ୍ଥିତ ରହି ବୃକ୍ଷ ରୋପଣ କରିବା ସହ ବୃକ୍ଷକୁ କିପରି ବଞ୍ଚେଇ ରଖିବା ସେ ଉପରେ ଉପସ୍ଥିତ ୱାର୍ଡବାସୀଙ୍କୁ ପରାମର୍ଶ ଦେଇଥିଲେ l
ଅନ୍ୟ ମାନଙ୍କ୍ ମଧ୍ୟରେ ବରିଷ୍ଠ ସାମ୍ବାଦିକ, ଅଜିତ ମହାରଣା ଶିବାନନ୍ଦ ପଟ୍ଟନାୟକ, ସୁନୀଲ କୁମାର ବିଶ୍ବାଳ, ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ରଖିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ମିଡିଆ ଫୋରମର ସମ୍ପାଦକ ଶିବ ବିଶ୍ଵାଳ, ସାମ୍ବାଦିକ ତଥା ଆଇନଜିବୀ ଆଦିତ୍ୟ ପ୍ରସାଦ ତ୍ରିପାଠୀ, ଉପସଭାପତି, ରମେଶ ଚନ୍ଦ୍ର ପ୍ରଧାନ, କୋଷାଧ୍ଯକ୍ଷ ପ୍ରଶାନ୍ତ ପଣ୍ଡା,ଶିବ ରାମ ନାୟକ, ପ୍ରଶାନ୍ତ କୁମାର ଜେନା,ସନ୍ତୋଷ କୁମାର ବେହେରା,ରଞ୍ଜିତ କୁମାର ଦିଗାଲ , କାହ୍ନା ପଟ୍ଟନାୟକ, ବନ କର୍ମଚାରୀ ପ୍ରେମାନନ୍ଦ ପାତ୍ରଙ୍କ ସମେତ ବହୁ ବନ କର୍ମଚାରୀ ଉପସ୍ଥିତ ଥିଲେ l

No Result
View All Result