No Result
View All Result
୨୪ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> ଗଣେଷ ପୂଜା ଠାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି । ଏଥିପାଇଁ ସମଗ୍ର କନ୍ଧମାଳ ଜିଲା ଧୀରେ ଧୀରେ ଉତ୍ସବ ମୁଖର ହେବାରେ ଲାଗିଛି । ଦଶହରା ଓ ଲକ୍ଷ୍ମୀପୂଜା ନିମନ୍ତେ ବିଭିନ୍ନ ସ୍ଥାନରେ ଶୁଭଖୁଣ୍ଟି ସ୍ଥାପନ କରି ପ୍ରସ୍ତୁତି ଆରମ୍ଭ ହୋଇଛି । ଏ ନେଇ ମଙ୍ଗଳବାର ଦିନ ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ପଞ୍ଚାୟତ ତୁଡୁକିବାଡି ଗ୍ରାମରେ ଦ୍ୱିତୀୟ ବର୍ଷ ଲକ୍ଷ୍ମୀପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି l
ଏଥିପାଇଁ ଗ୍ରାମ ଦେବତା ମା’ ପଟ୍ଟାଖଣ୍ଡାଙ୍କ ସମେତ ସମସ୍ତ ଦେବୀଦେବତାଙ୍କୁ ପୂଜାର୍ଚ୍ଚନା କରାଯାଇ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି । ପ୍ରଭଞ୍ଜନ ନାୟକଙ୍କ ଆବାହନ କ୍ରମେ କମିଟିର ସଭାପତି ଝପର ନାୟକ, ମ୍ୟାନେଜର ବରୁଣ ଦଳବେହେରା, ମହେଶ୍ୱର ମଲିକ,
ଅସିତ ମଲିକ, ଅନିଲ ମଲିକ,ଅଜୟ ମଲିକ, ସୁନୀଲ ପ୍ରଧାନ, ଶକ୍ତି ମଲିକ, ଶଙ୍କର ମାଳ ବିଶୋଇ, ସିଲନ ଦଳବେହେରା, ବରନିଧି ମଲିକ, ମୁନା ନାୟକ,ଗୋବିନ୍ଦ ଦିଗାଲଙ୍କ ସମେତ ଗ୍ରାମର ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ମାନେ ଉପସ୍ଥିତ ରହି ଯଥାରିତି ନୀତି ଅନୁଯାଇ ପୂଜାର୍ଚ୍ଚନା କରାଯାଇ ପରିଚାଳନାରେ ସହଯୋଗ କରିଥିଲେ ।
No Result
View All Result