• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଭରତପୁର ଥାନା ଘଟଣା ଚାପରେ ମୁଣ୍ଡ ନୁଆଇଁ ରାଜ୍ୟ ସରକାର ବିଚାର ବିଭାଗୀୟ ତଦନ୍ତ ନିର୍ଦେଶ ଦେଲେ : ବିଜେଡି

Proprietor Abhimanyu Maharana by Proprietor Abhimanyu Maharana
September 23, 2024
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ରାଜନୀତି, ହୋମ୍
0
ଭରତପୁର ଥାନା ଘଟଣା ଚାପରେ ମୁଣ୍ଡ ନୁଆଇଁ ରାଜ୍ୟ ସରକାର ବିଚାର ବିଭାଗୀୟ ତଦନ୍ତ ନିର୍ଦେଶ ଦେଲେ : ବିଜେଡି
Share on FacebookShare on TwitterWhatsapp

 ବିଜେଡିର ୨୪ ତାରିଖରେ ହେବାକୁ ଥିବା ୬ ଘଣ୍ଟିଆ ଭୁବନେଶ୍ୱର ହରତାଳ ପ୍ରତ୍ୟାହାର

 ଦାୟିତ୍ୱସମ୍ପନ୍ନ ଦଳ ଭାବେ ଜନ ସାଧାରଣଙ୍କୁ ଅସୁବିଧାରେ ପକାଇବା ଚାହୁଁନାହୁଁ

 ପୀଡ଼ିତାଙ୍କୁ ନ୍ୟାୟ ନ ମିଳିଲେ ପୁଣି ଆନ୍ଦୋଳନ

୨୩ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଭରତପୁର ଠାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଦିଆଯାଇଥିବା ଅକଥନୀୟ ଓ ଅମାନବୀୟ ଅତ୍ୟାଚାର ଘଟଣାରେ ବିଜୁ ଜନତା ଦଳ ତରଫରୁ ଦିଆଯାଇଥିବା ୬ ଘଣ୍ଟିଆ ଭୁବନେଶ୍ୱର ହରତାଳ ଡାକରାକୁ ବିଜୁ ଜନତା ଦଳ ସାମୟିକ ଭାବେ ପ୍ରତ୍ୟାହାର କରିଛି ବୋଲି ଆଜି ଶଙ୍ଖ ଭବନ ଠାରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତୃମଣ୍ଡଳୀ ପ୍ରକାଶ କରିଛନ୍ତି । ଦଳର ସମନ୍ୱୟ କମିଟିର ଅଧ୍ୟକ୍ଷ ଶ୍ରୀ ଦେବୀ ପ୍ରସାଦ ମିଶ୍ର କହିଥିଲେ, ଏହି ଘଟଣାରେ ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଉଚ୍ଚ ନ୍ୟାୟାଳୟର ତତ୍ତ୍ୱାବଧାନରେ ବିଚାର ବିଭାଗୀୟ ତଦନ୍ତ ଦାବି କରିଥିଲେ ।

ଏହି ଲଜ୍ଜାଜନକ ଘଟଣାର ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ବିଜୁ ଜନତା ଦଳ ହରତାଳର ଡାକରା ଦେଇଥିଲା । ଯେହେତୁ ସରକାର ଗତକାଲି ବିଳମ୍ୱିତ ରାତିରେ ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇସାରିଛନ୍ତି, ଆମ ତରଫରୁ ଦିଆଯାଇଥିବା ୬ ଘଣ୍ଟିଆ ଭୁବନେଶ୍ୱର ହରତାଳ ଡାକରାକୁ ଆମେ ସାମୟିକ ଭାବେ ପ୍ରତ୍ୟାହାର କରୁଛୁ । ବିଜୁ ଜନତା ଦଳ ଗୋଟିଏ ଦାୟିତ୍ୱସମ୍ପନ୍ନ ରାଜନୈତିକ ଦଳ ଏବଂ ନିହାତି ଆବଶ୍ୟକ ନ ହେଲେ ଆମେ ହରତାଳ କରି ଜନ ସାଧାରଣଙ୍କୁ ହଇରାଣ କରିବାକୁ ଉଚିତ ମନେ କରୁନାହୁଁ । ଶ୍ରୀ ଅରୁଣ ସାହୁ କହିଥିଲେ, ଏହି ଲଜ୍ଜାଜନକ ଘଟଣା ସେପ୍ଟେମ୍ୱର ୧୪ ତାରିଖରେ ଘଟିଥିଲେ ହେଁ ୧୮ ତାରିଖରେ ଉଚ୍ଚ ନ୍ୟାୟାଳୟ ମେଜରଙ୍କ ବାନ୍ଧବୀଙ୍କୁ ଜାମିନ ପ୍ରଦାନ କରିବା ପରେ ଲୋକଲୋଚନକୁ ଆସିଥିଲା ।

୧୭ ତାରିଖରେ ଭୁବନେଶ୍ୱରର ଜଣେ ଉଚ୍ଚ ପଦସ୍ତ ପୋଲିସ ଅଧିକାରୀ ଗଣମାଧ୍ୟମରେ ଭରତପୁର ଥାନା ଘଟଣାରେ ପୋଲିସ ସପକ୍ଷରେ ଯୁକ୍ତି ବାଢିଥିଲେ । ୧୮ ତାରିଖରେ ଘଟଣା ଲୋକଲୋଚକୁ ଆସିବା ପରେ ସରକାର ସେହି ଥାନାର ପାଞ୍ଚ ଜଣ ପୋଲିସ ଅଧିକାରୀଙ୍କୁ ନିଲମ୍ୱିତ କରିଥିଲେ ଯାହାର ଅର୍ଥ ହେଉଛି ଏହି ଘଟଣାରେ ପୋଲିସର ଭୂମିକା ସନ୍ଦେହ ଘେରରେ ଥିଲା । ଏହି ସମ୍ୱେଦନଶୀଳ ଘଟଣାରେ ବିଜୁ ଜନତା ଦଳର ସଭାପତି ତଥା ବିରୋଧୀ ଦଳର ନେତା ଶ୍ରୀ ନବୀନ ପଟ୍ଟନାୟକ ବିଚାର ବିଭଗୀୟ ତଦନ୍ତ ଓ ଏସଆଇଟି ଗଠନର ଦୃଢ଼ ଦାବି କରିଥିଲେ । ବିଜୁ ମହିଳା ଜନତା ଦଳ ରାଜଭବନ ସମ୍ମୁଖରେ ଏକ ଗଣଧାରଣା ଦେବା ସହ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ ।

ଏହି ଘଟଣାରେ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ କରିବାରେ ସରକାରଙ୍କ ଟାଳଟୁଳ ନୀତି ଯୋଗୁଁ ବିଜୁ ଜନତା ଦଳ ପକ୍ଷରୁ ୬ ଘଣ୍ଟିଆ ଭୁବନେଶ୍ୱର ହରତାଳ ଡାକରା ଦିଆଯାଇଥିଲା । ଏହି ଘଟଣାରେ ରାଜ୍ୟ ତଥା ଦେଶର ବିଭିନ୍ନ ବର୍ଗରୁ ତୀବ୍ର ପ୍ରତିକ୍ରିୟା ପାଇଥିବା ବେଳେ ରାଜ୍ୟ ସରକାରଙ୍କ ଟାଳଟୁଳ ନୀତି ଯୋଗୁଁ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ସରକାର ଚାପରେ ବଶବର୍ତ୍ତୀ ହୋଇଥିଲେ ଏବଂ ଶେଷରେ ଚାପ ଆଗରେ ମୁଣ୍ଡ ନୁଆଇଁ ବିଚାର ବିଭାଗୀୟ ତଦନ୍ତର ନିର୍ଦେଶ ଦେଇଛନ୍ତି ବୋଲି ଶ୍ରୀ ସାହୁ କହିଥିଲେ ।

ସରକାର ଆମ ଦାବି ମାନି ନେଇଥିବାରୁ ଆମେ ହରତାଳ ଡାକରାକୁ ସାମୟିକ ଭାବେ ପ୍ରତ୍ୟାହାର କରୁଛୁ । କିନ୍ତୁ ଆମେ ଘଟଣା ଉପରେ ତୀକ୍ଷ୍‌ଣ ନଜର ରଖିଛୁ ଓ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନରେ ଅବହେଳା ହେଲେ ଆମେ ପୁଣି ସ୍ୱର ଉତ୍ତୋଳନ କରିବୁ ବୋଲି ଶ୍ରୀ ସାହୁ କହିଥିଲେ । ଏହି ସାମ୍ୱାଦିକ ସମ୍ମିଳନୀରେ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ, ପୂର୍ବତନ ମନ୍ତ୍ରୀ ଶ୍ରୀ ଅଶୋକ ପଣ୍ଡା ଓ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଶ୍ରୀ ମନ୍ମଥ ରାଉତରାୟ ଉପସ୍ଥିତ ରହି ନିଜର ମତ ରଖିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
OPPO Celebrates a 10 of F Series in India with the Launch of F35 Series, Bringing the Group Selfie Expert  to a New Generation

ଏଫ୍୩୫ ସିରିଜ୍ ବଜାର ପ୍ରବେଶ ସହିତ ଭାରତରେ ଏଫ୍ ସିରିଜର ୧୦ ବର୍ଷ ପୂର୍ତ୍ତି ପାଳନ କଲା ଓପୋ

October 7, 2026

7th Odisha Travel Bazaar Concludes Successfully, Marking a  New Chapter in Odisha’s Tourism Journey

୭ମ ଓଡ଼ିଶା ଟ୍ରାଭେଲ ବଜାର ସଫଳତାର ସହ ଉଦ୍‌ଯାପିତ : ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ରରେ ଯୋଡ଼ିହେଲା ନୂଆ ଅଧ୍ୟାୟ

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

OPPO Celebrates a 10 of F Series in India with the Launch of F35 Series, Bringing the Group Selfie Expert  to a New Generation

ଏଫ୍୩୫ ସିରିଜ୍ ବଜାର ପ୍ରବେଶ ସହିତ ଭାରତରେ ଏଫ୍ ସିରିଜର ୧୦ ବର୍ଷ ପୂର୍ତ୍ତି ପାଳନ କଲା ଓପୋ

October 7, 2026
OPPO Celebrates a 10 of F Series in India with the Launch of F35 Series, Bringing the Group Selfie Expert  to a New Generation

OPPO Celebrates a 10 of F Series in India with the Launch of F35 Series, Bringing the Group Selfie Expert to a New Generation

October 7, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version