No Result
View All Result
୨୨ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ଦଶପଲ୍ଲା ର ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଓ ଘରୋଇ କାର୍ଯ୍ୟରେ ଲୁଚା ଚୋରାରେ ନିୟୋଜିତ ହେଉଛନ୍ତି ଶିଶୁ ଶ୍ରମିକ । ଏପରିକି, ବିଭିନ୍ନ ବିପଦପୂର୍ଣ୍ଣ ନିର୍ମାଣ କାର୍ଯ୍ୟରେ ମଧ୍ୟ ଶିଶୁ ଶ୍ରମିକ ନିୟୋଜିତ ହେବାର ଦେଖିବାକୁ ମିଳୁଛି । ଗତକାଲି, ଏହାର ପର୍ଦ୍ଦାଫାସ୍ ହୋଇଛି । ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଜଗାପୁର୍ ରୋଡ ସନ୍ନିକଟ ରୋୟାଲ ହୋଟେଲରୁ ଦଶପଲ୍ଲା ପୋଲିସ ଓ ଜିଲ୍ଲା ଶିଶୁ ସୁରକ୍ଷା କମ୍ୟୁନିଟି କୋର୍ଡିନେଟର ମିଳିତ ଭାବେ ଚଢ଼ାଉ କରି ସେଠାରେ ଶିଶୁ । ଶ୍ରମିକ ଭାବେ ନିୟୋଜିତ ଜନୈକ ୧୩ ବର୍ଷର ନାବାଳକକୁ ଉଦ୍ଧାର କରିଛନ୍ତି ।
ଉଦ୍ଧାର।ନାବାଳକକୁ ଜିଲ୍ଲା ଶିଶୁ ମଙ୍ଗଳ ସମିତିରେ ହାଜର କରାଯିବା ପରେ ଶିଶୁ ଗୃହରେ । ରଖାଯାଇଥିବା ଜଣାପଡିଛି । କମ୍ୟୁନିଟି କୋର୍ଡିନେଟର ସୁଜାତା ବେହେରା ପ୍ରମୁଖ ହୋଟେଲରୁ ଶିଶୁ ଶ୍ରମିକକୁ ଉଦ୍ଧାର କରିଥିଲେ । ସୂଚନାଯୋଗ୍ୟ ଯେ, ରାଜ୍ୟରେ ଡ୍ରପ୍ ଆଉଟ ସଂଖ୍ୟା କମାଇବା ପାଇଁ ବହୁବିଧ କାର୍ଯ୍ୟକ୍ରମ । ଜାରି ରହିଥିବା ବେଳେ ଏପରିକି ଅଧାରୁ ପାଠ ।
ପଢା ଛାଡୁଥିବା ପିଲାମାନଙ୍କୁ ଶିକ୍ଷାର ମୁଖ୍ୟ।ସ୍ରୋତକୁ ଫେରାଇ ଆଣିବା ପାଇଁ ସରକାରୀ ପ୍ରଚେଷ୍ଟା ଓ ଯୋଜନା ସତ୍ତ୍ବେ ଅନେକ ନାବାଳକ ଅଧାରୁ ପାଠ ଛାଡିଦେଇ ଏଭଳି କାର୍ଯ୍ୟରେ ନିୟୋଜିତ ହେଉଥିବାରୁ ନିୟମିତ ଏହିପରି । ଚଢାଉ ପାଇଁ ସାଧାରଣରେ ଦାବୀ ହେଉଛି । ଏଥିପାଇଁ ଜିଲ୍ଲାରେ ସ୍ପେଶାଲ୍ ଡ୍ରାଇଭ୍ ନେଇ ମଧ୍ୟ ବିଭିନ୍ନ ମହଲରୁ ମତପ୍ରକାଶ ପାଉଛି ।
No Result
View All Result