• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସୁଭଦ୍ରା ଯୋଜନା ଓଡିଶାର ମା ଓ ଭଉଣୀ ମାନଙ୍କୁ ସଶକ୍ତ କରୁ ଏହାହିଁ ମୋର ମା ସୁଭଦ୍ରାଙ୍କ ନିକଟରେ ପ୍ରାର୍ଥନା – ପ୍ରଧାନମନ୍ତ୍ରୀ

Proprietor Abhimanyu Maharana by Proprietor Abhimanyu Maharana
September 18, 2024
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ସୁଭଦ୍ରା ଯୋଜନା ଓଡିଶାର ମା ଓ ଭଉଣୀ ମାନଙ୍କୁ ସଶକ୍ତ କରୁ ଏହାହିଁ ମୋର ମା ସୁଭଦ୍ରାଙ୍କ ନିକଟରେ ପ୍ରାର୍ଥନା – ପ୍ରଧାନମନ୍ତ୍ରୀ
Share on FacebookShare on TwitterWhatsapp

୧୮ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ବର :-> ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବହୁ ଆକାଂକ୍ଷିତ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି। ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଭୁବନେଶ୍ୱରରେ ପହଞ୍ଚି ଜନତା ମୈଦାନରେ ଏହି ଯୋଜନାର ଶୁଭାରମ୍ଭ କରି କହିଛନ୍ତି ଯେ ଆଗାମୀ ଦିନରେ ଓଡିଶାର ମହିଳାମାନଙ୍କ ଶକ୍ତି ଓ ସାମର୍ଥ୍ୟ ରାଜ୍ୟର ବିକାଶର ମୂଳମନ୍ତ୍ର ହେବ। ସୁଭଦ୍ରା ଯୋଜନାର ଶୁଭାରମ୍ଭ ଅବସରରେ ସବୁଠି ଖୁସି ଓ ଆନନ୍ଦର ପରିବେଶ ଦେଖିବାକୁ ମିଳିଥିଲା। ଭୁବନେଶ୍ୱରରେ ଲକ୍ଷାଧିକ ମହିଳା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ମା’ମାନଙ୍କ ମୁହଁରେ ଖୁସିର ଲହରୀ ଦେଖିବାକୁ ମିଳିଥିଲା। ସୂଚନାଯୋଗ୍ୟ ଯେ, ଏହି ଯୋଜନା ରାଜ୍ୟର ସବୁଠାରୁ ବଡ, ବ୍ୟକ୍ତିଗତ ମହିଳାକୈନ୍ଦ୍ରିକ ଯୋଜନା। ଏଥିରେ ୫ ହଜାର ଟଙ୍କା ଲେଖାଏଁ ଦୁଇଟି କିସ୍ତିରେ ପ୍ରତି ବର୍ଷ ୧୦ ହଜାର ଟଙ୍କା ଦିଆଯିବ। ୫ ବର୍ଷରେ ମିଳିବ ୫୦ ହଜାର ଟଙ୍କା । ଗୋଟିଏ କିସ୍ତି ଆନ୍ତର୍ଜାତିକ ମହିଳା ଦିବସ ମାର୍ଚ୍ଚ ୮ ତାରିଖ ଏବଂ ଦ୍ୱିତୀୟ କିସ୍ତି ରାକ୍ଷୀ ପୂର୍ଣ୍ଣିମା ଦିନ ଦିଆଯିବ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ସୁଇଚ ଟିପି ରାଜ୍ୟର ୨୫ଲକ୍ଷ ୧୧ ଜଣ ମହିଳାଙ୍କ ଖାତାକୁ ପ୍ରଥମ କିସ୍ତି ସୁଭଦ୍ରା ସହାୟତା ରାଶି ପ୍ରଦାନ କରିଥିଲେ। ଜୟ ଜଗନ୍ନାଥ ଧ୍ୱନିରେ ନିଜର ଅଭିଭାଷଣ ଆରମ୍ଭ କରି ପ୍ରଧାନମନ୍ତ୍ରୀ ମା’ ସୁଭଦ୍ରାଙ୍କ ନିକଟରେ ପ୍ରାର୍ଥନା କରି କହିଥିଲେ ଯେ ଏହି ଯୋଜନା ମା’ ଓ ଭଉଣୀମାନଙ୍କୁ ସଶକ୍ତ କରୁ। ସେ କହିଥିଲେ ଯେ ଓଡିଶାର ବିକାଶରେ ନାରୀ ଶକ୍ତିର ସମାନ ଭାଗିଦାରୀ ରହିବ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଡବଲ ଇଞ୍ଜିନ ସରକାର ଓଡିଶାକୁ ବିକାଶର ନୂଆ ଶିଖରରେ ପହଞ୍ଚାଇବ । ନିର୍ବାଚନ ସମୟରେ ଆମେ କହିଥିଲୁ ଓଡିଶାରେ ଆମ ସରକାର ଗଠନ ହେଲେ ଶ୍ରୀ ମନ୍ଦିର ଚାରିଦ୍ବାର ଖୋଲିବୁ , ରତ୍ନ ଭଣ୍ଡାର ମଧ୍ୟ ଖୋଲିବୁ । ଆମେ ଆମ ପ୍ରତିଶ୍ରୁତି ପାଳନ କଲୁ। ଓଡିଶାର ନୂଆ ସରକାର ସାଧାରଣ ଲୋକମାନଙ୍କୁ ଭେଟି ସେମାନଙ୍କ ସମସ୍ୟାର ସମାଧାନ ପାଇଁ ପ୍ରଚେଷ୍ଟା କରୁଥିବାରୁ ସେ ମୁଖ୍ୟମନ୍ତ୍ରୀ ଓ ଦୁଇ ଉପ-ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ମଣ୍ଡଳର ସଦସ୍ୟ ଏବଂ ପୂରା ଓଡିଶା ସରକାରଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ୧୦୦ ଦିନ ମଧ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ। ସେ କହିଥିଲେ ଯେ ପ୍ରାଇଭେଟ କମ୍ପାନୀରେ ନୂଆ ଚାକିରୀ କରୁଥିବା ଯୁବକ ଯୁବତୀ ମାନଙ୍କୁ ପ୍ରଥମ ଦରମା ସରକାର ଦେବେ । ଖରିଫ ଫସଲ ପାଇଁ MSP ବୃଦ୍ଧି କରାଯାଇଛି ଏବଂ ୧୦୦ ଦିନ ଭିତରେ ଓଡିଶା ସମେତ ଦେଶରେ ୧୧ଲକ୍ଷ ନୂଆ ଲକ୍ଷପତି ଦିଦି ସୃଷ୍ଟି ହୋଇପାରିଛନ୍ତି । ପ୍ରଧାନମନ୍ତ୍ରୀ ଅନେକ ଜନକଲ୍ୟାଣ ଯୋଜନାର ଶୁଭାରମ୍ଭ ମଧ୍ୟ କରିଥିଲେ। ଓଡିଶାରେ ୨,୮୦୦ କୋଟି ଟଙ୍କାର ରେଳ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ୪ଟି ପ୍ରକଳ୍ପ ପାଇଁ ଭିତ୍ତି ରଖିଥିବା ବେଳେ ଆଉ ୪ଟି ପ୍ରକଳ୍ପର ଉଦ୍‌ଘାଟନ ମଧ୍ୟ କରିଥିଲେ। ଉଦ୍‌ଘାଟିତ ହୋଇଥିବା ପ୍ରକଳ୍ପ ମଧ୍ୟରେ ଲାଞ୍ଜିଗଡ ରୋଡ୍‌- ଅମ୍ବାଦୋଳା- ଦହିକାଲୁ ତୃତୀୟ ଲାଇନ୍, ଲକ୍ଷ୍ମୀପୁର ରୋଡ୍‌- ସିଙ୍ଗାରାମ- ଟିକିରି ଦୋହରୀକରଣ, ବାଙ୍ଗୁରକେଲା-ନୂଆଗାଁ ଦୋହରୀକରଣ ଏବଂ ଢେଙ୍କାନାଳ- ସଦାଶିବପୁର- ହିନ୍ଦୋଳ ରୋଡର ତୃତୀୟ ଓ ଚତୁର୍ଥ ଲାଇନ୍‌।

ସେହିପରି ପାରାଦୀପ- ବଡବନ୍ଧ ତୃତୀୟ ଓ ଚତୁର୍ଥ ଲାଇନ୍, MCRL ଭିତର କରିଡର ପ୍ରଥମ ପର୍ଯ୍ୟାୟର ଦୋହରୀକରଣ, ଜୟପୁର- ନବରଙ୍ଗପୁର ନୂତନ ଲାଇନ୍ ଓ ସିଜୁ ଏବଂ ପାରଦୀପ କୋଚିଙ୍ଗ ୟାର୍ଡ ମଧ୍ୟରେ ଫ୍ଲାଇ ଓଭର ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ଏହି ସବୁ ପ୍ରକଳ୍ପ ଗୁଡିକ ଦ୍ୱାରା ଆଞ୍ଚଳିକ ଅର୍ଥନୀତିରେ ଉନ୍ନତି ଆସିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ୧,୦୦୦ କୋଟି ଟଙ୍କାର ଜାତୀୟ ରାଜପଥ ପ୍ରକଳ୍ପର ଶୁଭାରମ୍ଭ ମଧ୍ୟ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜି ଦେଶର ୩୦ ଲକ୍ଷ ହିତାଧିକାରୀଙ୍କୁ ପକ୍କା ଘର ଦିଆଗଲା। ଏଥିରୁ ୨୬ ଲକ୍ଷ ଘର ଗାଁରେ ରହୁଥିବା ଲୋକଙ୍କୁ ମିଳିଥିବା ବେଳେ ୪ ଲକ୍ଷ ଘର ସହରରେ ରହୁଥିବା ଲୋକଙ୍କୁ ମିଳିଛି।

ଏହା ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ରେ ୧୦ ଲକ୍ଷ ହିତାଧିକାରୀଙ୍କୁ ପକ୍କା ଘର ପାଇଁ ପ୍ରଥମ କିସ୍ତି ପ୍ରଦାନ କରାଯାଇଥିଲା। ୧୫ ଲକ୍ଷ ଆବାସ ପାଇଁ ସ୍ୱୀକୃତି ପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା। ଆବାସ ପ୍ଲସ ୨୦୨୪ ମୋବାଇଲ ଆପ୍‌ ର ମଧ୍ୟ ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ପହଞ୍ଚିବା ପରେ ପ୍ରଥମେ ଗାଡକଣ ଯାଇ ଆବାସ ଯୋଜନାର ହିତାଧିକାରୀମାନଙ୍କୁ ଭେଟି ସେମାନଙ୍କ ସହିତ କିଛି ସମୟ ବିତାଇଥିଲେ। ଗାଡକଣସ୍ଥିତ ଶବର ସାହିରେ ସେ ଆବାସ ଯୋଜନା(ସହରୀ)ର ହିତାଧିକାରୀମାନଙ୍କୁ ବାସଗୃହର ଚାବି ହସ୍ତାନ୍ତର କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଉପସ୍ଥିତ ଥିଲେ।

ଗାଡକଣରେ ହିତାଧିକାରୀ ଅନ୍ତର୍ଯ୍ୟାମୀ ନାୟକଙ୍କ ନୂତନ ବାସଗୃହରେ ପ୍ରଧାନମନ୍ତ୍ରୀ କିଛି ସମୟ ବିତାଇ ଥିଲେ। ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ସେଠାରେ ଉପସ୍ଥିତ ମହିଳାମାନେ ଫୁଲ ଓ ଉତ୍ତରୀୟ ପ୍ରଦାନ କରି ଶୁଭେଚ୍ଛା ପ୍ରଦାନ କରିଥିଲେ। ସେଠାରେ ପ୍ରଧାନମନ୍ତ୍ରୀ ପୂଜାର୍ଚ୍ଚନା ମଧ୍ୟ କରିଥିଲେ ଏବଂ ଜଣେ ହିତାଧିକାରୀଙ୍କ ଠାରୁ ସେ ଖିରି ଖାଇଥିଲେ । ତାଙ୍କ ଅଭିଭାଷଣରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଙ୍କ ମା’ ବଞ୍ଚି ଥିବା ବେଳେ ସେ ଅନେକ ସମୟରେ ମା’ଙ୍କ ଠାରୁ ଖିରି ଖାଉଥିଲେ। ଆଜି ମା’ ନାହାନ୍ତି, କିନ୍ତୁ ଜଣେ ଆଦିବାସୀ ଭଉଣୀ ଶ୍ରଦ୍ଧାର ସହ ଖିରି ଖୁଆଇ ମୋତେ ଜନ୍ମ ଦିନର ଆଶୀର୍ବାଦ ଦେଇଥିଲେ । ପାଇଥିବା ଏହି ସ୍ନେହ ଶ୍ରଦ୍ଧା ପାଇଁ ଆଜି ତାଙ୍କ ମା’ ପୁଣି ମନେ ପଡୁଛନ୍ତି ଏବଂ ଏହା ମୋର ସାରା ଜୀବନ ପାଇଁ ମନେ ରହିବ ବୋଲି ସେ କହିଥିଲେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ସୁଭଦ୍ରା ହିତାଧିକାରୀ କେନ୍ଦୁଝରର ଅଞ୍ଜଳି ବାରିକ, ରାୟଗଡାର ହୁଣ୍ଡାଡି ୱାଡକା, ବଲାଙ୍ଗିରର ଅହଲ୍ୟା ବନଛୋର, ମୟୁରଭଞ୍ଜର ଭାରତୀ ମୁଣ୍ଡାକୁ ସୁଭଦ୍ରା ଯୋଜନାର ସହାୟତା ରାଶି ପ୍ରଦାନ କରିଥିଲେ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରାଞ୍ଚଳ ପାଇଁ ଭୁବନେଶ୍ୱରର ଦୁର୍ଗାବତୀ ଭୋଇ ଓ ଶୁଭଶ୍ରୀ ମହାରଣା ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ ପାଇଁ କୋରାପୁଟର ବିଶ୍ୱନାଥ ପ୍ରଧାନୀ ଓ ସମ୍ବଲପୁରର ସୁରୁବାଲି କିଷାନଙ୍କୁ ଘରର ଚାବି ହସ୍ତାନ୍ତର କରିଥିଲେ । କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ସମସ୍ତ ମା’ ଓ ଭଉଣୀ ଏବଂ ରାଜ୍ୟର ସାଢେ ଚାରି କୋଟି ଜନ ସାଧାରଣଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇ ଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ କେବଳ ଦେଶର ନୁହନ୍ତି, ସାରା ବିଶ୍ୱରେ ସବୁଠାରୁ ଅଧିକ ଲୋକପ୍ରିୟ ନେତା। ଆଜିର ଏହି ସ୍ୱତନ୍ତ୍ର ଦିନରେ ଯେତେବେଳେ ସାରା ବିଶ୍ୱରୁ ପ୍ରଧାନମନ୍ତ୍ରୀଙ୍କ ପାଇଁ ଜନ୍ମଦିନର ଶୁଭେଚ୍ଛା ଆସୁଛି,

ସେତେବେଳେ ସେ ଆଜି ଆମ ଗହଣରେ ଉପସ୍ଥିତ ହୋଇ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରୁଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ନିର୍ବାଚନ ପୂର୍ବରୁ ଆମେ ଯେଉଁ ପ୍ରତିଶ୍ରୁତି ଦେଇଥିଲୁ, ତାକୁ ଆଜି ୧୦୦ ଦିନ ମଧ୍ୟରେ ପୂରଣ କରିଛୁ । ସୁଭଦ୍ରା ଯୋଜନା ଆମ ରାଜ୍ୟ ପାଇଁ ସବୁଠାରୁ ବଡ ଜନ ହିତକାରୀ ଯୋଜନା ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ସରକାର କ୍ଷମତାକୁ ଆସିବା ପୂର୍ବରୁ ମା’ ମାନଙ୍କ ପାଇଁ ‘ସୁଭଦ୍ରା’ ଯୋଜନାର ପ୍ରତିଶ୍ରୁତି ଦେଇଥିଲେ । ଜଗନ୍ନାଥ ସଂସ୍କୃତିରେ ମା’ ସୁଭଦ୍ରା ହେଉଛନ୍ତି ଶକ୍ତି ସ୍ୱରୂପିଣୀ ଓ ସମାନତାର ପ୍ରତୀକ। କଥା ଅଛି ଯେ, “ମା’ ହେଲେ ପାଠୋଇ, ଦେଶ ଯିବ ଆଗେଇ”। ଠିକ୍ ସେହିପରି ଜଣେ ମହିଳା ଅର୍ଥନୈତିକ ଦୃଷ୍ଟିରୁ ସଶକ୍ତ ଓ ସ୍ବାବଲମ୍ବୀ ହେଲେ, ପରିବାରର ସାମାଜିକ ଓ ଅର୍ଥନୈତିକ ନିରାପତ୍ତା ସୁଦୃଢ଼ ହୋଇଥାଏ। ସେମାନଙ୍କୁ ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବୀ କରିବା ପାଇଁ ଏବଂ ଅର୍ଥନୈତିକ ପ୍ରଗତି ପାଇଁ ସୁଯୋଗ ପ୍ରଦାନ କରିବାକୁ ଓଡ଼ିଶା ସରକାର ଏହି ପ୍ରଗତିଶୀଳ ତଥା ବୈପ୍ଳବିକ ସୁଭଦ୍ରା ଯୋଜନା ଆରମ୍ଭ କରିଛନ୍ତି ।

ସେ ପୁଣି କହିଥିଲେ ଯେ, ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଆନନ୍ଦ ଓ ଖୁସିର କଥା ଯେ ‘ସୁଭଦ୍ରା’ ର ଶୁଭାରମ୍ଭ ପାଇଁ ଭାରତର ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ଆଜି ଆମ ସହିତ ଅଛନ୍ତି। ପ୍ରଧାନମନ୍ତ୍ରୀ ଙ୍କର ତାଙ୍କ ମା’ ଙ୍କ ପ୍ରତି ଭକ୍ତି ଓ ସମ୍ମାନକୁ ଆମେ ସମସ୍ତେ ଅନୁଭବ କରିଛେ। ତାଙ୍କ ମା’ ହିଁ ଥିଲେ ଅଭିନବ ‘ଉଜ୍ଜ୍ଵଳା’ ଯୋଜନାର ପ୍ରେରଣା । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମା’ ଙ୍କ ଦୁଃଖ, କଷ୍ଟକୁ ଅନୁଭବ କରିଥିବା ଯଶସ୍ଵୀ ପ୍ରଧାନମନ୍ତ୍ରୀ, ଦାୟିତ୍ଵ ଗ୍ରହଣ କଲା ପରେ ଆରମ୍ଭ କରିଥିଲେ ଦେଶର ସମସ୍ତ ଗରିବ ମା’ ମାନଙ୍କୁ ଗ୍ୟାସ ଯୋଗାଇ ଦେବାର ମହତ୍ୱାକାଂକ୍ଷୀ ଉଜ୍ଜ୍ଵଳା ଯୋଜନା। ଆଜି ଏହି ଯୋଜନା, ବିଶ୍ଵର ଅନ୍ୟତମ ବୃହତ୍ ଲୋକ-କଲ୍ୟାଣକାରୀ ଯୋଜନା । ଓଡିଶାରେ ପ୍ରାୟ ୫୩ ଲକ୍ଷ ୨୦ ହଜାର ମହିଳା ହିତାଧିକାରୀ ଏବଂ ଦେଶରେ ୧୦ କୋଟି ୩୫ ଲକ୍ଷ ଗରିବ ମହିଳା ଏହି ଯୋଜନା ଦ୍ୱାରା ଉପକୃତ ହେଉଛନ୍ତି । ଏହି ଯୋଜନାକୁ ଓଡ଼ିଶାର ମହିଳା ମାନଙ୍କର ଅବଦାନ ପ୍ରତି ଆମର ନମ୍ର ତଥା କୃତଜ୍ଞତାପୂର୍ଣ୍ଣ ସ୍ଵୀକୃତି ଭାବେ ବର୍ଣ୍ଣନା କରି ସେ କହିଥିଲେ ଯେ ଏଥିପାଇଁ ସୁଭଦ୍ରା ଯୋଜନାକୁ ଆମେ ଯୁଗାନ୍ତକାରୀ ଓ ବୈପ୍ଳବିକ ଯୋଜନା ବୋଲି କହୁଛୁ।

ଏହି ଯୋଜନାରେ Direct Benefit Transfer ମାଧ୍ୟମରେ ଓଡ଼ିଶାର ମା’ ମାନଙ୍କ ବ୍ୟାଙ୍କ୍ ଖାତାକୁ ସିଧାସଳଖ ଅର୍ଥ ପ୍ରଦାନ କରାଯିବ, ଯାହାକୁ ସେମାନେ ନିଜ ଆବଶ୍ୟକତା ଅନୁଯାୟୀ ବ୍ୟବହାର କରିପାରିବେ। ଏହି ଅର୍ଥକୁ ସେମାନେ କ୍ଷୁଦ୍ର ବ୍ୟବସାୟ, ଘରୋଇ ଉଦ୍ୟୋଗ ତଥା ପିଲାଙ୍କ ଶିକ୍ଷା ପାଇଁ ବିନିଯୋଗ କରିପାରିବେ। ସେ କହିଥିଲେ ଯେ, ଏହି ଯୋଜନା ପ୍ରତି ମା’ମାନଙ୍କ ମଧ୍ୟରେ ଅଭୂତପୂର୍ବ ଉତ୍ସାହ ଦେଖିବାକୁ ମିଳୁଛି। ଏହା ଆମ ପାଇଁ ଖୁବ୍‌ ଆନନ୍ଦର କଥା। ସୁଭଦ୍ରା ଯୋଜନା ସେହି ସବୁ ମା’ ମାନଙ୍କୁ ସାହାଯ୍ୟ କରିବ, ଯେଉଁମାନଙ୍କ ପାଖରେ ଉଦ୍ୟମ ପାଇଁ ଆଗ୍ରହ ଅଛି, କିନ୍ତୁ ସେମାନଙ୍କ ହାତରେ ପୁଞ୍ଜି ନାହିଁ। ମା’ ମାନେ କିଛି ରୋଜଗାର କରିବା ପାଇଁ ଇଚ୍ଛା ତ ରଖନ୍ତି, କିନ୍ତୁ କିଭଳି ଆରମ୍ଭ କରିବେ ଜାଣିପାରୁ ନ ଥିଲେ। ସୁଭଦ୍ରା ଯୋଜନା ଏଭଳି ମା’ ମାନଙ୍କୁ ସେମାନଙ୍କ ସ୍ଵପ୍ନ ପୂରଣ କରିବା ପାଇଁ ସାହାଯ୍ୟ କରିବ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜି ଆପଣମାନଙ୍କୁ ମୁଁ ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବିଷୟରେ ସୂଚନା ଦେବାକୁ ଚାହୁଁଛି।

ଆମର ପ୍ରିୟ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ ଉଦ୍ୟମରେ ଆରମ୍ଭ ହୋଇଥିବା ‘ସ୍ୱଚ୍ଛ ଭାରତ ମିଶନ’ ଚଳିତ ବର୍ଷ ଏକ ଦଶନ୍ଧି ପୂରଣ କରୁଛି। ଏହି ଅବସରରେ ସାରା ଦେଶରେ ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନ କାର୍ଯ୍ୟକାରୀ କରାଯାଉଛି। ଏହା ୧୫ ଦିନ ପାଇଁ ଚାଲିବ। ମୁଁ ସାରା ରାଜ୍ୟବାସୀଙ୍କୁ ଅନୁରୋଧ କରୁଛି ଯେ, ସମସ୍ତେ ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନରେ ନିଜକୁ ସାମିଲ କରି ଓଡିଶାକୁ ସାରା ଦେଶରେ ଏକ ନମ୍ବର କରିବା ପାଇଁ ଉଦ୍ୟମ କରନ୍ତୁ। ମାନନୀୟ ପ୍ରଧାନମନ୍ତ୍ରୀ ଆଜି ଏଠାରେ ଉପସ୍ଥିତ ରହି ସୁଭଦ୍ରା ଯୋଜନାକୁ ଓଡ଼ିଶାର ମହିଳାମାନଙ୍କ ପାଇଁ ଲୋକାର୍ପିତ କରିବା ଆମ ସମସ୍ତଙ୍କୁ ବିଶେଷ ଭାବରେ ଆନନ୍ଦିତ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ତାଙ୍କ ମାର୍ଗ ଦର୍ଶନରେ ଓଡ଼ିଶା ଏକ ବିକଶିତ ରାଜ୍ୟ ହେବା ପାଇଁ ଯାତ୍ରା ଆରମ୍ଭ କରିଛି । ୨୦୩୬ ସୁଦ୍ଧା ଓଡ଼ିଶାକୁ ଭାରତର ଏକ ଅଗ୍ରଣୀ ରାଜ୍ୟରେ ପରିଣତ କରିବାର ଲକ୍ଷ୍ୟ ପୂରଣ ଦିଗରେ ଏହି ଯୋଜନା ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ସେ କହିଥିଲେ ଯେ ରାଜ୍ୟରେ ହେଉଥିବା ବିକାଶ କାମ ପ୍ରମାଣିତ କରୁଛି ଯେ ଡବଲ ଇଞ୍ଜିନ ସରକାରରେ ଓଡିଶାର ବିକାଶର ଗତି କ୍ଷିପ୍ର ହେଉଛି। ଯଶସ୍ବୀ ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ନେତୃତ୍ବରେ ଓଡିଶାର ବିକାଶ ପ୍ରକ୍ରିୟା ତ୍ବରାନ୍ବିତ ହେଉଛି। ୨୦୩୬ରେ ଯେତେବେଳେ ସ୍ୱତନ୍ତ୍ର ଓଡିଶା ଗଠନର ୧୦୦ ବର୍ଷ ପୂର୍ତ୍ତି ପାଳନ ହେବ, ସେତେବେଳେ ଆମର GSDP ୫୦୦ ବିଲିୟନ ଡଲାରରେ ପହଞ୍ଚିବ ଏବଂ ୨୦୪୭ ମସିହାରେ ଏହା ୧.୫ ଟ୍ରିଲିଅନ ଡଲାରରେ ପହଞ୍ଚିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ପ୍ରଧାନମନ୍ତ୍ରୀ ମୋଦୀଜୀ ଓଡିଶାର ବିକାଶ ପ୍ରତି ସବୁବେଳେ ସ୍ୱତନ୍ତ୍ର ଧ୍ୟାନ ଦେଇ ଆସିଛନ୍ତି ବୋଲି ପ୍ରକାଶ କରି ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ବାରମ୍ବାର କହିଛନ୍ତି ଯେ, ‘ପୂର୍ବୋଦୟ’ରେ ଓଡିଶା ସବୁଠାରୁ ଅଗ୍ରଣୀ ରାଜ୍ୟ ହେବ। ଦେଶର ବିକାଶର ଇଞ୍ଜିନରେ ଓଡିଶା ପ୍ରଥମ ବଗି ହେବ। ବର୍ତ୍ତମାନ ଓଡିଶାରେ ଯେଉଁ କ୍ଷୀପ୍ର ଗତିରେ ବିକାଶର ଧାରା ଆଗେଇ ଚାଲିଛି,

ଓଡିଶା ନିଶ୍ଚୟ ତା’ର ଇପ୍ସିତ ଲକ୍ଷ୍ୟ ହାସଲ କରିବ । ଉପ ମୁଖ୍ୟମନ୍ତ୍ରୀ ତଥା ମହିଳା ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା କହିଥିଲେ ଯେ ରାଜ୍ୟରେ ଆଜି ସୁଦ୍ଧା ସୁଭଦ୍ରା ଯୋଜନାରେ ୭୨ଲକ୍ଷ ମହିଳା ପଞ୍ଜୀକୃତ ହେଲେଣି । ଓଡିଶାର ମହିଳା ମାନଙ୍କ ବିକାଶ ପାଇଁ ସୁଭଦ୍ରା ହେଉଛି ଯଶସ୍ବୀ ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ଗ୍ୟାରେଣ୍ଟି । ବିକଶିତ ଓଡିଶାର ମୂଳପିଣ୍ଡ ହେବ ସୁଭଦ୍ରା ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ଶ୍ରୀଯୁକ୍ତ ରଘୁବର ଦାସ, କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ମହିଳା ଓ ଶିଶୁବିକାଶ ମନ୍ତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ, ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଏବଂ ଅନେକ ସାଂସଦ, ବିଧାୟକ ଓ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପାରଳାଖେମୁଣ୍ଡି ସ୍ଥିତ ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ଆନ୍ତର୍ଜାତୀୟ ମାତୃ ଦିବସ ପାଳନ

ପାରଳାଖେମୁଣ୍ଡି ସ୍ଥିତ ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ଆନ୍ତର୍ଜାତୀୟ ମାତୃ ଦିବସ ପାଳନ

May 12, 2026
ଟିଏମସି ନେତା : ସୁଜିତ ବୋଷଙ୍କୁ କୋଲକାତାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି

ଟିଏମସି ନେତା : ସୁଜିତ ବୋଷଙ୍କୁ କୋଲକାତାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି

May 11, 2026
କଟକ ଶିକ୍ଷା ଜିଲ୍ଲାରେ ବରିଷ୍ଠ ସହାୟିକାଙ୍କ ଆମରଣ ଅନଶନ

କଟକ ଶିକ୍ଷା ଜିଲ୍ଲାରେ ବରିଷ୍ଠ ସହାୟିକାଙ୍କ ଆମରଣ ଅନଶନ

May 11, 2026
ମୃତ ସୌମ୍ୟଙ୍କୁ ନ୍ୟାୟ ଦେବା ଦାବିରେ କ୍ୟାଣ୍ଡେଲ ଶୋଭା ଯାତ୍ରା ଓ କ୍ରାଇମ୍ ବ୍ରାଞ୍ଚର ତଦନ୍ତ ଜୋରଦାର

ମୃତ ସୌମ୍ୟଙ୍କୁ ନ୍ୟାୟ ଦେବା ଦାବିରେ କ୍ୟାଣ୍ଡେଲ ଶୋଭା ଯାତ୍ରା ଓ କ୍ରାଇମ୍ ବ୍ରାଞ୍ଚର ତଦନ୍ତ ଜୋରଦାର

May 11, 2026

Recent News

ପାରଳାଖେମୁଣ୍ଡି ସ୍ଥିତ ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ଆନ୍ତର୍ଜାତୀୟ ମାତୃ ଦିବସ ପାଳନ

ପାରଳାଖେମୁଣ୍ଡି ସ୍ଥିତ ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ଆନ୍ତର୍ଜାତୀୟ ମାତୃ ଦିବସ ପାଳନ

May 12, 2026
ଟିଏମସି ନେତା : ସୁଜିତ ବୋଷଙ୍କୁ କୋଲକାତାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି

ଟିଏମସି ନେତା : ସୁଜିତ ବୋଷଙ୍କୁ କୋଲକାତାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି

May 11, 2026
କଟକ ଶିକ୍ଷା ଜିଲ୍ଲାରେ ବରିଷ୍ଠ ସହାୟିକାଙ୍କ ଆମରଣ ଅନଶନ

କଟକ ଶିକ୍ଷା ଜିଲ୍ଲାରେ ବରିଷ୍ଠ ସହାୟିକାଙ୍କ ଆମରଣ ଅନଶନ

May 11, 2026
ମୃତ ସୌମ୍ୟଙ୍କୁ ନ୍ୟାୟ ଦେବା ଦାବିରେ କ୍ୟାଣ୍ଡେଲ ଶୋଭା ଯାତ୍ରା ଓ କ୍ରାଇମ୍ ବ୍ରାଞ୍ଚର ତଦନ୍ତ ଜୋରଦାର

ମୃତ ସୌମ୍ୟଙ୍କୁ ନ୍ୟାୟ ଦେବା ଦାବିରେ କ୍ୟାଣ୍ଡେଲ ଶୋଭା ଯାତ୍ରା ଓ କ୍ରାଇମ୍ ବ୍ରାଞ୍ଚର ତଦନ୍ତ ଜୋରଦାର

May 11, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପାରଳାଖେମୁଣ୍ଡି ସ୍ଥିତ ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ଆନ୍ତର୍ଜାତୀୟ ମାତୃ ଦିବସ ପାଳନ

ପାରଳାଖେମୁଣ୍ଡି ସ୍ଥିତ ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ଆନ୍ତର୍ଜାତୀୟ ମାତୃ ଦିବସ ପାଳନ

May 12, 2026
ଟିଏମସି ନେତା : ସୁଜିତ ବୋଷଙ୍କୁ କୋଲକାତାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି

ଟିଏମସି ନେତା : ସୁଜିତ ବୋଷଙ୍କୁ କୋଲକାତାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି

May 11, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version