No Result
View All Result
୧୭ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନିମାପଡ଼ା :-> ପୁରୀ ଜିଲ୍ଲା ନିମାପଡ଼ା ରେ ଥିବା ଗୋଧନ ବାହୁଡା଼ ପଡ଼ିଆରେ ଶହୀଦ ସ୍ମୃତି ସଂସଦ ଏନ ଏସି ଆନୁକୂଲ୍ୟରେ ଶହୀଦ ଦିବସ ପାଳିତ ହୋଇଯାଇଛି । ୧୯୪୨ ମସିହା ସେପ୍ଟେମ୍ବର ୧୬ ତାରିଖ ରେ ଇଂରେଜ ଗୁଳିରେ ଶହୀଦ ହୋଇଥିବା ଉଛବ ମଲ୍ଲିକ ଙ୍କ ସ୍ମୃତି ଉଦ୍ଧେଶ୍ୟରେ ଏହି ଶହୀଦ ଦିବସ କୁ ପ୍ରତିବର୍ଷ ନିମାପଡ଼ା ଥାନା ନିକଟରେ ପାଳନ କରାଯାଉଛି ।
ସଂଗ୍ରାମୀ ପୀଠ କେଉଟତୋଟାରୁ ଏକ ବିଶ୍ଵାଳ ଶୋଭାଯାତ୍ରା ବାହାରି ଆସି ଶହୀଦ ଉଛବ ମଲ୍ଲିକ ଙ୍କ ସ୍ମୃତି ସ୍ତମ୍ଭ ପାଖରେ ପହଞ୍ଚି ଥିଲା ପରେ ସେଠାରେ ତାଙ୍କୁ ଗାଡ ଅଫ୍ ଅନର ଦିଆଯାଇ ପତାକା ଉତ୍ତୋଳନ କରାଯାଇଥିଲା।ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିବା ବରପୁତ୍ର ମାନଙ୍କ ଅବଦାନ ଉପରେ ଆଲୋକପାତ କରାଯାଇଥିଲା ।
ଏହି ଶହୀଦ ଦିବସରେ ଯୋଗଦେଇଥିଲେ ଉଛବ ମଲ୍ଲିକ ନାତି ଅଭିରାମ ମଲ୍ଲିକ, ସମୀର ରଂଜନ ଦାଶ, ପଞ୍ଚାୟତ ସମିତି ସଭ୍ୟ ଶଙ୍କର ଭୋଇ, ଏନ୍ ଏସି ଉପାଧ୍ୟକ୍ଷ ସନ୍ତୋଷ କୁମାର ଦାଶ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ପୂର୍ଣ୍ଣଚନ୍ଦ୍ର ଓଝା, ଶହୀଦ ସ୍ମୃତି ସଂସଦ ର ସମ୍ପାଦକ ବେଣୁଧର ସେନାପତି ପ୍ରମୁଖ ଉପସ୍ଥିତ ଥିଲେ।
No Result
View All Result