No Result
View All Result
୧୬ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :-> ଦେବ ଶିଳ୍ପୀ ଶ୍ରୀ ବିଶ୍ୱକର୍ମାଙ୍କ ଜନ୍ମ ଉତ୍ସବ ସୋମବାର ପାରମ୍ପରିକ ରୀତିନୀତି ଅନୁଯାୟୀ ମହା ଆଡମ୍ବରରେ ପାଳିତ ହୋଇଛି।ହିଞ୍ଜିଳିକାଟୁ ବିଶ୍ୱକର୍ମା ସମାଜ, ପୂର୍ବଖଣ୍ଡ ତାଲୁକା ପକ୍ଷରୁ ବରାହୀ ପାହାଡ଼ ପାଦଦେଶରେ ଅବସ୍ଥିତ ଶ୍ରୀ ବିଶ୍ୱକର୍ମା ମନ୍ଦିର ପୀଠରେ ପୂର୍ବଖଣ୍ଡ ତାଲୁକା ବିଶ୍ଵକର୍ମା ମନ୍ଦିର ଉନ୍ନୟନ ଟ୍ରଷ୍ଟ ପକ୍ଷରୁ ଜନ୍ମ ଉତ୍ସବ ମହା ସମାରୋହରେ ସମ୍ପନ୍ନ ହୋଇଛି । ପ୍ରାତଃ ସୂର୍ଯ୍ୟପୂଜା ଓ ପୂଜାରମ୍ଭ, ପୂର୍ବାହ୍ନରେ ଯଜ୍ଞପବିତ ଧାରଣ ଓ ପୂର୍ଣ୍ଣାହୁତି ନୀତି ସମ୍ପନ୍ନ ହୋଇଥିଲା । ପରେ ପ୍ରଭୁଙ୍କୁ ଭକ୍ତ, ଦର୍ଶନାର୍ଥି ଓ ଶ୍ରଦ୍ଧାଳୁ ଭୋଗ ନୈବେଦ୍ୟ ଅର୍ପଣ କରି କୃପାଭିକ୍ଷା କାମନା କରିଥିଲେ । ଗଞ୍ଜାମ ଜିଲ୍ଲା ବିଶ୍ୱକର୍ମା ସମାଜ ଓ ବିଶ୍ୱକର୍ମା ପୂର୍ବଖଣ୍ଡ ତାଲୁକା ସଭାପତି ଅଜୟ କୁମାର ମହାରଣା,
ସୀମାଞ୍ଚଳ ମହାରଣାଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଓ କୂଳଭାଇ ଉପସ୍ଥିତ ଥିଲେ।ସେହିପରି ଦକ୍ଷିଣ ଓଡ଼ିଶା ବିଶ୍ଵକର୍ମା ସମାଜ ପୂର୍ବଖଣ୍ଡ ତାଲୁକା ବଢେଇକୁଳ ପକ୍ଷରୁ ସିନେମା ହଲ ଛକ ଠାରେ ଦେବ ଶିଳ୍ପୀ ଶ୍ରୀ ବିଶ୍ଵକର୍ମାଙ୍କ ଦିବ୍ୟ ଓ ସୁଶୋଭିତ ମୃଣୟ ପ୍ରତିମାକୁ ମଣ୍ଡପରେ ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରଯାଇଛି। ସଭାପତି ସନ୍ତୋଷ କୁମାର ମହାରଣାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ସ୍ଥାନୀୟ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ଶ୍ରୀ ବିଶ୍ୱକର୍ମାଙ୍କ ପୂଜା ଉତ୍ସବରେ ହିଞ୍ଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିବ୍ୟଜ୍ୟୋତି ସ୍ମୁତି ରଞ୍ଜନ ଦେଓ କର୍ତ୍ତା ରୂପେ ଉପସ୍ଥିତ ରହି ପ୍ରଭୁଙ୍କ ପୂଜାର୍ଚ୍ଚନା କରିବା ସହ କୃପାଭିକ୍ଷା କରିଥିଲେ । ଅନୁରୂପ ଭାବେ ସ୍ଥାନୀୟ ୱାଟକୋ ଅଣୁଖଣ୍ଡ ଓ ପୋଚିଲିମ୍ମା ସ୍ଥିତ ସରକାରୀ ବୈଷୟିକ ତାଲିମ ପ୍ରତିଷ୍ଠାନରେ ବିଶ୍ୱକର୍ମାଙ୍କ ପୂଜା ଉତ୍ସବ ଅନୁଷ୍ଠିତ ହୋଇଛି । ଟିପିଏସଓଡିଏଲ ବିଭାଗ ପକ୍ଷରୁ ଶ୍ରୀ ବିଶ୍ଵକର୍ମାଙ୍କ ପୂଜା ଉତ୍ସବ ଅନୁଷ୍ଠିତ ହୋଇଛି । ନିର୍ବାହୀ ଯନ୍ତ୍ରୀ ଗୋପାଳ ପଣ୍ଡା, ସହକାରୀ ନିର୍ବାହୀ ଯନ୍ତ୍ରୀ ସୁନୀଲ କୁମାର ସ୍ୱାଇଁ ଏବଂ ସହକାରୀ ଯନ୍ତ୍ରୀ ଜଗଦୀପ ବେହେରାଙ୍କ ସମେତ କର୍ମଚାରୀ ପୂଜାର୍ଚ୍ଚନା କରି କୃପା ଭିକ୍ଷା କରିଥିଲେ । ୱାଟକୋ ଅଣୁଖଣ୍ଡ ସହକାରୀ ଯନ୍ତ୍ରୀ ଶ୍ରୀଧର ଦାସ ଓ ଅଧ୍ୟକ୍ଷ ରାଜେଶ କୁମାର ତ୍ରିପାଠୀ ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ବିଶ୍ୱକର୍ମାଙ୍କ ଜନ୍ମଉତ୍ସବକୁ ଭକ୍ତି ଓ ନିଷ୍ଠାର ସହ ପାଳନ କରିଥିଲେ ।
No Result
View All Result