No Result
View All Result
୧୫ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ :-> ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ସମିତି ସଭ୍ୟ ସଭ୍ୟା ଙ୍କୁ ନେଇଏକ ସଙ୍ଘ ଗଠିତ ହୋଇଛି. ମା ବରମୁଳେଇଙ୍କ ପୀଠରେ ସମିତି ଅଧକ୍ଷ ଲକ୍ଷ୍ମୀଧର ସୁବୁଦ୍ଧିଙ୍କ ସଭାପତିତ୍ୱ ରେ ବୈଠକ ଅନୁଷ୍ଠିତ ହୋଇଥିଲା. ସଭ୍ୟ ସଭ୍ୟା ମାନଙ୍କ ବିଭିନ୍ନ ଦାବି ନେଇ ପ୍ରସ୍ତାବ ରଖାଯାଇଥିଲା. ବିଶେଷ କରି ସରପଞ୍ଚ ଙ୍କ ଭଳି ସମିତି ସଭ୍ୟଙ୍କୁ କ୍ଷମତା ଦିଆଯିବା, ପଂଚାୟତ ସ୍ତରରେ ସମିତି ସଭ୍ୟଙ୍କ ପାଇଁ ସ୍ୱତନ୍ତ୍ର କୋଠରୀ ଦିଆଯିବା ଓ ପଞ୍ଚାୟତ ବୈଠକରେ ସମିତିସଭ୍ୟଙ୍କ ଉପସ୍ଥିତିକୁ ନିଶ୍ଚିତ କରିବା ଆଦି ପ୍ରମୁଖ ଦାବି ଉପ ସ୍ଥାପନ ହୋଇଥିଲା .
ଏହି ଅବସରରେ କର୍ମକର୍ତ୍ତା ଚୟନ କରାଯାଇଛି. ବାଘମାରି ସମିତି ସଭ୍ୟା ନବନିତା ମହାନ୍ତି ସଭାପତି, ସିକୋ ସମିତି ସଭ୍ୟା ଅଞ୍ଜଳି ସାହୁ ସମ୍ପାଦକ ଓ ଗଡ଼ମାଣନ୍ତ୍ରୀ ସମିତିସଭ୍ୟ ସଦାଶିବ ସୁନ୍ଦରାୟ କୋଷାଧକ୍ଷ ରୂପେ ମନୋନୀତ ହୋଇଛନ୍ତି. ସମିତି ସଭ୍ୟଙ୍କ ଦାବି ଗୁଡିକ ଆଗାମୀ ଦିନରେ ସରକାରଙ୍କ ନିକଟରେ ଉପସ୍ଥାପନ କରାଯିବା ନେଇ ସର୍ବ ସମ୍ମତି ପ୍ରସ୍ତାବ ଗୃହୀତ ହୋଇଛି l
No Result
View All Result