No Result
View All Result
୧୫ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ :-> ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦେଶମତେ ଆଜି ଭାରତରସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଅଛି । ନୟାଗଡ ଜିଲ୍ଲାର ଉକ୍ତ ଲୋକ ଅଦାଲତରେ ୫ଟି ମୋଟର ଦୁର୍ଘଟଣା ଜନିତ ମାମଲା ଫଇସଲା କରାଯାଇ କ୍ଷତିପୂରଣ ବାବଦକୁ ୨୯,୧୫,୦୦୦ ଟଙ୍କା ପ୍ରଦାନ କରିବା ପାଇଁ ବୀମା କମ୍ପାନୀ ମାନଙ୍କୁ ନିର୍ଦେଶ ଦିଆଯାଇଥିଲା । ସେହିପରି ୭୯ ଦେୱାନି ମାମଲା ଫଇସଲା କରାଯାଇଥିଲା । 
ଏନ. ଆଇ. ଆକ୍ଟ କେସ ୨୪ଟି ଫଇସଲା କରାଯାଇ ୧୯,୫୦,୦୦୦ ଟଙ୍କା ଆଦାୟ କରଯାଇଥିଲା ଏବଂ ବିବାହଜନିତ ୨୫ ଟି ମାମଲା ଫଇସଲା କରାଯାଇଥିଲା । ବ୍ଯାଙ୍କରୁ ଋଣ ନେଇ ଋଣ ପରିଶୋଧ କରିନଥିବା ୧୦୧ ଜଣ ଋଣ ଗ୍ରହିତାଙ୍କଠାରୁ ୪୬,୪୮,୩୫୮ ଟଙ୍କା ଦେବା ପାଇଁ ରାଜିନାମା ସ୍ବାକ୍ଷରିତ କରାଯାଇଥିଲା । ଅନ୍ଯାନ୍ଯ ଫୌଜଦାରୀ ୨୬୭ଟି ମାମଲା ଫଇସଲା କରାଯାଇ ୧୦,୦୦,୦୦୦ ଟଙ୍କା ଆଦାୟ କରଯାଇଥିଲା ୨୯ ଟି ପ୍ରାକ ବିଜୁଳି ମାମଲା ଫଇସଲା କରାଯାଇ ୩,୪୭,୨୬୫ ଟଙ୍କା ଆଦାୟ କରଯାଇଥିଲା ।
ସେହିପରି ୬୭୬ଟି ରାଜସ୍ୱ ମାମଲା ଫଇସଲା କରାଯାଇ ୭୨,୪୩୦ ଟଙ୍କା ଆଦାୟ କରଯାଇଥିଲା ଏବଂ ୦୩ ସାଲିସ ଯୋଗ୍ୟ ଫଉଜଦାରି ମାମଲାର ଫଇସଲା ହୋଇଥିଲା । ଏହି ଲୋକ ଅଦାଲତରେ ଜିଲ୍ଲା ଓ ଦୌରା ଜଜ ଶ୍ରୀଯୁକ୍ତ ଆନନ୍ଦ ନାରାୟଣ ମହାରଣା, ପରିବାର ଅଦାଲତ ବିଚାରପତି ଶ୍ରୀ ସୁବ୍ରତ କୁମାର ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ଶ୍ରୀମତୀ ରିଜା ରାୟ , ବରିଷ୍ଠ ଦେୱାନି ଅଦାଲତ ବିଚାରପତି ଶ୍ରୀ ସତ୍ୟବ୍ରତ ରଣା , ବରିଷ୍ଠ ଦେୱାନି ଅଦାଲତ ବିଚାରପତି(ଏଲ ଆର ଆଣ୍ଡ ଏଲ ଟିଭି ) ଶ୍ରୀ ରବି ନାରାୟଣ ବେହେରା,
ଉପଖଣ୍ଡ ଫୌଜଦାରୀ ବିଚାରପତି ସୋନାଲୀ ସରିତା ଉପସ୍ଥିତ ରହି ନିଜ ନିଜ ଅଦାଲତ ପରିଚାଳନା କରିଥିବା ବେଳେ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀମତୀ ଶୃତିସ୍ନିଗ୍ଧା ଦାସ , ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀମତୀ ଅଞ୍ଜଳି ମଚ୍ଛଖଣ୍ଡ, ବରିଷ୍ଠ ଦେୱାନି ବିଚାରପତି ତଥା ସହକାରୀ ଦୌରାଜଜ ( ମହିଳା ଅଦାଲତ) ସ୍ଵୟଂ ପ୍ରଭା ଆଚାର୍ୟ ଏବଂ ସିଭିଲ କୋର୍ଟ ରେଜିଷ୍ଟ୍ରାର ଡଃ ନିଶାକର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଚଳିତ ବର୍ଷର ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା ୧୪.୧୨.୨୦୨୪ ରିଖ ଶନିବାର ଅନୁଷ୍ଠିତ ହେବାକୁ ଯାଉଅଛି ବୋଲି ପ୍ରାଧିକରଣ ସଚିବ ଶ୍ରୀମତୀ ଅଞ୍ଜଳି ମଚ୍ଛଖଣ୍ଡ ଜନ ସାଧାରଣ ଙ୍କୁ ସୂଚନା ଦେବା ସହ ଏହାର ସୁଫଳ ନେବାକୁ ପରାମର୍ଶ ପ୍ରଦାନ କରିଅଛନ୍ତି ।
No Result
View All Result