No Result
View All Result
୧୪ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ହିିଞ୍ଜିଳିକାଟୁ :-> ହିଞ୍ଜିଳିକାଟୁ ସହରରେ ଗଣେଷ ପୂଜା ମେଳଣ ଓ ଭସାଣି ଉତ୍ସବ ଶୁକ୍ରବାର ମହାସମାରୋହରେ ଅନୁଷ୍ଟିତ ହୋଇଯାଇଛି । ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀନିବାସ ସେଠିଙ୍କ ତତ୍ତ୍ୱାବଧାନରେ ୩୫ ରୁ ଉର୍ଦ୍ଧ୍ୱ ମେଢ଼ର ସମାଗମ ମିନି ଷ୍ଟାଡ଼ିୟମରେ ଆୟୋଜିତ ହୋଇଥିଲା । ସହରର ବିଭିନ୍ନ ସାହି ବସ୍ତିରେ ପୂଜାପାଉଥିବା ମେଢ ଗୁଡିକ ପରିକ୍ରମା କରିବା ପରେ ବାଦ୍ୟ ବାଜଣା, ଘଣ୍ଟ ଧ୍ୱନି, ହରିବୋଲ, ହୁଳହୁଳି ଧ୍ୱନି ସହ ପଟୁଆରରେ ଆସି ବୃନ୍ଦାବନ ମିନିଷ୍ଟାଡ଼ିୟମରେ ପହଞ୍ଚି ମେଳଣରେ ଭାଗ ନେଇଥିଲେ ।
ପରେ ସମସ୍ତ ମେଢ଼ ଶୋଭାଯାତ୍ରାରେ ବାହାରିଥିଲା । ସ୍ଥାନୀୟ ଘୋଡାହାଡ ନଦୀ ନିକଟସ୍ଥ ଭଗବତୀ ପୀଠ ଠାରେ ପୈାର ପ୍ରଶାସନ ପକ୍ଷରୁ ନିର୍ମିତ କୃତ୍ତିମ ପୋଖରୀରେ ସାମୁହିକ ମେଢ଼ ବିସର୍ଜନ କାର୍ଯ୍ୟକ୍ରମ ହୋଇଥିଲା ।ସାମୁହିକ ବିସର୍ଜନକୁ ଉପଭୋଗ କରିବା ପାଇଁ ଦର୍ଶକଙ୍କ ପ୍ରବଳ ଭିଡ଼ ଜମିଥିଲା । । ପୂଜା କମିଟିଙ୍କ ସମେତ ବହୁ ବୁଦ୍ଧିଜିବୀ ଓ ସହରର ଜନସାଧାରଣ ଉପସ୍ଥିତ ଥିଲେ । ଶାନ୍ତି ଶୃଙ୍ଖଳା ସକାଶେ ପୋଲିସ ଫୋର୍ସଙ୍କ ସମେତ ବହୁ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ ।
ଅନ୍ୟପକ୍ଷରେ ଚଳିତ ବର୍ଷ ଗଣେଶ ପୂଜା ଠାରୁ ବିଭିନ୍ନ ଅସ୍ଥାୟୀ ପୂଜା ମଣ୍ଡପ ଗୁଡିକରେ ଅଶ୍ଳୀଳ ସଙ୍ଗୀତ ସାଙ୍ଗକୁ ଡିଜେର ବିକଟାଳ ଶବ୍ଦ ସହରବସୀଙ୍କୁ ଅତିଷ୍ଠ କରିଥିଲା । ସାମୂହିକ ଭସାଣୀ ଉତ୍ସବରେ ବହୁ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା । କିଛି ସମୟ ପାଇଁ ୫୯ ନମ୍ବର ଜାତୀୟ ରାଜପଥରେ ଗୁରୁତର ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା। ବ୍ରହ୍ମପୁର – ଆସିକା ଦେଇ ଯାତାୟତ କରୁଥିବା ବହୁ ଯାତ୍ରୀବାହୀ ବସ୍ ସମେତ କିଛି ଆମ୍ବୁଲାନ୍ସ ସହରର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଦେଖିବାକୁ ମିଳିଛି।
No Result
View All Result