
ଓଡିଶା ତାଜା ନ୍ୟୁଜ୍ (୧୫ ଅଗଷ୍ଟ ଶନିବାର ) ଢେଙ୍କାନାଳ :- ଜିଲ୍ଲାରେ ୬୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଭୁବନ ଏନ୍ ଏ ସି ରୁ ୩୦ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଭୁବନ ବ୍ଲକ ଅସୁରଵନ୍ଧ ରୁ ୨୮ ଜଣ,ମୃଦଙ୍ଗାରୁ ୨ ଜଣ ଏବଂ ଡେଙ୍ଗାବାହାଳୀ,ଦର୍ଜନୀ ଓ ମହୁଲପାଳରୁ ଜଣେ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଗନ୍ଦିଆ ବ୍ଳକ ଗନ୍ଦିଆରୁ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସମସ୍ତ ଆକ୍ରାନ୍ତଙ୍କୁ ଲକ୍ଷଣ ଅନୁଯାୟୀ ଢେଙ୍କାନାଳ କୋଭିଡ୍ ହସ୍ପିଟାଲ୍ ଓ ଗୋବିନ୍ଦପୁର ହେଲଥ୍ କେୟାର ସେଣ୍ଟରକୁ ପଠାଯାଇଅଛି ଏବଂ ସେମାନେ ରହୁଥିବା ସଂଲଗ୍ନ ଅଞ୍ଚଳକୁ ବିଶୋଧନ କରାଯାଇଛି । ଜିଲ୍ଲାରେ ଆଜି ଆଉ ୨୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜିସୁଦ୍ଧା ଜିଲ୍ଲାରେ ୮୬୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୫୦୦ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି ଏବଂ ଜଣେ ମୃତ୍ୟୁବରଣ କରିଥିବାବେଳେ ୩୬୨ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। (ରିପୋର୍ଟ/ଅମର ରଞ୍ଜନ ଦାସ, ଢେଙ୍କାନାଳ)















