No Result
View All Result
୧୨ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ରାଜ୍ୟରେ ପ୍ରଥମ ଥର ପାଇଁ ସାଧାରଣ ନିର୍ବାଚନ ରେ ବିଜେପି ଶାସନ ବ୍ୟବସ୍ତା କୁ ଆସିବା ପୂର୍ବରୁ ଦେଇଥିବା ପ୍ରତିଶୃତି କୁ କଂଗ୍ରେସ ଆଜି ମନେପକେଇଦେଉଛି l ଦୀର୍ଘ ବର୍ଷ ଧରି ନିରଙ୍କୁଶ ଭାବେ ଓଡିଶା ରେ ବିଜେଡ଼ି ଶାସନ ବ୍ୟବସ୍ତା ରହିଥିବାରୁ ସାଧାରଣ ଜନତାଙ୍କ ଦ୍ଵାରା ଏଠାରେ ପ୍ରତ୍ୟାଖ୍ୟାନ କରାଯାଇଥିଲା l ବିଜେପି ତାର ନିର୍ବାଚନ ବୈତରଣୀ ପାର ହେବାପାଇଁ ଓଡ଼ିଆ ଅସ୍ମିତା, ପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ଚାରିଦ୍ଵାର ଖୋଲିବା ଏବଂ ରତ୍ନଭଣ୍ଡାର ର ସୁରକ୍ଷା ଆଦି ଅନେକ ପ୍ରସଙ୍ଗ କୁ ଢାଲ କରି ଶାସନ ବ୍ୟବସ୍ତା କୁ ଆସିଥିଲା l ଏଣୁ ନିର୍ବାଚନ ସମୟରେ ଓଡିଶା ବିଜେପି ଦେଇଥିବା ପ୍ରତିଶୃତି ପାଳନ କରିବା ନିମନ୍ତେ ଭାରତୀୟ ଜାତୀୟ କଂଗ୍ରେସ ପାଟିର ଗୋପ ବ୍ଳକ କଂଗ୍ରେସ କମିଟି ତରଫରୁ ନିମ୍ନ ଲିଖିତ ଦାବି ଗୁଡିକ ଜରୁରୀ ଭାବେ କାଯ୍ୟକାରୀ କରିବା ପାଇଁ ମୋହନ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।
ପ୍ରଥମ ଦାବୀ ଟି ହେଲା :- ସମସ୍ତ ବାଦ୍ଧକ୍ୟ, ବିଧବା, ବିକଳାଙ୍ଗ ଭତା ବୃଦ୍ଧି ଆପଣଙ୍କ ତରଫରୁ ଦେଇଥିବା ପ୍ରତିଶୃତି ଅନୁଯାୟୀ ଟ ୩୦୦୦ ଙ୍କା (ତିନି ହଜାର ଟଙ୍କା) ତୁରନ୍ତ ପ୍ରଦାନ କରାଯାଉ । ଦ୍ୱତୀୟ ରେ ନିର୍ବାଚନ ପ୍ରତିଶୃତି ଅନୁଯାୟୀ ଶୁଭଦ୍ରା ଯୋଜନାରେ ପାଞ୍ଚ ବର୍ଷରେ ୫୦ହଜାର ଟଙ୍କା ଦେବା ମାନେ ୧୦ହଜାର ଟଙ୍କା ବର୍ଷକୁ ଦେବା ଓଡିଶାର ମାଆ ଭଉଣୀ ମାନଙ୍କୁ ପ୍ରତାରଣା ନୁହେଁ କି ? ତେଣୁ ପ୍ରତି ୨ ବର୍ଷରେ ୫୦ହଜାର ଟଙ୍କା ଦିଆଯାଉ ବୋଲି ଭାରତୀୟ କଂଗ୍ରେସ ପାର୍ଟ ଦାବିକରିଛି । ତୃତୀୟ ରେ ତିନିଶହ ୟୁନିଟ ପଯ୍ୟନ୍ତ ଇ ଇଲେକ୍ଟ୍ରୋବିଲ ଛାଡ କରାଯାଉ ।
ଚତୁର୍ଥ ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସମସ୍ତ ବାସହୀନ ପରିବାର ଯଥା ଚାଳ ଚାଳଘର ଓ ଆଜବେଷ୍ଟ ଘରେ ବସବାସ କରୁଥିବା ପରିବାର ମାନଙ୍କୁ ଚିହ୍ନଟ କରାଯାଇ ଗୃହ ଯୋଗାଇ ଦିଆଯାଉ । ପଞ୍ଚମ ରେ ବସୁଧା ଯୋଜନା ସ୍ମାଣୁ ପାଲଟି ଯାଇଥିବାରୁ ତୁରନ୍ତ ପ୍ରତ୍ଯକ ପରିବାରକୁ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦିଆଯାଉ ।
ଷଷ୍ଠ ରେ ଭତା ପାଇବା ନିମନ୍ତେ ପଞ୍ଜିକରଣ କରି ଅପେକ୍ଷାରେ ଥିବା ବୃଦ୍ଧ ବୃଦ୍ଧା, ବିଧବା, ବିକଳାଙ୍ଗ ଭତ୍ତା ଯୁଦ୍ଧ କାଳୀନ ଭିତିରେ ନୂତନ ଭତା ପ୍ରଦାନ କରାଯାଉ । ସପ୍ତମ ରେ ଗୋପ ବ୍ଳକର ଗୋପ ବଜାର ଠାରେ ଡ୍ରେନେଜ ବ୍ୟବସ୍ତା ଓ ରାଜ୍ୟ ରାଜପଥ ମରାମତି ତୁରନ୍ତ କରାଯାଉ l
ଏମିତି ଅନେକ ଦାବୀ କୁ ନେଇ ଗୋପ କଂଗ୍ରେସ କମିଟି ପକ୍ଷରୁ ଗୋପ ଅଖଣ୍ଡଳେଶ୍ୱର ମହାଦେବ ମନ୍ଦିର ଠାରୁ ଏକ ଶୋଭାଯାତ୍ରା ରେ 31 ଟା ପଞ୍ଚାୟତ ସମସ୍ତ ସଭାପତି ଓ ଦଳୀୟ କର୍ମୀ ହାତରେ ପ୍ଳାଗ କାର୍ଡ ଧରି ବିଭିନ୍ନ ସ୍ଲୋଗାନ ଦେଇ ଗୋପ ବ୍ଲକ ଅଭିମୁଖେ ଯାଇଥିଲେ l ସେଠାରେ ବିଡିଓ ଛବିରାଣୀ ସାହୁ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ l ଏହାର ନେତୃତ୍ୱ ନେଇଥିଲେ ଜିତେନ୍ଦ୍ର ସାହୁ ( ବୁଟୁ ) ଭାସ୍କର ସେଠ ,ଭଗବାନ ପାତ୍ର , ଶିବିର ପରିଡା ,ରବି ବେହେରା ,ବିଚିତ୍ର ପ୍ରଧାନ ,ବିଷ୍ଣୁ ବେହେରା ,ରମେଶ ବେହେରା ,ପଞ୍ଚୁ ପରିଡା ,ମଦନ ମୋହନ ହାଜରା ,ଚନ୍ଦ୍ରକାନ୍ତ ସାହୁ ,ବିବେକାନନ୍ଦ ମିଶ୍ର .ତପନ ଦାଶ ବିଜୟ ପ୍ରଧାନ
ଦାମୋଦର ବାରିକ, ସୁନନ୍ଦ ରାଉତରାୟ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l
No Result
View All Result