No Result
View All Result
୧୨ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ :-> ନୟାଗଡ଼ସ୍ଥ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ଓଡିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ ଦାସିଆ ଅଜାଙ୍କ ୨୭ ତମ ଶ୍ରାଦ୍ଧ ଦିବସ ପାଳିତ ହୋଇ ଯାଇଛି। ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ସମାଜସେବୀ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ବିଦ୍ଯାଳୟର ବରିଷ୍ଠ ସେବାବ୍ରତୀ ଆଚାର୍ଯ୍ୟା ଅର୍ଚ୍ଚନା ରଥ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଧରାପୃଷ୍ଠରେ ଏପରି ଜଣେ ଜଣେ ଯୋଗଜନ୍ମା ଜନ୍ମ ନେଇଥାନ୍ତି, ଯାହାଙ୍କର ଅଲୌକିକ କାର୍ଯ୍ୟ କଳାପକୁ ଗୋଟିଏ ଜାତି ସବୁଦିନ ପାଇଁ ମନେ ରଖିଥାଏ।
ସେହି ଚର୍ଚ୍ଚିତ ବିସ୍ମୟ ବ୍ଯକ୍ତିତ୍ବ ହେଉଛନ୍ତି ଓଡିଶା ପାଠାଗାର ଆନ୍ଦୋଳନର ପ୍ରବର୍ତ୍ତକ ପ୍ରଖ୍ୟାତ ସଂଗ୍ରହାକ ସାରସ୍ୱତ ସାଧକ ଐତିହାସିକ ଦାଶରଥି ପଟ୍ଟନାୟକ ଦଶ ପଇସାର ରଜା ଖୁଣ୍ଟାତଡା ରଜା ଦାସିଆ ଅଜା। ଦାସିଆ ଅଜା ଅତି ସାଧାରଣ ପରିବାର ରେ ଜନ୍ମ ଗ୍ରହଣ କରିଥିଲେ। ଦୁଇ ଖଣ୍ଡ ଶୁଖିଲା ରୁଟି, ଦୁଇ ମୁଠା ଚୁଡା, ମୁଠାଏ ମୁଢି ଓ କପେ ନାଲି ଚା ଥିଲା ତାଙ୍କ ଜୀବନର ଖାଦ୍ୟ ପ୍ରଣାଳୀ। ଜୀବନ ପ୍ରଣାଳୀ ଥିଲା ଅତି ସରଳ ଓ ସାଧାରଣ।
ଜୀବନର ଅବସର ସମୟରେ ଦାସିଆ ଅଜା ଆରମ୍ଭ କରିଥିଲେ ସାଧନା । ହାତ ପାତି ମାଗିଲେ ସମସ୍ତ ଙ୍କୁ ପୁସ୍ତକ, ପତ୍ରପତ୍ରିକା, ତାଳପତ୍ର ପୋଥି, ବହୁ ପୁରାତନ ସଂସ୍କୃତିର ସନ୍ତକ ଓ ଦଶ ପଇସାର ଭିକ୍ଷା। ବୟସ ହାର ମାନିଲା ତାଙ୍କ ପାଖରେ। ଜାତି ପାଇଁ ମାଗିଆଣି ସ୍ରୁଷ୍ଟି କଲେ ଏକ ମହାନ ସଂସ୍କୃତିର ସମ୍ଭାର। ଯାହା ଶହ ଶହ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଜନମାନସକୁ ନୂତନ ଆଲୋକ ଯୋଗାଉଛି ବୋଲି ସଭାରେ ଆଲୋଚନା ହୋଇ ଥିଲା ।
ଏହି କାର୍ଯ୍ୟକ୍ରମରେ ବିଦ୍ଯାଳୟର ସମସ୍ତ ଛାତ୍ରଛାତ୍ରୀ ଓ ଗୁରୁଜୀ ଗୁରୁମା ମାନେ ଭାଗନେଇ ସ୍ବର୍ଗତ ଦାସିଆ ଅଜା ଙ୍କ ସ୍ମ୍ରୁତି ଚାରଣ କରିଥିଲେ।

No Result
View All Result