No Result
View All Result
୧୦ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା :-> ପବିତ୍ର ଗଣେଶପୂଜା ଉପଲକ୍ଷେ ଜଙ୍କିଆ ଓଁଶ୍ରୀ ଗ୍ରୁପ ପୂଜା କମିଟି ପକ୍ଷରୁ ବାଲିଗାଡ଼ିଆସ୍ଥିତ ବାସନ୍ତୀ ପଡିଆଠାରେ ଚାଲିଥିବା ଚତୁର୍ଦ୍ଧଶ “ଜଙ୍କିଆ ପଲ୍ଲୀ ଉତ୍ସବର ଆଜି ଚତୁର୍ଥ ଦିବସରେ ମୟୁରଭଞ୍ଜର ଛଉ ନୃତ୍ୟ ଦର୍ଶକଙ୍କୁ ବିମୋହିତ କରିଥିଲା l ଅନୁରୂପଭାବେ କୋଣାର୍କର ସତ୍ୟସାଇ ଡ୍ୟାନ୍ସ ଗ୍ରୁପ , ଜୟମା ଦୁର୍ଗା କଳା ପରିଷଦ ବଲାଙ୍ଗୀରର ସମ୍ବଲପୁରୀ, ଲୋକାଲ ଡ୍ୟାନ୍ସ ଗ୍ରୁପନୃତ୍ୟମାନ ଉପସ୍ଥିତ ଦର୍ଶକ ମାନଙ୍କୁ କିଛି ସମୟ ଧରି ବାନ୍ଧି ରଖିଥିଲା l ପରେ ଆୟୋଜିତ ସାଂସ୍କୃତିକ ସଭାଟି ଅନୁଷ୍ଠାନର ସଭାପତି କୃଷ୍ଣଚନ୍ଦ୍ର ନରେନ୍ଦ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା l
ଅତିଥିଭାବେ ଖୋର୍ଦ୍ଧା ପୁର୍ବତନ ବିଧାୟକ ଡ଼ ଦିଲ୍ଲୀପ ଶ୍ରୀଚନ୍ଦନ, ପୁର୍ବତନ ଜିଲ୍ଲାପରିଷଦ ଅଧକ୍ଷା ବାସନ୍ତୀ ମହାପାତ୍ର, ରଣପୁର ବ୍ଲକ ଅଧକ୍ଷା ନିର୍ମଳା ବେହେରା, ସମାଜସେବୀ ସଞ୍ଜୟ କୁମାର ପଟ୍ଟନାୟକ, ସୁରେନ୍ଦ୍ର ନାଥ ଜେନା ପ୍ରମୁଖ ଅତିଥିଭାବେ ଯୋଗଦେଇ ଅନୁଷ୍ଠାନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମକୁ ଭୁୟସୀ ପ୍ରଶଂସା କରିଥିଲେ l କମଲେଶ ମହାରଣା, ସୁନୀଲ ମହାନ୍ତି ମଞ୍ଚ ପରିଚାଳନା କରିଥିଲେ, ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ସମାଜସେବୀ ବିଶ୍ଵ ଭୂଷଣ ଛୋଟରାୟ ଧନ୍ୟବାଦ ଅର୍ପଣ କରିଥିଲେ l
କେଦାରଶ୍ୱର ବଳବନ୍ତରାୟ, ସଂଗ୍ରାମ ପଟ୍ଟନାୟକ, କେଦାରେଶ୍ୱର ବଳବନ୍ତରାୟରାୟ ତାପସ ବଳିୟାରସିଂହ, ଗୌତମ ବଳିୟାରସିଂହ, ଅରୁଣ ଶ୍ରୀଚନ୍ଦନ, ଚିନ୍ତାମଣି ବେହେରା ପ୍ରମୁଖ କମିଟିର କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ l ଘରକରଣା ସାମଗ୍ରୀ ଠାରୁ ଆରମ୍ଭକରି କାଶ୍ମୀର ଲଙ୍କା, ମଥୁରା କେକ୍, ଗୁପଚୁପ, ଚାଟ ଆଦି ଚଟପଟି ଖାଦ୍ୟ ସାମଗ୍ରୀ ଷ୍ଟଲରେ ଲୋକଙ୍କ ଭିଡ଼ ଜମୁଛି l ଦୋଳି ସମେତ ଡ୍ରାଗନ ଟ୍ରେନ ଯୋଗୁଁ ଉପସ୍ଥିତ ଦର୍ଶକଙ୍କ ଉତ୍ସହ ବଢୁଛି l ସେହିପରି ଏକାଧିକ ସରକାରୀ ଓ ବେସରକାରୀ ଷ୍ଟଲମାନ ପଡି କିଣାବିକା ଜୋର ଧରିଛି l 
No Result
View All Result