No Result
View All Result
୦୯ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଗୋଦରେଜ ଏଂଟରପ୍ରାଇଜେସ ଗ୍ରୁପର ଅଂଶ ଗୋଦରେଜ୍ ଆଣ୍ଡ୍ ବଏସ୍ ପକ୍ଷରୁ ଏଆଇର ଶକ୍ତି ଥିବା ଫ୍ରଂଟ୍ ଲୋଡ୍ ୱାସିଂ ମେସିନ୍ ପାଇଁ ଏକ ସ୍ୱୟଂଚାଳିକ ମାନୁଫାକଚରିଂ ଲାଇନ୍ର ଶୁଭାରମ୍ଭ କରାଯାଇଛି । ପୁଣେର ସିରୱାଲରେ ଏକ ଲକ୍ଷ ବର୍ଗଫୁଟରୁ ଅଧିକ ଅଂଚଳରେ ବ୍ୟାପିଥିବା ଏହି ନୂତନ ବ୍ୟବସ୍ଥାରେ ମେସିନ୍, ଟୁଲ୍ସ, ଭିତିଭୂମି ଓ ପ୍ରଚ୍ଛଦ ସମନ୍ୱୟ ଲାଗି ୧୦୦ କୋଟି ଟଙ୍କାର ନିବେଶ କରାଯାଇଛି । ସିରୱାଲରେ ଗୋଦରେଜ୍ ଆପ୍ଲାଏନ୍ସେସ୍ର ଥିବା ଏହି ବ୍ୟବସ୍ଥା କଂପାନିର ଫ୍ରଂଟ୍ ଲୋଡ୍ ୱାସିଂ ମେସିନ୍ କ୍ଷମତାରେ ବାର୍ଷିକ ୩ ଲକ୍ଷ ୟୁନିଟ ଯୋଡ଼ିବ । ଏହା କଂପାନିର ଅଟାମେଟିକ୍ ୱାସିଂ ମେସିନ୍ ପୋର୍ଟଫୋଲିଓକୁ ପ୍ରାୟ ଦ୍ୱିଗୁଣିତ କରିବ ।
ଗ୍ରିନକୋ ପ୍ଲାଟିନମ୍ ପ୍ଲସ ସାର୍ଟିଫିକେସନ୍ ହାସଲ କରିଥିବା ଏହି କାରଖାନାରେ ରେଫ୍ରିଜରେଟର, ଏୟାର କଣ୍ଡିସନର, ସେମି ଓ ଟପ- ଲୋଡ ୱାସିଂ ମେସିନ, ମେଡିକାଲ ରେଫ୍ରିଜରେଟର, ଇନସୁଲିକୁଲ ଓ କ୍ୟୁବ୍ ଭଳି ଅନ୍ୟାନ୍ୟ ଆପ୍ଲାଏନ୍ସେସ୍ର ମଧ୍ୟ ଉତ୍ପାଦନ କରାଯିବ । ଗୋଦରେଜ୍ ଆପ୍ଲାଏନ୍ସେସ୍ର ବ୍ୟବସାୟ ମୁଖ୍ୟ ଓ କାର୍ଯ୍ୟନିର୍ବାହୀ ଉପସଭାପତି କମଲ ନନ୍ଦୀ କହିଛନ୍ତି ଯେ, “ନୂଆ ଏଆଇ ଉତ୍ପାଦ ବର୍ଗମାଳା ଭାରତୀୟ ଗ୍ରାହକଙ୍କ ଅନନ୍ୟ ଆବଶ୍ୟକତାକୁ ପୂରଣ କରିବା ପାଇଁ ନବସୃଜନ ପ୍ରତି ଆମର ପ୍ରତିବଦ୍ଧତାକୁ ଦର୍ଶାଉଛି । ବର୍ତମାନ ଆମେ ୱାସିଂ ମେସିନ୍ ବର୍ଗରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବ୍ରାଣ୍ଡମାନଙ୍କ ମଧ୍ୟରୁ ଅନ୍ୟତମ ଏବଂ ୧୦୦ କୋଟି ଟଙ୍କାର ଏହି ନୂତନ ନିବେଶ ସହିତ ଆମେ ଆମର ସ୍ଥିତିକୁ ଆହୁରି ସୁଦୃଢ଼ କରିବାକୁ ଏବଂ ଚଳିତ ବର୍ଷ ୱାସିଂ ମେସିନ୍ କ୍ଷେତ୍ରରେ ଦୁଇ ଗୁଣା ଅଭିବୃଦ୍ଧି ଲକ୍ଷ୍ୟ ହାସଲ କରିବାକୁ ପ୍ରସ୍ତୁତ ରହିଛୁ ।
”ଗୋଦରେଜ ଆପ୍ଲାଏନ୍ସର ୱାସିଂ ମେସିନ୍ର ଉତ୍ପାଦ ଗ୍ରୁପ୍ ମୁଖ୍ୟ ଶଶାଙ୍କ ସିହ୍ନା କହିଛନ୍ତି ଯେ, “ବିଭିନ୍ନ ଭୌଗୋଳିକ ଓ ଜଳବାୟୁ ପରିସ୍ଥିତି, ପାରିବାରିକ ଆକାର ଏବଂ ଧୋଇବା ଅଭ୍ୟାସ ଆଧାରରେ ଭାରତୀୟ ଗ୍ରାହକଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ଆମର ସମ୍ପୂର୍ଣ୍ଣ ସ୍ୱୟଂ ଚାଳିତ ଫ୍ରଣ୍ଟ୍ ଲୋଡ୍ ୱାସିଂ ମେସିନ୍ ର ପରିକଳ୍ପନା ଏବଂ ପ୍ରସ୍ତୁତି କରାଯାଇଛି । ଉନ୍ନତ ସୌନ୍ଦର୍ଯ୍ୟ ସାଙ୍ଗକୁ ୭-୧୦ କିଲୋଗ୍ରାମ କ୍ଷମତାର ଏହି ଅତ୍ୟାଧୁନିକ ମେସିନ୍ ଏଆଇ ପ୍ରଯୁକ୍ତି ଦ୍ୱାରା ପରିଚାଳିତ ଯାହା ସଫା କରିବାରେ ଉନ୍ନତି ଆଣିବ । ସ୍ମାର୍ଟ୍ ଲୋଡ୍ ଡିଟେକ୍ସନ ଏବଂ ୱାଟର୍ ଲେଭଲ୍ ଆଡଜଷ୍ଟମେଣ୍ଟ୍ ଦ୍ୱାରା ଭଲ ସଫା କରିବା ସହ ମୂଲ୍ୟବାନ ଜଳ ଏବଂ ଶକ୍ତି ସଞ୍ଚୟ କରୁଛି ।”
No Result
View All Result