No Result
View All Result
୦୮ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ :-> ଓଡ଼ିଶା ସରକାରଙ୍କର ମହିଳା ଓ ଶିଶୁ ବିକାଶ ବିଭାଗର ସୁଭଦ୍ରା ଯୋଜନା ରାଜ୍ୟର ମହିଳାମାନଙ୍କ କଲ୍ୟାଣ ପାଇଁ ଏକ ଅଭିନବ ଯୋଜନା। ମହିଳାମାନଙ୍କୁ ଆର୍ଥିକ ସଶକ୍ତିକରଣ ତଥା ସେମାନଙ୍କୁ ଏବଂ ସେମାନଙ୍କ ପରିବାରକୁ ସୁରକ୍ଷା ଯୋଗାଇଦେବା ପାଇଁ ରାଜ୍ୟ ସରକାର ଏହି କଲ୍ୟାଣକାରୀ ଯୋଜନା ଆରମ୍ଭ କରିଛନ୍ତି । ପରିଚୟ ଏବଂ ସଶକ୍ତିକରଣର ଭାବନା ସୃଷ୍ଟି କରିବା ପାଇଁ ସମସ୍ତ ହିତାଧିକାରୀମାନଙ୍କୁ ଏକ ସୁଭଦ୍ରା କାର୍ଡ (ଏଟି ଏମ-ତଥା- ଡେବିଟ୍ କାର୍ଡ ପ୍ରଦାନ କରାଯିବ। ସେମାନଙ୍କୁ ବାର୍ଷିକ୧୦ହଜାର ଟଙ୍କା ହାରରେ ୨୦୨୪-୨୫ ଆର୍ଥିକ ବର୍ଷରୁ ୨୦୨୮-୨୯ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ସମୁଦାୟ ୫୦ହଜାର ଟଙ୍କା ମିଳିବ ଯଦି ସେମାନେ ପ୍ରତି ବର୍ଷ ଯୋଗ୍ୟତା ମାନଦଣ୍ଡ ପୂରଣ କରନ୍ତି ।
ପ୍ରତିବର୍ଷ ପ୍ରଥମ କିସ୍ତି ରକ୍ଷା ବନ୍ଧନ ଦିବସ ଏବଂ ଦ୍ଵିତୀୟ କିସ୍ତି ଆନ୍ତର୍ଜାତୀୟ ମହିଳା ଦିବସ (୮ ମାର୍ଚ୍ଚ)ରେ ୫ହଜାର ଟଙ୍କା ଲେଖାଏଁ ଡିବିଟି ମାଧ୍ୟମରେ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଡରେ ଜମା କରାଯିବ। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଧାର୍ଯ୍ୟ ତା.୦୧.୦୭.୨୦୨୪ ରିଖ ସୁଦ୍ଧା ମହିଳାଙ୍କ ବୟସ ୨୧ ବର୍ଷ କିମ୍ବା ତା’ଠାରୁ ଅଧିକ ଏବଂ ୬୦ ବର୍ଷରୁ କମ୍ ହେବା ଆବଶ୍ୟକ। ତେଣୁ, ଆବେଦନକାରୀଙ୍କ ଜନ୍ମ ତାରିଖ ୦୨.୦୭.୧୯୬୪ ଠାରୁ ୦୧.୦୭.୨୦୦୩ ପର୍ଯ୍ୟନ୍ତ ହେବା ଉଚିତ୍। ଯେଉଁ ମହିଳା ୦୧.୦୭.୨୦୨୪ ପରେ ୬୦ ବର୍ଷ ପୂରଣ କରିବେ ତାଙ୍କୁ ଅବଧୂର ଅବଶିଷ୍ଟ ବର୍ଷଗୁଡ଼ିକ ପାଇଁ ଏହି ସହାୟତା ଦିଆଯିବ ନାହିଁ ବୋଲି ସୁଭଦ୍ରା ନିର୍ଦ୍ଦେଶାବଳୀରୁ ଜଣାପଡ଼ିଛି ।
ସୁଭଦ୍ରା ଯୋଜନାର ପ୍ରଚାର ଓ ପ୍ରସାର ପାଇଁ ସୂଚନା ଶିକ୍ଷା ଓ ଯୋଗାଯୋଗ ଭ୍ୟାନ୍ ‘ସୁଭଦ୍ରା’ ର ଶୁଭାରମ୍ଭ କରିଛନ୍ତି କନ୍ଧମାଳ ଜିଲ୍ଲାପାଳ ଶ୍ରୀ ଅମ୍ରିତ୍ ଋତୁରାଜ୍। ଏହି ଶୁଭାରମ୍ଭ ବେଳେ ମୁଖ୍ୟ ଉନ୍ନୟନ ଅଧିକାରୀ-ତଥୀ-କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, କନ୍ଧମାଳ ଶ୍ରୀ ରତ୍ନାକର ସାହୁ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଶୋକ କୁମାର ଭୋଇ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ବିଜୟାଲକ୍ଷ୍ମୀ ବେହେରା, ବିଭାଗୀୟ ପଦାଧିକାରୀ ଏବଂ ଗଣମାଧ୍ୟମର ପ୍ରତିନିଧୂମାନେ ଉପସ୍ଥିତ ଥିଲେ। ଏହି ଭ୍ୟାନ୍ ଜିଲ୍ଲାରେ ଆଜି ଠାରୁ ଚଳିତ ମାସ ୧୬ ତାରିଖ ପର୍ଯ୍ୟନ୍ତ ବୁଲିବ । ଜିଲ୍ଲାରେ ସମୁଦାୟ ୬ ଗୋଟି ସୁଭଦ୍ରା ଭ୍ୟାନ ବୁଲିବ ବୋଲି ଜଣାପଡ଼ିଛି । ଭ୍ୟାନଗୁଡ଼ିକ କେଉଁ କେଉଁ ସ୍ଥାନ ଦେଇ ଯିବ ସେଥିପାଇଁ ରୁଟ୍ ଚାର୍ଟ ମଧ୍ୟ ପ୍ରସ୍ତୁତ ହୋଇଛି।

No Result
View All Result