No Result
View All Result
0୮ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ପି ଏନ୍ ଗାଡ୍ଗିଲ୍ ଜୁଏଲର୍ସ ଲିମିଟେଡ୍ର ପ୍ରସ୍ତାବିତ ଇନିସିଆଲ ପବ୍ଲିକ୍ ଅଫର ୨୦୨୪ ସେପ୍ଟେମ୍ବର ୧୦ରେ ଖୋଲିବ ଓ ସେପ୍ଟେମ୍ବର ୧୨ରେ ବନ୍ଦ ହେବ । ଆଙ୍କର ନିବେଶକମାନେ ବିଡ୍ ଖୋଲିବା ତାରିଖର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ୨-୨୪ ସେପ୍ଟେମ୍ବର ୯ରେ ବିଡ୍ ଦାଖଲ କରିପାରିବେ । ଏହି ଅଫରରେ ଇକ୍ୱିଟି ସେୟାର ପିଛା ଦାମ୍ ୪୫୬ ଟଙ୍କାରୁ ୪୮୦ ଟଙ୍କା ମଧ୍ୟରେ ଧାର୍ଯ୍ୟ କରାଯାଇଛି । ନିବେଶକମାନେ ସର୍ବନିମ୍ନ ୩୧ଟି ଇକ୍ୱିଟି ସେୟାରର ବିଡ୍ ଦାଖଲ କରିପାରିବେ ଏବଂ ସେଥିରେ ୩୧ଟି ଲେଖାଏଁ ଇକ୍ୱିଟି ସେୟାର ଯୋଡ଼ିପାରିବେ । କମ୍ପାନିର ଇନିସିଆଲ ପବ୍ଲିକ୍ ଅଫରରେ ୮୫୦ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଜାରି କରାଯିବ ଏବଂ ଅଫର ଫର ସେଲ୍ରେ ନିବେଶକମାନେ ୨୫୦ କୋଟି ଟଙ୍କାର ଇକ୍ୱିଟି ସେୟାରକୁ ବିକ୍ରି କରିବେ । ଏହି ଅଫରର ମୋଟ ଆକାର ହେଉଛି ୧୧୦୦ କୋଟଇ ଟଙ୍କା ।
ଅଫର ଫର ସେଲ୍ରେ ଏସ୍ଭିଜି ବିଜନେସ୍ ଟ୍ରଷ୍ଟ ପକ୍ଷରୁ ୨୫୦ କୋଟି ଟଙ୍କାର ଇକ୍ୱିଟି ସେୟାର ଜାରି କରାଯିବ । ଏହି ଆଇପିଓ ଜରିଆରେ ଯେଉଁ ପାଣ୍ଠି ସଂଗୃହୀତ ହେବ ତାହାକୁ ୧) ମହାରାଷ୍ଟ୍ରରେ ୧୨ଟି ନୂଆ ଷ୍ଟୋର୍ ଖୋଲିବା ଲାଗି ପାଣ୍ଠି ଭାବେ, ୨) କମ୍ପାନି ହାସଲ କରିଥିବା ଋଣକୁ ଆଂଶିକ କିମ୍ବା ସମ୍ପୂର୍ଣ୍ଣ ପରିଶୋଧ କରିବା ଏବଂ ୩) ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରାଯିବ । ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିୟମ ଅନୁସାରେ ଏହି ଅଫରର ୫୦ ପ୍ରତିଶତ ଇକ୍ୱିଟି ସେୟାରକୁ ଯୋଗ୍ୟ ସଂସ୍ଥାଗତ କ୍ରେତା (କ୍ୟୁଆଇବି)ମାନଙ୍କ ଲାଗି ସଂରକ୍ଷିତ ରଖାଯିବ ।
ତାହାର ୬୦ ପ୍ରତିଶତ ଇକ୍ୱିଟି ସେୟାରକୁ ସମାନୁପାତିକ ଭିତିରେ ଆଙ୍କର ନିବେଶକଙ୍କୁ ଦିଆଯାଇପାରିବ । ସେଥିରୁ ଏକ ତୃତୀୟାଂଶ ଇକ୍ୱିଟି ସେୟାର ଘରୋଇ ମ୍ୟୁଚୁଆଲ ଫଣ୍ଡ ଲାଗି ସଂରକ୍ଷିତ ରହିବ । ନିଟ କ୍ୟୁଆଇବିର ୫ ପ୍ରତିଶତ ଇକ୍ୱିଟି ସେୟାରକୁ ସମାନୁପାତିକ ଭିତିରେ ମ୍ୟୁଚୁଆଲ ଫଣ୍ଡ ଲାଗି ରଖାଯିବ । ଯଦି ମ୍ୟୁଚୁଆଲ ଫଣ୍ଡର ହାରାହାରି ଭାଗ କ୍ୟୁଆଇବି ଭାଗର ୫ ପ୍ରତିଶତରୁ କମ ରହିବ ତେବେ ତାହାକୁ କ୍ୟୁଆଇବି ଭାଗରେ ଯୋଡ଼ାଯିବ । ନିଟ ଅଫରର ୧୫ ପ୍ରତିଶତ ରାଶିକୁ ଅଣ ସଂସ୍ଥାଗତ ନିବେଶକମାନଙ୍କ ଲାଗି ରଖାଯିବ । ସେଥିରୁ ୩୫ ପ୍ରତିଶତ ଇକ୍ୱିଟି ସେୟାର ଖୁଚୁରା ନିବେଶକମାନଙ୍କ ଲାଗି ରହିବ ।
No Result
View All Result