No Result
View All Result
0୩ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ନୂତନ ସରକାର ଙ୍କର ନୂତନ ଯୋଜନା ମଧ୍ୟରେ ଅନ୍ୟତମ ଯୋଜନା ଟି ହେଉଛି ସୁଭଦ୍ରା ଯୋଜନା l ଅନେକ ପ୍ରତୀକ୍ଷା ର ଅନ୍ତ ଗଜଟିଛି ସତ କିନ୍ତୁ ବର୍ତମାନ ବିଭିର୍ନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସମ୍ମୁଖରେ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି l କାରଣ ପୂର୍ବରୁ ଉପଭୋକ୍ତା ଙ୍କର ଆବଶ୍ୟକତା ଅନୁଯାୟୀ କୌଣସି କାଗଜପତ୍ର ସଠିକ ନଥିଲା l ଏହାପୂର୍ବରୁ ଯେଉଁଭଳି ଯୋଜନାମାନ ଆଗତ ହେଉଥିଲା ସେଥିପାଇଁ ଏତେପରିମାଣରେ କାଗଜପତ୍ର ଆବଶ୍ୟକତା ପଡୁନଥିଲା l କାରଣ ସେତେବେଳେ ଯୋଗ୍ୟ ଓ ଅଯୋଗ୍ୟ ଙ୍କ ମଧ୍ୟରେ କୌଣସି ଫରକ ଦେଖାଯାଉନଥିଲା l ସବୁକିଛି ଦଳୀୟ ଡ଼ାଞ୍ଚା ରେ ହେଉଥିଲା ଏଣୁ ଆଜି ଯେତେବେଳେ ସମସ୍ତକାଗଜପତ୍ର ଗୁଡିକ କୁ ଡିଜିଟାଲ ମଧ୍ୟରେ ହେଉଛି ସେଥିପାଇଁ ପ୍ରବଳ ଭିଡ଼ ହେଉଛି l

ଏବେ ଭୁତ କୁ କିଏ ତାର ଠିକଣା କେଉଁଠି ସେଥିପାଇଁ ଆଧାର ଲିଙ୍କ ଫୋନ ନମ୍ବର ସଂଯୋଗ ଆଦି କାର୍ଯ୍ୟ ପାଇଁ ଉଭୟ ସାରଳାରୀ କାର୍ଯ୍ୟାଳୟ ରେ ଲମ୍ବା ଭିଡି ପରିଲକ୍ଷିତ ହେଉଛି l ଅଙ୍ଗନବାଡି କେନ୍ଦ୍ର ଠାରୁ ଭାରତୀୟ ଡାକ ସେବା କେନ୍ଦ୍ର ଆଦି କାର୍ଯ୍ୟାଳୟ ସମ୍ମୁଖରେ ରେ ପ୍ରବଳ ଭିଡ ହେଉଛି l ଗୋପ ବ୍ଲକ କାର୍ଯ୍ୟାଳୟ ରେ ଅନେକ କାର୍ଯ୍ୟ ର ସମାଧାନ ପାଇଁ ବନ୍ଦୋବସ୍ତ ଥିବା ସତ୍ତ୍ୱେ ତାହା ସଠିକ ରୂପେ ପରିଚାଳିତ ହେଉନାହିଁ l ଯଥା ବ୍ଲକ କାର୍ଯ୍ୟାଳୟ ଥିବା ଆଧାର ସଂଶୋଧନ କାର୍ଯ୍ୟାଳୟ ଟି ଅଧିକାଂଶ ସମୟରେ ବନ୍ଦ ରହୁଛି ଯାହାଫଳରେ କୀ ଦୂରଦୂରାନ୍ତରୁ ଆସୁଥିବା ବ୍ୟକ୍ତି ବିଶେଷ ମାନେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ଗୋପ ରେ ଥିବା ଡାକ ଘର ଟି ପ୍ରାୟ ଶହେ ବର୍ଷ ଧରି ଭଡା ଘର ଚାଲିଛି l ସେଥିପାଇଁ ଅନେକ କାର୍ଯ୍ୟ ହୋଇପାରୁନାହିଁ l ଯଦିଓ ପୂର୍ବ ଭଳି ସେମାନଙ୍କ ପାଇଁ ଆଉ ଭିଡ଼ କାର୍ଯ୍ୟ ନାହିଁ ତାହା ସତ୍ତ୍ୱେ ସାଧାରଣ ଜନତାମାନେ ଉପଯୁକ୍ତ ସେବାରୁ ବଞ୍ଚିତ ହେଉଛନ୍ତି l
ଆବଶ୍ୟକୀୟ କର୍ମଚାରୀ ନଥିବା ହେତୁ ଅନେକ ଭିଡ଼ ପାରିଲକଗୀତ ହେଉଥିବା ଶୁଣିବାକୁ ମିଳୁଚିନଲ l ବ୍ୟଙ୍କ ଗୁଡିକ ଙ୍କ କଥା ନକହିଲେ ଭଲ ମନଇଚ୍ଛା ଶାସନ ଚାଲିଛି ଆଉ ସେଥିପାଇଁ କୌଣସି ଆକଟ ମଧ୍ୟ ହେଉନାହିଁ l ଜନସେବା. କେନ୍ଦ୍ର ଓ ମୋ ସେବା କେନ୍ଦ୍ର ଆଦିରେ ସୁଭଦ୍ରା ଯୋଜନା ନିମନ୍ତେ ଆବଶ୍ୟକୀୟ ଅନୁଯାୟୀ ସରକାରୀ କାର୍ଯ୍ୟ ହେଉନାହିଁ l ଗୋପ ଅଙ୍ଗନବାଡି କେନ୍ଦ୍ର 01 ରେ ୱାର୍କର ପଦବୀ ଟି ପ୍ରାୟ 10 ବର୍ଷ ରୁ ଉର୍ଦ୍ଧ ହେଵ ଖାଲି ପଡିଥିବାରୁ ହେଲପର ଦ୍ଵାରା କାମ ପରିଚାଳିତ ହେଉଛି l ଯାହାଫଳରେ କୀ ଉକ୍ତ ସେଣ୍ଟର ର ଅଧିନସ୍ତ ପିଲାମାନେ ଅନ୍ୟ ୱାର୍ଡ ରେ ଥିବା ଅଙ୍ଗନବାଡି କେନ୍ଦ୍ର କୁ ପାଠ ପଡ଼ିବାକୁ ଯିବାକୁ ପଡୁଛି l ବର୍ତମାନ ସୁଭଦ୍ରା ଯୋଜନା ନିମନ୍ତେ ଆବଶ୍ୟକୀୟ ଅନୁଯାୟୀ କାର୍ଯ୍ୟ କେତେଦୂର ହେଵ ତାହା ସନ୍ଦେହ ଘେରରେ l ଯଦିଓ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ପକ୍ଷରୁ ଦୁର୍ନୀତି କୁ ରୋକିବା ନିମନ୍ତେ ଅନେକ ପ୍ରକାର ର ପଦକ୍ଷେପ ନେଉଛନ୍ତି ସତ କିନ୍ତୁ କେଉଁଠି ନା କେଉଁଠି ଗଳା ବାଟ ରହିଯାଉଛି l
ଯାହାଫଳରେ ସୂତା ଖିଆ କ ଯାକ ଅଡୁଆ ହୋଇଯାଉଛି ପ୍ରତେକ କାର୍ଯ୍ୟ ପାଇଁ ଜଣେ ଜଣେ ଅଭିଜ୍ଞାତା ସମ୍ପୂର୍ଣ ବ୍ୟକ୍ତି ଙ୍କୁ ନିଯୁକ୍ତି ଦେବା ଆବଶ୍ୟକ ରହିଛି l ଯାହାଦ୍ଵାରା କାର୍ଯ୍ୟ ଟି ସଠିକ ଓ ଉପଯୁକ୍ତ ସମୟରେ ହୋଇପାରିବ l ଆଉ ଯେଉଁଠି ଅନଭିଜ୍ଞ ବ୍ୟକ୍ତି ସବୁ ଦାୟିତ୍ୱ ରେ ରହିଛନ୍ତି ସେଠି ଏ ସବୁ ନୂଆ ନାଟକ ଦେଖିବାକୁ ମିଳୁଛି l ସରକାରୀ କାର୍ଯ୍ୟାଳୟ ଗୁଡିକ ସଠିକ ସମୟରେ ଖୋଲୁ ନାହିଁ ଅଧିକାରୀ ମାନେ ନିଜ ଇଚ୍ଛା ମୁତାବକ କାର୍ଯ୍ୟାଳୟ କୁ ଆସୁଛନ୍ତି ଯାହାଫଳରେ କୀ ସୁଭଦ୍ରା ଯୋଜନାରେ ଅନେକ ହିତାଧିକାରୀ ବଞ୍ଚିତ ରହିପାରନ୍ତି ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି l ଏଣୁ ରାଜ୍ୟ ସରକାର ଏଥିପ୍ରତି ଟିକେ ଦୁଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କଲେ ଯୋଜନାଗୁଡିକ ସଠିକ ଭବେ ହିତାଧିକାରୀ ଙ୍କ ପାଖରେ ପହଞ୍ଚିପାରିବ l ଅନ୍ୟଥା ପୁର୍ବ ସରକାର ଙ୍କ ସମୟରେ ଯେପରି ଭୁତ ପୋଷହେଉଥିଲେ ନୂତନ ସରକାର ଙ୍କ ସମୟରେ ତାହା ହିଁ ହେଵ ବୋଲି ଶୁଣିବାକୁ ମିଳୁଛି l
No Result
View All Result