• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଛାତ୍ର ସଂସଦ ନିର୍ବାଚନ ଦାବିରେ ରାସ୍ତାକୁ ଓହ୍ଲାଇବ ଛାତ୍ର କଂଗ୍ରେସ

Proprietor Abhimanyu Maharana by Proprietor Abhimanyu Maharana
September 3, 2024
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ରାଜନୀତି, ହୋମ୍
0
ଛାତ୍ର ସଂସଦ ନିର୍ବାଚନ ଦାବିରେ ରାସ୍ତାକୁ ଓହ୍ଲାଇବ ଛାତ୍ର କଂଗ୍ରେସ
Share on FacebookShare on TwitterWhatsapp

0୩ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀରେ କହିଲେ ଯେ ଆଇନ ମନ୍ତ୍ରୀ ଏବର୍ଷ ଛାତ୍ର ସଂସଦ ନିର୍ବାଚନ ନ ହେବା ନେଇ ଘୋଷଣା କରିବା ଦୁର୍ଭାଗ୍ୟଜନକ । ବିଜେଡ଼ି ରାସ୍ତାରେ ବିଜେପି ସରକାର ଯାଉଛି ବୋଲି ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି । ଗତ ୨୦୧୭ ମସିହାରେ ଶେଷ ନିର୍ବାଚନ ହୋଇଥିଲା । ୧୮ ଅଗଷ୍ଟ୨୦୧୭ ତାରିଖରେ ନିର୍ବାଚନ ସିଡୁଲ ଘୋଷଣା କରାଯାଇଥିଲା । ୨୦୨୪ ରେ ଅଗଷ୍ଟ ୧୯ ତାରିଖ ଦିନ ନିର୍ବାଚନ ହେବ ନାହିଁ ବୋଲି ଆଇନ ମନ୍ତ୍ରୀ ଘୋଷଣା କଲେ । ମାତ୍ର ଗୋଟିଏ ଦିନ ପରେ କହିଲେ ଯେ ନୂଆ ସରକାର, ସମୟର ଅଭାବ ଏବଂ ପ୍ରସ୍ତୁତିର ଅଭାବ ପାଇଁ ନିର୍ବାଚନ ହୋଇପାରିବ ନାହିଁ । ମୂଳ କଥାଟି ହେଉଛି ସରକାରୀ କଳକୁ ଲଗାଇ ସମସ୍ତ ସରକାରୀ ଏବଂ ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟ ମାନଙ୍କୁ କବଜା କରିବାପାଇଁ ଷଡ଼ଯନ୍ତ୍ର ଚାଲିଛି । ସେଥିପାଇଁ ଆରବର୍ଷ ନିର୍ବାଚନ କରିବାପାଇଁ କୁହାଗଲା ।

ହୁଏତ ଆରବର୍ଷ ନିର୍ବାଚନ ନ ହୋଇବି ପାରେ । ଯେପରି ବିଭିନ୍ନ ଆଳରେ ୨୦୧୭ ମସିହା ଠାରୁ ୨୦୨୩ ମସିହା ପର୍ଯ୍ୟନ୍ତ ବିଜେଡ଼ି ସରକାର ରାଜ୍ୟରେ ବିଭିନ୍ନ ଆଳନେଇ ନିର୍ବାଚନ ବନ୍ଦ କଲେ । କ୍ୟାମ୍ପସରେ ହିଂସା ଆଳରେ ୨୦୧୯, ୨୦୨୨ ଓ ୨୦୨୩ ରେ ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ କରିଦିଆଗଲା । ୨୦୨୦ ଓ ୨୦୨୧ରେ କରୋନା ପାଇଁ ଏବଂ ୨୦୧୮ରେ ତିତିଲି ମହାବାତ୍ୟା ପାଇଁ ନିର୍ବାଚନ ବନ୍ଦ ହୋଇଥିଲା । ଏଠାରେ ଉଲ୍ଲେଖ୍ୟ ଯୋଗ୍ୟଯେ ଏବିଭିପି ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ହାଇକୋର୍ଟରେ କେସ କରିଥିଲା ମାତ୍ର ଏବେ ଏହାର ଆଭିମୁଖ୍ୟ ବଦଳି ଯାଇଛି । ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ନିର୍ବାଚନ ବନ୍ଦ ଘୋଷଣାକୁ ଏବିଭିପି ପକ୍ଷରୁ ସ୍ୱାଗତ କରାଯାଇଛି । ଶ୍ରୀ ପ୍ରଧାନ କହିଛନ୍ତିଯେ ଛାତ୍ର ମାନଙ୍କର ଗଣତନ୍ତ୍ର ଅଧିକାରକୁ ଏହାଦ୍ୱାରା ହତ୍ୟା କରାଯାଉଛି । ପୂର୍ବରୁ ଛାତ୍ର ବିଜେଡ଼ିର କର୍ମକର୍ତାମାନେ କଲେଜ ଓ ୟୁନିର୍ଭସିଟିରେ ଅପରାଧିକ କାର୍ଯ୍ୟ କରୁଥିଲେ । ହସଟେଲ ଅସୁରକ୍ଷିତ ଥିଲା । ଛାତ୍ରୀମାନେ ନିଜକୁ କ୍ୟାମ୍ପସରେ ସୁରକ୍ଷିତ ମନେ କରୁଥିଲେ । କ୍ୟାମ୍ପସରେ ର‌୍ୟାଗିଂ ଚାଲୁଥିଲା ।

ର‌୍ୟାଗିଂ କ୍ଷେତ୍ରରେ ଦେଶରେ ଓଡ଼ିଶାର ସ୍ଥାନ ତୃତୀୟ । ବିଜେବିି କଲେଜର ଛାତ୍ରୀ ରୁଚିକା ମହାନ୍ତି ର‌୍ୟାଗିଂରେ ଶିକାର ହୋଇ ଆତ୍ମହତ୍ୟା କଲେ । ବିଜୁ ଛାତ୍ର ଜନତା ଛାତ୍ର ସଂଗଠନ ପକ୍ଷରୁ କ୍ୟାମ୍ପସ କମିଟି କରାଯାଇ ସବୁ ସରକାରୀ ଶିକ୍ଷାନୁଷ୍ଠାନରେ ଦୌରାତ୍ମ୍ୟ କରାଯାଉଥିଲା । କ୍ୟାମ୍ପସ କମିଟିର ସଭ୍ୟମାନେ ର‌୍ୟାଗିଂ କରୁଥିଲେ । ଶିକ୍ଷାନୁଷ୍ଠାନର ଉନ୍ନୟନମୂଳକ କାର୍ଯ୍ୟପାଇଁ ଆସୁଥିବା ସରକାରୀ ଅର୍ଥକୁ ହଡ଼ପ କରାଯାଉଥିଲା । ରମାଦେବୀର ପାଚେରୀ ନିର୍ମାଣର ଦୁଇଦିନ ମଧ୍ୟରେ ଭୁଷୁଡ଼ି ପଡ଼ିବା ଏବଂ ଉôଦଘାଟନ ଦିନ ବାଙ୍କ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଖେଳପଡ଼ିଆର ଗ୍ୟାଲେରି ଭୁଷୁଡ଼ି ପଡ଼ିବା ଘଟଣାରୁ ଏହା ସ୍ପଷ୍ଟ । ଓଡ଼ିଶାର ସମସ୍ତ ସରକାରୀ କଲେଜ ଓ ୟୁନିଭର୍ସିଟି ଏବଂ ଅନୁଦାନ ପ୍ରାପ୍ତ କଲେଜ ମାନଙ୍କରେ ଶିକ୍ଷକ ଓ ଅଣଶିକ୍ଷକ ପଦବୀରେ ଘୋର ଅଭାବ ରହିଛି । ଭିର୍ତିଭୁମି ଅତ୍ୟନ୍ତ ଦୁର୍ବଳ ।

ସୁତରାଂ ଛାତ୍ରମାନଙ୍କର ସ୍ୱାର୍ଥ ଏବଂ ଶିକ୍ଷାନୁଷ୍ଠାନର ଉନ୍ନତି ପାଇଁ ସ୍ୱର ଉତୋଳନ କରିବାପାଇଁ ଛାତ୍ର ପ୍ରତିନିଧି ମାନଙ୍କର ଆବଶ୍ୟକତା ରହିଛି । ନିର୍ବାଚିତ ଛାତ୍ର ପ୍ରତିନିଧି ନ ରହିଲେ ଶିକ୍ଷାନୁଷ୍ଠାନରେ ଉନ୍ନତି ଓ ଶୃଙ୍ଖଳା ସମ୍ଭବପର ନୁହେଁ । ସୁତରାଂ ବିଜେଡ଼ି ପରି ବିଜେପି ସରକାର ମଧ୍ୟ ଛାତ୍ରମାନଙ୍କୁ ତାଙ୍କର ଗଣତାନ୍ତ୍ରିକ ଅଧିକାରରୁ ବଂଚିତ କରିବା ଷଡଯନ୍ତ୍ରକୁ ଛାତ୍ର କଂଗ୍ରେସ ସହ୍ୟ କରିବ ନାହିଁ । ଛାତ୍ର ସଂସଦ ନିର୍ବାଚନ ଦାବିରେ ଛାତ୍ର କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବା ପାଇଁ ନିଷ୍ପତି ଗ୍ରହଣ କରିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ରେଭେନ୍ସା ମହାବିଦ୍ୟାଳୟର ନାମ ପରିବର୍ତନ ପାଇଁ ଯେଉଁ ବ୍ୟକ୍ତିଗତ ବକ୍ତବ୍ୟ ଦେଇଥିଲେ ତାହା ନିନ୍ଦନୀୟ ବୋଲି ପ୍ରଦେଶ ଛାତ୍ର କଂଗ୍ରେସର ପୂର୍ବତନ ସଭାପତି ୟାସିର ନୱାଜ କହିଥିଲେ । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନାମ ପରିବର୍ତନ ଡ୍ରାମାରେ ନମାତି ରେଭେନ୍ସାକୁ ଏକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପରିଣତ କରିବାକୁ ଉଦ୍ୟମ କରନ୍ତୁ ।

କେବଳ ଚର୍ଚ୍ଚାରେ ରହିବାପାଇଁ ଧର୍ମେନ୍ଦ୍ର ପ୍ରଧାନ ଏହି ବକ୍ତବ୍ୟ ଦେଇଛନ୍ତି । ସେ ଶିକ୍ଷମନ୍ତ୍ରୀ ଭାବରେ ତାଙ୍କ ବିଭାଗରେ ଓଡ଼ିଶାରେ କିଛି କରିନାହାନ୍ତି । କେନ୍ଦ୍ର ବିଦ୍ୟାଳୟ ଠାରୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ସବୁଠାରେ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ପୂରଣ ହୋଇପାରୁ ନାହିଁ । ଠିକା ଶିକ୍ଷକ ପାଠ ପଢ଼ାଉ ଛନ୍ତି । ଥମାସ ଏଡୱାଡ ରେଭେନ୍ସା ନିଜ ନାମରେ ଏହି ଶିକ୍ଷାନୁଷ୍ଠାନକୁ ନିଜ ନାମରେ ନାମିତ କରିନଥିଲେ ବରଂ ତାଙ୍କର ଅତୁଲ୍ୟ ଅବଦାନ ପାଇଁ ମୟୁରଭଞ୍ଜ ରାଜା କୃଷ୍ଣଚନ୍ଦ୍ର ଭଞ୍ଜଦେଓ ଏହି ଶିକ୍ଷାନୁଷ୍ଠାନର ନାମ ରେଭେନ୍ସା ରଖିଥିଲେ । ଏହି ଶିକ୍ଷାନୁଷ୍ଠାନରୁ ଅସୁମାରୀ ରାଜନେତା, ବୈଜ୍ଞାନିକ, ସାହିତ୍ୟକ, କବି, ସମାଜସେବୀ ସୃଷ୍ଟି ହୋଇଛନ୍ତି । କେହି ଏଭଳି ବିକୃତ କଥା କହିନଥିଲେ ।

ଏପରିକି ମଧୁବାବୁ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ, ନିଳମଣି ରାଉତରାୟ, ନନ୍ଦିନି ଶତପଥି ଏବଂ ଜାନକୀ ବଲ୍ଲଭ ପଟ୍ଟନାୟକ, ଯେଉଁମାନେକି ଏହି ମଣିଷ ତିଆରି କାରଖାନାରୁ ସୃଷ୍ଟି ହୋଇଛନ୍ତି ସେମାନେ କେବେ ରେଭେନ୍ସା କଲେଜର ନାମ ପରିବର୍ତନ କଥା କହିନଥିଲେ ।ଫକୀର ମୋହନ ତାଙ୍କ ଉତ୍କଳ ଭ୍ରମଣ କବିତାରେ ରେଭେନ୍ସାଙ୍କର ଗୁଣଗାନ କରିଛନ୍ତି । ରେଭେନ୍ସା ଓଡ଼ିଶାରେ ଶିକ୍ଷାର ପ୍ରଚଳନ ପାଇଁ ପ୍ରଶ୍ନସନୀୟ ଉଦ୍ୟମ କରିଥିଲେ । ସେ ଏହି ଶିକ୍ଷାନୁଷ୍ଠାନର ନାମ କଟକ କଲେଜ ବୋଲି ଦେଇଥିଲେ । କୃଷ୍ଣଚନ୍ଦ୍ର ଭଞ୍ଜ ଦେଓ ଏହି ଶିକ୍ଷାନୁଷ୍ଠାନର ନାମ ରେଭେନ୍ସା ଦେଇଥିଲେ । ଏଣୁ ଏଥିରେ ରେଭେନ୍ସାଙ୍କର ଦୋଷ କଉଠି ରହିଲା । କେବଳ ସେତିକି ନୁହେଁ ନାରୀ ଶିକ୍ଷା ପାଇଁ ସେ ରେଭେନ୍ସା ବାଳିକା ବିଦ୍ୟାଳୟ ମଧ୍ୟ କରିଥିଲେ । ରେଭେନ୍ସା କଲେଜୟଟ ସ୍କୁଲ ମଧ୍ୟ ତାଙ୍କର ଅବଦାନ । ନାମ ବଦଳାଇ ଦେଲେ ଶିକ୍ଷାନୁଷ୍ଠାନର ଶୈଖିକ ବାତାବରଣ ବଦଳିଯିବ ନାହିଁ । ଶିକ୍ଷାମନ୍ତ୍ରୀ ଏହି ବିକୃତ ମାନସିକତାରୁ ନିବୃତ ରୁହନ୍ତୁ ବୋଲି ୟାସିର ନୱାଜ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବିଶ୍ୱଭୂଷଣ ମହାପାତ୍ର ଏବଂ ଶ୍ରୀକାନ୍ତ ବିଶ୍ୱାଳ ଉପସ୍ଥିତ ଥିଲେ ।  

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରିଜିଓନାଲ ଏଆଇଏମ ସମ୍ବାଦ-ଇଷ୍ଟ ଚାପ୍ଟର ଆୟୋଜିତ

Bhubaneswar Hosts Regional AIM SUMVAAD to Drive Innovation and Collaboration Across Eastern India

July 6, 2026
ରିଜିଓନାଲ ଏଆଇଏମ ସମ୍ବାଦ-ଇଷ୍ଟ ଚାପ୍ଟର ଆୟୋଜିତ

ରିଜିଓନାଲ ଏଆଇଏମ ସମ୍ବାଦ-ଇଷ୍ଟ ଚାପ୍ଟର ଆୟୋଜିତ

July 6, 2026
ତୁରେକେଲାରେ ୭୭ତମ ବନ ମହୋତ୍ସବ : ଆଗାମୀ ପିଢ଼ି ପାଇଁ ଗଛ ଲଗାଇବାକୁ ଆହ୍ୱାନ

ତୁରେକେଲାରେ ୭୭ତମ ବନ ମହୋତ୍ସବ : ଆଗାମୀ ପିଢ଼ି ପାଇଁ ଗଛ ଲଗାଇବାକୁ ଆହ୍ୱାନ

July 6, 2026
ମହାପ୍ରଭୁଙ୍କ ସେବାରେ ସର୍ବକନିଷ୍ଠ ଦଇତାପତି ଶ୍ରୀଅଂଶ

ମହାପ୍ରଭୁଙ୍କ ସେବାରେ ସର୍ବକନିଷ୍ଠ ଦଇତାପତି ଶ୍ରୀଅଂଶ

July 6, 2026

Recent News

ରିଜିଓନାଲ ଏଆଇଏମ ସମ୍ବାଦ-ଇଷ୍ଟ ଚାପ୍ଟର ଆୟୋଜିତ

Bhubaneswar Hosts Regional AIM SUMVAAD to Drive Innovation and Collaboration Across Eastern India

July 6, 2026
ରିଜିଓନାଲ ଏଆଇଏମ ସମ୍ବାଦ-ଇଷ୍ଟ ଚାପ୍ଟର ଆୟୋଜିତ

ରିଜିଓନାଲ ଏଆଇଏମ ସମ୍ବାଦ-ଇଷ୍ଟ ଚାପ୍ଟର ଆୟୋଜିତ

July 6, 2026
ତୁରେକେଲାରେ ୭୭ତମ ବନ ମହୋତ୍ସବ : ଆଗାମୀ ପିଢ଼ି ପାଇଁ ଗଛ ଲଗାଇବାକୁ ଆହ୍ୱାନ

ତୁରେକେଲାରେ ୭୭ତମ ବନ ମହୋତ୍ସବ : ଆଗାମୀ ପିଢ଼ି ପାଇଁ ଗଛ ଲଗାଇବାକୁ ଆହ୍ୱାନ

July 6, 2026
ମହାପ୍ରଭୁଙ୍କ ସେବାରେ ସର୍ବକନିଷ୍ଠ ଦଇତାପତି ଶ୍ରୀଅଂଶ

ମହାପ୍ରଭୁଙ୍କ ସେବାରେ ସର୍ବକନିଷ୍ଠ ଦଇତାପତି ଶ୍ରୀଅଂଶ

July 6, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରିଜିଓନାଲ ଏଆଇଏମ ସମ୍ବାଦ-ଇଷ୍ଟ ଚାପ୍ଟର ଆୟୋଜିତ

Bhubaneswar Hosts Regional AIM SUMVAAD to Drive Innovation and Collaboration Across Eastern India

July 6, 2026
ରିଜିଓନାଲ ଏଆଇଏମ ସମ୍ବାଦ-ଇଷ୍ଟ ଚାପ୍ଟର ଆୟୋଜିତ

ରିଜିଓନାଲ ଏଆଇଏମ ସମ୍ବାଦ-ଇଷ୍ଟ ଚାପ୍ଟର ଆୟୋଜିତ

July 6, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version