No Result
View All Result
0୨ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପିପିଲି :-> ରେଜିଷ୍ଟ୍ରି ହୋଇଥିବା ଜମି ଦଲିଲ୍ ପ୍ରଦାନ ଦାବିରେ ସବ୍ ରେଜିଷ୍ଟ୍ରାର ଙ୍କ କାର୍ଯ୍ୟାଳୟ ଘେରାଉ କଲା ଜାତୀୟ ଦଳିତ ମହାସଂଘ। ଆଜି ପୂର୍ବାହ୍ନ ରେ ମହାସଂଘ ର ରାଜ୍ୟ ସଭାପତି ବିଜୟ ସେଠୀଙ୍କ ନେତୃତ୍ୱରେ ଶତାଧିକ ମହିଳା ଓ ପୁରୁଷ ପିପିଲି ସବରେଜିଷ୍ଟାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରି ନ୍ୟାୟ ଦାବି ପାଇଁ ଧାରଣାରେ ବସିଛନ୍ତି। ପିପିଲି ସବରେଜିଷ୍ଟାର ଓ ଅଫିସ୍ ର ବଡ଼ ବଡ଼ ବାବୁ ମାନଙ୍କ ବିରୋଧରେ ଲାଞ୍ଚ କାରବାର, ଦଲିଲ୍ ନ ଦେବା ଓ ଜାଲିଆତି କରି ଜମି ବିକ୍ରି କରିଥିବା ଅଭିଯୋଗର ପ୍ରତିବାଦ କରି ବିଭିନ୍ନ ନାରାବାଜି କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏଥିସହିତ ଜମି କିଣିଥିବା ପ୍ରଦୀପ୍ତ ଭୋଇଙ୍କୁ ତୁରନ୍ତ ରେଜିଷ୍ଟ୍ରି ଦଲିଲ୍ ପ୍ରଦାନ କରିବାକୁ ମହାସଂଘ ଦାବି କରିଛି ।
ପ୍ରାୟ ୩ ଘଣ୍ଟା ଧାରଣା ପ୍ରତିବାଦ ପରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପିପିଲି ତହସିଲଦାର ଙ୍କୁ ମହାସଂଘ ପକ୍ଷରୁ ଦାବି ପତ୍ର ପ୍ରଦାନ କରାଯାଇଥିଲା। ଆଗାମୀ ୧୦ ଦିନ ମଧ୍ୟରେ ଦାବି ପୂରଣ ନହେଲେ ଆନ୍ଦୋଳନ ତିବ୍ରତର ହେବ ବୋଲି ଦଳିତ ମହାସଂଘ ର ସଭାପତି ବିଜୟ ସେଠୀ ଓ ସୋନାଲିନ ସେଠୀ ଚେତାବନୀ ଦେଇଛନ୍ତି। ସୂଚନାଯୋଗ୍ୟ ଯେ,ଗତ ୨୨ ତାରିଖ ଦିନ ସଙ୍ଗଳେଇ ଶାସନ ଗ୍ରାମର ଜିତେନ୍ଦ୍ର ପଣ୍ଡା ନିଜ ଅଂଶ ଜମିକୁ ସେହି ଗ୍ରାମର ଭୂମିହୀନ ବ୍ୟକ୍ତି ପ୍ରଦୀପ୍ତ ଭୋଇଙ୍କୁ ବିକ୍ରି କରିଥିଲେ।
ସେହି ଜମିକୁ କିଣିଥିବା ବାବଦରେ ପ୍ରଦୀପ୍ତ ସବରେଜିଷ୍ଟାର ଅଫିସ୍ ଚାର୍ଜ ସହ ଅଫିସ୍ କର୍ମଚାରୀଙ୍କୁ ଅଧିକ ୧୦ ହଜାର ଟଙ୍କା ଦେଇ ରେଜିଷ୍ଟ୍ରି କରିଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ପ୍ରଦୀପ୍ତ ଭୋଇଙ୍କୁ ଟିକଟ ମିଳିନଥିବା ବେଳେ ରେଜିଷ୍ଟ୍ରି ଦଲିଲ୍ ତାଙ୍କୁ ମିଳିପାରିନାହିଁ। ସେପଟେ ଆଉ ଏକ ଅଭିଯୋଗ ହୋଇଛି ଏଭଳି ଜାଲିଆତି କରି ଜମି ବିକ୍ରି ଏବଂ ଦଳିତ ମାନଙ୍କୁ ଅତ୍ୟାଚାର ଅଭିଯୋଗରେ ଦଳିତ ମହାସଂଘ ଆଜି ଏହାର ପ୍ରତିବାଦ କରି ସବ୍ ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଅନ୍ୟପଟେ ଜମି ଦଲିଲ୍ କାର୍ଯ୍ୟ କୋର୍ଟର ନିର୍ଦ୍ଦେଶ ଅନୁଯାୟୀ ଅଟକ ରହିଥିବାରୁ ଦଲିଲ୍ ହୋଇପାରୁନଥିବା ସବ୍ ରେଜିଷ୍ଟ୍ରାର କ୍ରୀଷ୍ଣା ପାଢ଼ୀ କହିଛନ୍ତି। ଅନ୍ୟ ଅଭିଯୋଗ ବାବଦରେ ଲିଖିତ ପତ୍ର ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସବ୍ ରେଜିଷ୍ଟ୍ରାର ଶ୍ରୀମତୀ ପାଢ଼ୀ କହିଛନ୍ତି।
No Result
View All Result