No Result
View All Result
0୨ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ଭାରତୀୟ ଜୀବନ ବୀମା ବାଲୁଗାଁ ଶାଖା କାର୍ଯ୍ୟାଳୟରେ ୬୮ତମ ବୀମା ସପ୍ତାହ ଦିବସ ପାଳନ ହୋଇଥିଲା, ଏହି ପରିପ୍ରେକ୍ଷୀରେ ଶାଖା ପରିଚାଳକ ଅନୟ କୁମାର ମହାନ୍ତି ଙ୍କ ନେତୃତ୍ୱରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା, ପ୍ରଥମେ ପ୍ରଦୀପ ପ୍ରଜ୍ବଳନ କରିଥିଲେ ଅତିଥି କ୍ରୀଷ୍ଣା ଶୀକାରି ସିକୋକାଇ କରାଟି ଜାତୀୟ ପଦାଧିକାରୀ,ରଜତ କୁମାର ମହନ୍ତ ବିଶିଷ୍ଟ କ୍ରୀଡାବିତ୍, ଦେବଦତ୍ତ ପାତ୍ର ବିଶିଷ୍ଟ ବ୍ୟବସାୟୀ, ଶାଖା ପରିଚାଳକ ଅନୟ କୁମାର ମହାନ୍ତି,

ଉପ ଶାଖା ପରିଚାଳକ ଆଲୋକ ତୀକ୍ରୀ , ଉନ୍ନୟନ ଅଧିକାରୀ ଉମାକାନ୍ତ ପଟ୍ଟନାୟକ, ପ୍ରମୋଦ ସାହୁ, ସିଏଲଆଇ ସଭାପତି ଅମିତାଭ ପଟ୍ଟନାୟକ, ଭବାନୀ ଶଙ୍କର ସୁବୁଦ୍ଧି,ଲିଆଫି ସଂଘର ସଭାପତି ତ୍ରିଲୋଚନ ସାହୁ, କୋଷାଧ୍ୟକ୍ଷ ଅକ୍ଷୟ କୁମାର ସାହୁ, ଦିଲ୍ଲିପ ସାମନ୍ତସିଂହାର, ଶିବଶକ୍ତି ଶାଷମଲ , ଦିଲ୍ଲିପ କୁମାର ସ୍ବାଇଁ,ତୃତୀୟ ଶ୍ରେଣୀ କର୍ମଚାରୀ ସଂଘ ର ସଭାପତି ପ୍ରଦୀପ ବଳବନ୍ତରାୟ , ଆସ୍ତିକ କୁମାର ଦଳେଇ । ନିଗମର ସୁଗମ ସଂଗିତ ସମୂହ ଗାନ କରିଥିଲେ ।

ପ୍ରଥମେ ବକ୍ତବ୍ୟ ପ୍ରଦାନ କରିଥିଲେ ଶାଖା ପରିଚାଳକ ଅନୟ କୁମାର ମହାନ୍ତି , ଭାରତୀୟ ଜୀବନ ବୀମା ଉପରେ ଆଲୋକପାତ କରିଥିଲେ, ୧୯୫୬ମସିହାରୁ ଆରମ୍ଭ ହୋଇ ଆଜି ୬୮ ବର୍ଷରେ ପଦାର୍ପଣ କରିଛି , ଭାରତୀୟ ଜୀବନ ବୀମା ନିରନ୍ତର ଭାବରେ ଲୋକ ମାନଙ୍କୁ ସେବା ପ୍ରଦାନ କରିଆସୁଛି । ବକ୍ତବ୍ୟ ପ୍ରଦାନ କରିଥିଲେ କ୍ରୀଷ୍ଣା ଶୀକାରି , ପ୍ରମୋଦ ସାହୁ, ଆସ୍ତିକ ଦଳେଇ, ଅମିତାଭ ପଟ୍ଟନାୟକ, ତ୍ରିଲୋଚନ ସାହୁ।ସଭାକୁ ପରିଚାଳନା କରିଥିଲେ ମୋହିତ କୁମାର ପଟେଲ ।


No Result
View All Result