No Result
View All Result
୩୧ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କନ୍ଧମାଳ :-> ସ୍ୱାୟତ୍ତ ଶାସନ ଦିବସ ଅବସରରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ପୌର ପରିଷଦ ପକ୍ଷରୁ ଦୁଇ ଦିନିଆ ଫୁଟବଲ୍ ଟୁର୍ନାମେଣ୍ଟ ଫୁଲବାଣୀ କରୋନେସନ ପଡ଼ିଆରେ ଉଦ୍ଘାଟିତ ହୋଇଯାଇଛି । ଏଥିରେ ଜିଲାର ବିଭିନ୍ନ ଅଞ୍ଚଳର ୮ଟି ଟିମ୍ ଭାଗନେଇଥିବା ବେଳେ ଉଦଘାଟନୀ ଉତ୍ସବରେ ଅତିଥି ଭାବେ ପୌର ପରିଷଦ ଉପାଧ୍ୟକ୍ଷା ଶ୍ରୀମତି ପାୟଲ ବେହେରାଙ୍କ ସମେତ ନିର୍ବାହୀ ଅଧିକାରୀ ସୁଜିତ୍ କୁମାର ଚୌଧୁରୀ, କାଉନସିଲର ମୃତ୍ୟୁଞ୍ଜୟ ପେରା,
ସ୍ନେହଲତା ପ୍ରଧାନ, ସୁଶ୍ରୀ ବିରଜା କହଁର, ତ୍ରିଲୋଚନ କହଁର, ରମେଶ ଚନ୍ଦ୍ର ମହାନ୍ତି, ନିବେଦିତା ପାତ୍ର, ଟୁନି ସେଠୀ, ରାଜେନ୍ଦ୍ର କୁମାର ପାଢୀ, ଶ୍ରୀବତ୍ସ ବେହେରା, ବସନ୍ତ ସାହାଣୀ, ଆର. ବନଜା ପଟ୍ଟନାୟକ ଏବଂ ସୁଶ୍ରୀ ମାଧବୀ ମିଶ୍ର ପ୍ରମୁଖ ଯୋଗଦେଇଥିଲେ । ଟୁର୍ନାମେଣ୍ଟରେ ମୋଟ ୮ଟି ଦଳ ମଧ୍ୟରୁ ନାରାୟଣୀ କ୍ଳବ, ଆର. ନୂଆଗାଁ, ବୁଢାଦାନି ଓ ଏନଟିଏସ୍ ସ୍ପୋର୍ଟ୍ସ ବିଜୟ ଲାଭ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି । ଏଥିରେ ବିଜୟୀ ଦଳକୁ ଟ୍ରଫି ସହିତ ଅର୍ଥ ରାଶି ପ୍ରଦାନ କରାଯିବ ।
ମ୍ୟାଚ୍ କମିଶନର ଶଙ୍କର ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ଟୁର୍ନାମେଣ୍ଟକୁ ରେଫରି ନିଖିଳ କହଁର, ସୁଶିଲ୍ ବେହେରା, ସରୋଜ ମଲିକ, ଉମେଶ ଚନ୍ଦ୍ର ମାଝୀ, ଜଗନ୍ନାଥ କହଁର, ଉଦୟ ଶଙ୍କର ବେହେରା, ପ୍ରତାପ ପ୍ରଧାନ ପ୍ରମୁଖ ପରିଚାଳନା କରୁଛନ୍ତି । ବିଭିନ୍ନ ସମୟରେ ବିଭିନ୍ନ ଅତିଥିମାନେ ସାମିଲ୍ ହୋଇ ଖେଳାଳିମାନଙ୍କୁ ଉତ୍ସାହିତ କରୁଥିବା ବେଳେ ହଜାର ହଜାର ସଂଖ୍ୟାରେ ଦର୍ଶକ ଉପସ୍ଥିତ ରହି ଖେଳକୁ ଉପଭୋଗ କରିଥିଲେ।
No Result
View All Result