• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରିସର୍ଜେଂଟ୍ ଓଡ଼ିଶା ୨୦୨୪ : ପ୍ରତିରକ୍ଷା ଓ ଏରୋସ୍ପେସ ଉପରେ ଓଡ଼ିଶା ସରକାରଙ୍କ ଗୁରୁତ୍ୱ

Proprietor Abhimanyu Maharana by Proprietor Abhimanyu Maharana
August 31, 2024
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ରିସର୍ଜେଂଟ୍ ଓଡ଼ିଶା ୨୦୨୪ :  ପ୍ରତିରକ୍ଷା ଓ ଏରୋସ୍ପେସ ଉପରେ ଓଡ଼ିଶା ସରକାରଙ୍କ ଗୁରୁତ୍ୱ
Share on FacebookShare on TwitterWhatsapp

୩୧ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଓଡ଼ିଶା ସରକାର ପ୍ରତିରକ୍ଷା ଓ ଏରୋସ୍ପେସ୍ କ୍ଷେତ୍ରକୁ ଅଗ୍ରାଧିକାର ପ୍ରଦାନ କରୁଛନ୍ତି । ଆଗାମୀ ଦିନରେ ମଧ୍ୟ ଏହା ଉପରେ ସରକାରଙ୍କ ଗୁରୁତ୍ୱ ବଜାୟ ରହିବ । ଏହି କ୍ଷେତ୍ର ଲାଗି ବିଭିନ୍ନ ପ୍ରକାର ସୁବିଧାସୁଯୋଗ ରହିଛି ଯାହାକୁ ନିବେଶକମାନେ ହାସଲ କରିପାରିବେ ବୋଲି ଇପିକଲର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କଲ୍ୟାଣ ମହାନ୍ତି କହିଛନ୍ତି । ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ୍ (ୟୁସିସିଆଇଏଲ୍‌) ପକ୍ଷରୁ ଜନତା ମଇଦାନଠାରେ ଆୟୋଜନ କରାଯାଇଥିବା ତିନିଦିନିଆ ଗ୍ଲୋବାଲ୍ ଟ୍ରେଡ୍ ସୋ’ ‘ରିସର୍ଜେଂଟ୍ ଓଡ଼ିଶା ୨୦୨୪’ର ଦ୍ୱିତୀୟ ଦିନରେ ପ୍ରତିରକ୍ଷା କ୍ଷେତ୍ରରେ ରହିଥିବା ସୁଯୋଗ ଉପରେ ଆଲୋଚନା କରିବା ଅବସରରେ ଶ୍ରୀ ମହାନ୍ତି ଏହି ସୂଚନା ଦେଇଛନ୍ତି ।

ଏହି ପ୍ୟାନେଲ୍ ଆଲୋଚନାରେ ଏରୋସ୍ପେସର ସିଇଓ ଗୁରୁ ବିଶ୍ୱାଳ, ହାଲ୍ (କୋରାପୁଟ)ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁଧାଂଶୁ ମୋହନ ଜେନା, ଇନଫାଂଟ୍ରିର ପୂର୍ବତନ ଡିଜି ଲେଫଟନାଂଟ ଜେନେରାଲ ଏ କେ ସାମନ୍ତରା ଓ କରୋଜନ ପ୍ରୋଟେକ୍ସନର ଜ୍ଞାନ ରଞ୍ଜନ ମହାନ୍ତି ଯୋଗ ଦେଇଥିଲେ । ରାଜ୍ୟରେ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କରିବା ଲାଗି ରହିଥିବା ସୁଯୋଗ ଓ ଆହ୍ୱାନ ଉପରେ ସେମାନେ ଆଲୋକପାତ କରିଥିଲେ । ବିଶେଷ କରି ଯେଉଁ ଷ୍ଟାର୍ଟଅପଗୁଡ଼ିକ ଏହି କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ସେମାନେ ପ୍ରତିରକ୍ଷା ବିଭାଗ ଯେଉଁ ଗୁଣାତ୍ମକ ମାନ ଚାହୁଁଛି ତାହା ନିହାତି ଜାଣିବା ଦରକାର ବୋଲି କହିଥିଲେ । ଉଦୀୟମାନ ଉଦ୍ୟୋଗୀଙ୍କୁ ଶିଳ୍ପ ପରିଭ୍ରମଣରେ ନେବାର ଆବଶ୍ୟକତା ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା । ୟୁସିସିଆଇଏଲର ବ୍ରିଗେଡିୟର ଏଲ ସି ପଟ୍ଟନାୟକ ସଂଯୋଜକ ଭାବେ ଏହି ଅଧିବେଶନର ପରିଚାଳନା କରିଥିଲେ ।

ଓଡ଼ିଶାରେ ଲଜିଷ୍ଟିକ୍ସ ଓ ପରିବହନ ଭିତିଭୂମି ସମ୍ପର୍କିତ ଆଲୋଚନା ଚକ୍ରରେ ବିକଳ୍ପ ପରିବହନ ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା । ବାତ୍ୟା ପ୍ରବଣ ଓଡ଼ିଶାରେ ରିଲିଫ୍ ଓ ମେଡିକାଲ୍ ସାମଗ୍ରୀ ଲୋକମାନଙ୍କ ପାଖରେ ପହଂଚାଇବା ଲାଗି ଛୋଟ ଛୋଟ ହେଲିପ୍ୟାଡ୍ ନିର୍ମାଣ କରିବାର ଆବଶ୍ୟକତା ରହିଥିବା ଉପରେ ବକ୍ତାମାନେ ଜୋର ଦେଇଥିଲେ । ଏଥି ସହିତ ସେମାନେ କହିଥିଲେ ଯେ ପ୍ରଯୁକ୍ତିରେ ହେଉଥିବା ଉନ୍ନତି କାରଣରୁ ପରିବହନ ବ୍ୟବସ୍ଥାରେ ଦ୍ରୁତ ଗତିରେ ପରିବର୍ତନ ହେଉଛି । ବିଶେଷ କରି ଡ୍ରୋନ, ଇଲେକ୍ଟ୍ରିକ କ୍ୟାପ୍ଟର ଆଦି ବିକାଶ ହେବା ପରେ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଅସୀମ ସମ୍ଭାବନା ସୃଷ୍ଟି ହୋଇଛି । ୟୁସିସିଆଇଏଲର ଜେ କେ ରଥ ଏହି ଅଧିବେଶନର ସଂଯୋଜନା କରିଥିଲେ । ବକ୍ତା ଭାବେ ଆଦାନି ପୋର୍ଟସ୍ ଆଣ୍ଡ ଏସ୍‌ଇଜେଡର ଗ୍ରୁପ ଆଡଭାଇଜର ସୁବ୍ରତ ତ୍ରିପାଠୀ, ଆଇଆଇଟି ଖଡ଼ଗପୁରର ପୂର୍ବତନ ପ୍ରଫେସର ସୁରେଶ ମିଶ୍ର, ହଂଚ ମୋବିଲିଟି (ଆଭିଏସନ)ର ଏମଡି ଅମିତ ଦତା ଯୋଗ ଦେଇ ଲଜିଷ୍ଟିକ୍ସ ଓ ପରିବହନ ଭିତିଭୂମିର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ।

ତୃତୀୟ ପ୍ୟାନେଲ ଆଲୋଚନାରେ ବକ୍ତାମାନେ ନୂଆ ପିଢ଼ିର ଶିଳ୍ପ ଓ ରପ୍ତାନି ସମ୍ଭାବନା ଉପରେ ଆଲୋଚନା କରିଥିଲେ । ୟୁସିସିଆଇଏଲର ଏସ ଏସ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଅଧିବେଶନରେ ବକ୍ତାମାନେ ଇଲେକ୍ଟ୍ରିକ ଯାନ (ଇଭି), ସେମିକଣ୍ଡକ୍ଟର, ଆର୍ଟିଫିସିଆଲ ଇଂଟେଲିଜେନ୍ସ (ଏଆଇ) ଆଦି କ୍ଷେତ୍ରରେ ରହିଥିବା ସମ୍ଭାବନା ଉପରେ ଆଲୋକପାତ କରିଥିଲେ । ଏହି ସବୁ କ୍ଷେତ୍ରରେ ଯୋଗାଣ ଶୃଙ୍ଖଳାଠାରୁ ଆରମ୍ଭ କରି ଭେଣ୍ଡର ବିକାଶ ପର୍ଯ୍ୟନ୍ତ ବହୁ କ୍ଷେତ୍ରରେ ଶିଳ୍ପ ସ୍ଥାପନ କରିବାର ସୁଯୋଗ ରହିଛି ବୋଲି ବକ୍ତାମାନେ କହିଥିଲେ । ଓଡ଼ିଶାରେ ଦକ୍ଷ ମାନବ ସମ୍ବଳର ଅଭାବ ନଥିବା ସେମାନେ କହିଥିଲେ । ଆଇଟି, ସଫ୍ଟୱେର, ମେଡିକାଲ ଡିଭାଇସ ଆଦିରେ ରପ୍ତାନିରେ ବ୍ୟାପକ ସୁଯୋଗ ରହିଛି ବୋଲି କୁହାଯାଇଥିଲା । ଏଥିରେ ବକ୍ତା ଭାବେ ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ଶ୍ରୀପଦ କର୍ମାକର, ପିଡବ୍ଲୁସି ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ସୁଜୟ ସେଟ୍ଟି, ଡନ ଆଣ୍ଡ ବ୍ରାଡସିଟର ଉପ ମୁଖ୍ୟ ସୌରଭ କିଶୋର ବକ୍ତା ଭାବେ ଯୋଗ ଦେଇଥିଲେ ।

ଏହା ପରେ ଡିଜିଟାଇଜେସନ ଓ ଏଆଇ ଫୋକସ ଏମଏସଏମଇ ସହ ସହଜରେ ବ୍ୟବସାୟ କରିବା ଉପରେ ଏକ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଏଥିରେ ଏମ୍‌ଏସଏମଇର ଯୁଗ୍ମ ନିର୍ଦ୍ଦେଶକ-ଡିଏଫଓ ପି କେ ଗୁପ୍ତା, ପିଡବ୍ଲୁସି (ଇଏସଡିଏମ) ନିର୍ଦ୍ଦେଶକ ରମେଶ କୁମାର, ଡନ ଆଣ୍ଡ ବ୍ରାଡସିଟର ସେଲ୍ସ ନିର୍ଦ୍ଦେଶକ ଅଜୟ ମହସୁର଼ ଓ ଏସାର ମିନମେଟର ନିର୍ଦ୍ଦେଶକ ସଞ୍ଜୟ ପଟ୍ଟନାୟକ ବକ୍ତା ଭାବେ ଯୋଗ ଦେଇଥିଲେ । ଏମଏସଏମଇଗୁଡ଼ିକର ଡିଜିଟାଇଜେସନ ହେଲେ ସେମାନେ ବିଶେଷ ଭାବେ ଉପକୃତ ହୋଇପାରିବେ । ସହଜରେ ପାଣ୍ଠି ହାସଲ କରିପାରିବେ ଏବଂ ଏହା ଜରିଆରେ ବୃହତ ଶିଳ୍ପ ସହ ବ୍ୟବସାୟ କରିବା ସେମାନଙ୍କ ଲାଗି ସହଜ ହୋଇପାରିବ ବୋଲି ସେମାନେ କହିଥିଲେ । ଆର୍ଟିଫିସିଆଲ ଇଂଟେଲିଜେନ୍ସ କ୍ଷେତ୍ରରେ ହେଉଥିବା ବିକାଶକୁ ଗ୍ରହଣ କରି ଏମଏସଏମଇଗୁଡ଼ିକୁ ବିଶେଷ ଭାବେ ଉପକୃତ ହୋଇପାରିବେ ବୋଲି ସେମାନେ କହିଥିଲେ । ୟୁସିସିଆଇଏଲର ସଂଜୀବ ମହାପାତ୍ର ଏହି ଅଧିବେଶନର ପରିଚାଳନା କରିଥିଲେ ।

ଏକ ସମାଜକୁ ସମୃଦ୍ଧ କରିବାକୁ ହେଲେ ମହିଳାମାନଙ୍କୁ ସଶକ୍ତ କରିବା ଗୁରୁତ୍ୱପୂର୍ଣ୍ଣ । ବର୍ତମାନ ପରିସ୍ଥିତିରେ ଉଦ୍ୟମିତା ହେଉଛି ଏଭଳି ଏକ କ୍ଷେତ୍ର ଯାହା ଜରିଆରେ ମହିଳାମାନେ ସାମାଜିକ, ଆର୍ôଥକ ଓ ସାମଗ୍ରିକ ସ୍ତରରେ ସଶକ୍ତ ହୋଇପାରିବେ । ସେମାନେ ନିଜକୁ କେବଳ ଆର୍ôଥକ ସ୍ୱାଧୀନ କରିବେ ନାହିଁ, ବରଂ ନିଜ ପରିବାର, ସମାଜ ଓ ସାରା ଦେଶର ଅର୍ଥନୀତିକୁ ଆଗକୁ ବଢ଼ାଇବାରେ ଯୋଗଦାନ ଦେଇପାରିବେ । ତେଣୁ ଅଧିକରୁ ଅଧିକ ମହିଳା ଉଦ୍ୟମିତାକୁ ଗ୍ରହଣ କରବା ଲାଗି ଆଗେଇ ଆସିବା ଦରକାର ବୋଲି ‘ଉଦ୍ୟମିତା ଜରିଆରେ ମହିଳା ସଶକ୍ତୀକରଣ’ ଉପରେ ଅନୁଷ୍ଠିତ ଅଧିବେଶନରେ ବକ୍ତାମାନେ କହିଥିଲେ । ୟୁସିସି୍‌ଆଇଏଲର ଜୟଶ୍ରୀ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଅଧିବେଶନରେ କିଟ-ଟିବିଆଇର ସିଇଓ ନମ୍ରତା ମିଶ୍ର, ୱାର୍ଲଡ ଟ୍ରେଡ ସେଂଟର ଓମେନ ଫୋରମର ଜ୍ୟୋସ୍ନା ଦାସ, ସମ୍ବାଦ ଗ୍ରୁପର ପରିଚାଳନା ନିର୍ଦ୍ଦେଶିକା ମୋନିକା ନାୟର ପଟ୍ଟନାୟକ, ଲୁମିନସ ଇନଫୋୱେଜର ସଭାପତି ଜୟଶ୍ରୀ ମହାନ୍ତି ଓ କଲିଙ୍ଗ ହସ୍ପିଟାଲର ଏମଡି ନିଲଞ୍ଜନା ମୁଖାର୍ଜୀ ବକ୍ତା ଭାବେଯୋଗ ଦେଇଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ନୟାଗଡ଼ରେ ସାଇକ୍ଲୋଥନ ଓ ମାରାଥନ ରାଲି

ନୟାଗଡ଼ରେ ସାଇକ୍ଲୋଥନ ଓ ମାରାଥନ ରାଲି

May 14, 2026
ନୟାଗଡ଼ ରୋଡ଼ ଉପରେ ପରିବା ଗୋଦାମ : ପ୍ରଶାସନ ଉଦାସିନତା ପାଇଁ ଟ୍ରାଫିକ ଜାମ୍

ନୟାଗଡ଼ ରୋଡ଼ ଉପରେ ପରିବା ଗୋଦାମ : ପ୍ରଶାସନ ଉଦାସିନତା ପାଇଁ ଟ୍ରାଫିକ ଜାମ୍

May 14, 2026
ଉତ୍ପାଦ ପ୍ରସ୍ତୁତି ଫ୍ୟାକ୍ଟ୍ରିରେ ଭୟାନକ ଅଗ୍ନିକାଣ୍ଡ : ପ୍ରଶାସନିକ ଅବହେଳା ଯୋଗୁଁ ଜନଜୀବନ ବିପନ୍ନ

ଉତ୍ପାଦ ପ୍ରସ୍ତୁତି ଫ୍ୟାକ୍ଟ୍ରିରେ ଭୟାନକ ଅଗ୍ନିକାଣ୍ଡ : ପ୍ରଶାସନିକ ଅବହେଳା ଯୋଗୁଁ ଜନଜୀବନ ବିପନ୍ନ

May 14, 2026
ସଂପର୍କ ତରଫରୁ ମହାବିଦ୍ୟାଳୟ ବିଦ୍ୟାର୍ଥୀଙ୍କ ସାମାଜିକ ଦାୟିତ୍ୱବୋଧ ତାଲିମ କାର୍ଯ୍ୟକ୍ରମ

ସଂପର୍କ ତରଫରୁ ମହାବିଦ୍ୟାଳୟ ବିଦ୍ୟାର୍ଥୀଙ୍କ ସାମାଜିକ ଦାୟିତ୍ୱବୋଧ ତାଲିମ କାର୍ଯ୍ୟକ୍ରମ

May 14, 2026

Recent News

ନୟାଗଡ଼ରେ ସାଇକ୍ଲୋଥନ ଓ ମାରାଥନ ରାଲି

ନୟାଗଡ଼ରେ ସାଇକ୍ଲୋଥନ ଓ ମାରାଥନ ରାଲି

May 14, 2026
ନୟାଗଡ଼ ରୋଡ଼ ଉପରେ ପରିବା ଗୋଦାମ : ପ୍ରଶାସନ ଉଦାସିନତା ପାଇଁ ଟ୍ରାଫିକ ଜାମ୍

ନୟାଗଡ଼ ରୋଡ଼ ଉପରେ ପରିବା ଗୋଦାମ : ପ୍ରଶାସନ ଉଦାସିନତା ପାଇଁ ଟ୍ରାଫିକ ଜାମ୍

May 14, 2026
ଉତ୍ପାଦ ପ୍ରସ୍ତୁତି ଫ୍ୟାକ୍ଟ୍ରିରେ ଭୟାନକ ଅଗ୍ନିକାଣ୍ଡ : ପ୍ରଶାସନିକ ଅବହେଳା ଯୋଗୁଁ ଜନଜୀବନ ବିପନ୍ନ

ଉତ୍ପାଦ ପ୍ରସ୍ତୁତି ଫ୍ୟାକ୍ଟ୍ରିରେ ଭୟାନକ ଅଗ୍ନିକାଣ୍ଡ : ପ୍ରଶାସନିକ ଅବହେଳା ଯୋଗୁଁ ଜନଜୀବନ ବିପନ୍ନ

May 14, 2026
ସଂପର୍କ ତରଫରୁ ମହାବିଦ୍ୟାଳୟ ବିଦ୍ୟାର୍ଥୀଙ୍କ ସାମାଜିକ ଦାୟିତ୍ୱବୋଧ ତାଲିମ କାର୍ଯ୍ୟକ୍ରମ

ସଂପର୍କ ତରଫରୁ ମହାବିଦ୍ୟାଳୟ ବିଦ୍ୟାର୍ଥୀଙ୍କ ସାମାଜିକ ଦାୟିତ୍ୱବୋଧ ତାଲିମ କାର୍ଯ୍ୟକ୍ରମ

May 14, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ନୟାଗଡ଼ରେ ସାଇକ୍ଲୋଥନ ଓ ମାରାଥନ ରାଲି

ନୟାଗଡ଼ରେ ସାଇକ୍ଲୋଥନ ଓ ମାରାଥନ ରାଲି

May 14, 2026
ନୟାଗଡ଼ ରୋଡ଼ ଉପରେ ପରିବା ଗୋଦାମ : ପ୍ରଶାସନ ଉଦାସିନତା ପାଇଁ ଟ୍ରାଫିକ ଜାମ୍

ନୟାଗଡ଼ ରୋଡ଼ ଉପରେ ପରିବା ଗୋଦାମ : ପ୍ରଶାସନ ଉଦାସିନତା ପାଇଁ ଟ୍ରାଫିକ ଜାମ୍

May 14, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version