No Result
View All Result
୩୧ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ଗୃହନିର୍ମାଣ ଓ ନଗର ଉନ୍ନୟନ, ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଉତ୍ତର ଓଡ଼ିଶା ବିକାଶ ପରିଷଦର ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ କେନ୍ଦୁଝର ସାଂସଦ ଶ୍ରୀ ଅନନ୍ତ ନାୟକ, କରଞ୍ଜିଆ ବିଧାୟକ ଶ୍ରୀ ପଦ୍ମ ଚରଣ ହାଇବ୍ରୁ, ଚମ୍ପୁଆ ବିଧାୟକ ଶ୍ରୀ ସନାତନ ମହାକୁଡ଼,

ତେଲକୋଇ ବିଧୟାକ ଡକଫର ଫକୀର ମୋହନ ନାୟକ, ବାସୁଦେବପୁର ବିଧାୟକ ଶ୍ରୀ ଅଶୋକ କୁମାର ଦାସ ପ୍ରମୁଖଙ୍କ ଉପସ୍ଥିତିରେ ଉତ୍ତର ଓଡ଼ିଶାର ୪ଟି ଜିଲ୍ଲା ଯଥା କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ବିକାଶ ଖସଡ଼ା ପ୍ରସ୍ତୁତି ସମ୍ପର୍କରେ ଏକ ବିଶଦ ଆଲୋଚନା କରାଯାଇଥିଲା । ଉତ୍ତର ଓଡ଼ିଶାର ସାମଗ୍ରୀକ ବିକାଶ ଦିଗକୁ ଆଗକୁ ଆଣିବା ପାଇଁ ହେଲେ ଶିକ୍ଷା,

ସ୍ୱାସ୍ଥ୍ୟ, ଶିଳ୍ପ, ଗମନାଗମନ, ପାନୀୟଜଳ ସହିତ ଏହି ଅଞ୍ଚଳର ଐତିହ୍ୟ, ପରମ୍ପରା ଓ ସଂସ୍କୃତି ପ୍ରତି ଧ୍ୟାନ ଦେବା ସହିତ ବିହିତ ପଦକ୍ଷେପ ନିଆଯାଇ ଉତ୍ତର ଓଡ଼ିଶାର ବିକାଶ ପରିଷଦକୁ କି୍ରୟାଶୀଳ କରିବାକୁ ବୈଠକରେ ସହମତି ପ୍ରକାଶ ପାଇଥିଲା । ଉକ୍ତ ବୈଠକରେ ଏ ସମ୍ବନ୍ଧରେ ଆସନ୍ତା ସେପେଫମ୍ବର ୫ ତାରିଖରେ ଏକ ବୈଠକ କରାଯିବା ପାଇଁ ଯୋଜନା ଓ ସଂଯୋଜନା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା ।
No Result
View All Result