• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

୩୦ତମ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ମହୋତ୍ସବ ୨୦୨୪

Proprietor Abhimanyu Maharana by Proprietor Abhimanyu Maharana
August 31, 2024
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
୩୦ତମ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ମହୋତ୍ସବ ୨୦୨୪
Share on FacebookShare on TwitterWhatsapp

କଳା କ୍ଷେତ୍ରକୁ ପରିପୂର୍ଣ୍ଣ କରିବାରେ ୩୦ ବର୍ଷ –ଏହି ସମ୍ମାନ ମହୋତ୍ସବର ୩ ଦଶନ୍ଧିକୁ ପାଳନ କରୁଛି

୩0 ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଆନୁଷ୍ଠାନିକ ସହଯୋଗରେ କଳା କ୍ଷେତ୍ରରେ ଉତ୍କର୍ଷତା ପାଇଁ ଉତ୍ସର୍ଗୀକୃତ ତିନି ଦଶନ୍ଧିକୁ ପାଳନ କରି ସୃଜନ-ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ନୃତ୍ୟବାସା ପକ୍ଷରୁ ଏହାର ବାର୍ଷିକ ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତ ମହୋତ୍ସବର ଆୟୋଜନ କରାଯିବ । ଆସନ୍ତା ସେପ୍ଟେମ୍ବର ୫ରୁ ୧୧ ତାରିଖ ପର୍ଯ୍ୟନ୍ତ ରବିନ୍ଦ୍ର ମଣ୍ଡପଠାରେ ପ୍ରତିଦିନ ସନ୍ଧ୍ୟା ୭ଟାରେ, ଓଡିଶାର ଶାସ୍ତ୍ରୀୟ କ୍ୟାଲେଣ୍ଡରରେ ଏକ ଅଗ୍ରଗାମୀ ସାଂସ୍କୃତିକ କାର୍ଯ୍ୟକ୍ରମ, ୩୦ ତମ ଗୁରୁ କେଲୁଚରଣ ମହାପାତ୍ର (ଜିକେସିଏମ) ସମ୍ମାନ ମହୋତ୍ସବ ୨୦୨୪ ଅନୁଷ୍ଠିତ ହେବ । ନୃତ୍ୟ ଏବଂ ସଙ୍ଗୀତରେ ଆମର ଶାସ୍ତ୍ରୀୟ ପରମ୍ପରାଗୁଡ଼ିକ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ବଜାୟ ରଖିବାର ଏକ ସ୍ୱତନ୍ତ୍ର ଲକ୍ଷ୍ୟ ସହିତ ଏହି ସମ୍ମାନ ମହୋତ୍ସବ ସବୁବେଳେ ଆୟୋଜିତ ହୋଇଆସୁଛି । ପ୍ରତିବର୍ଷ ୫ ଦିନ ପାଇଁ ପରିଚାଳିତ ହେଉଥିବା ଏହି ମହୋତ୍ସବକୁ ଚଳିତ ବର୍ଷ ପାଇଁ ୭ ଦିନ ପରିଚାଳନା କରାଯିବ ।

୬ ଦିନ ପର୍ଯ୍ୟନ୍ତ ମନ୍ତ୍ରମୁଗ୍ଧକାରୀ ନୃତ୍ୟ ଓ ସଙ୍ଗୀତ ପ୍ରଦର୍ଶିତ ହେବା ପରେ ୭ମ ବା ଅନ୍ତିମ ଦିନରେ ଏହି ପ୍ରତିଷ୍ଠିତ ସମ୍ମାନ ପ୍ରଦାନ ସମାରୋହର ଆୟୋଜନ କରାଯିବ ଏବଂ ଗୁରୁ ରତିକାନ୍ତ ମହାପାତ୍ରଙ୍କ ପ୍ରଖ୍ୟାତ ଅନୁଷ୍ଠାନ ସୃଜନର ନୃତ୍ୟଶିଳ୍ପୀଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଶିତ ହେବ । ଏହା ସମ୍ପର୍କରେ ଗୁରୁ ରତିକାନ୍ତ ମହାପାତ୍ର କହିଛନ୍ତିଯେ, ଚଳିତ ବର୍ଷ ଭାରତ ଏବଂ ବିଶେଷ କରି ଓଡ଼ିଶାର ସମୃଦ୍ଧ ଏବଂ ବିବିଧ ସାଂସ୍କୃତିକ କ୍ଷେତ୍ରର ଚାରି ଜଣ ପ୍ରତିଷ୍ଠିତ ବ୍ୟକ୍ତିତ୍ୱଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ । ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ୨୦୨୪ରେ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ଏବଂ ମାନପତ୍ର ସାମିଲ ରହିଛି ଯାହାକୁ ଓଡିଶୀ ନୃତ୍ୟ କ୍ଷେତ୍ରରେ ନିଜର ଅପାର ଯୋଗଦାନ ପାଇଁ ଶ୍ରୀମତି କୁମ୍‌କୁମ ଲାଲ, ସଙ୍ଗୀତ ଓ ବାଦନ କ୍ଷେତ୍ରରେ ସେମାନଙ୍କ ଜୀବନବ୍ୟାପୀ ସଫଳତା ପାଇଁ ଗୁରୁ ଲକ୍ଷ୍ମୀକାନ୍ତ ପାଲିତ ଓ ଗୁରୁ ଧନେଶ୍ୱର ସ୍ୱାଇଁଙ୍କୁ ଏବଂ ଓଡିଆ ସିନେମା ଜଗତକୁ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରୀ ଉତମ ମହାନ୍ତିଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ।

ଏହାଛଡା ୨୫୦୦୦ ଟଙ୍କାର ନଗଦ ପୁରସ୍କାର ଓ ଏକ ମାନପତ୍ର ସହିତ ଶାସ୍ତ୍ରୀୟ ନୃତ୍ୟ ଓ ଓଡ଼ିଶୀ ସଙ୍ଗୀତ କ୍ଷେତ୍ରରେ ୪୦ ବର୍ଷରୁ କମ୍ ବୟସର ୪ ଜଣ ଅସାଧାରଣ ପ୍ରତିଭାବାନ କଳାକାରଙ୍କୁ ସେମାନଙ୍କ ଉଲ୍ଲେଖନୀୟ ପ୍ରଦର୍ଶନକୁ ସ୍ୱୀକୃତି ପ୍ରଦାନ କରିବା ପାଇଁ ଗୁରୁ କେଳୁଚରଣ ମହାପାତ୍ର ଯୁବ ପ୍ରତିଭା ସମ୍ମାନ୨୦୨୪ ପ୍ରଦାନ କରାଯିବ । ଓଡ଼ିଶୀ ନୃତ୍ୟ ପାଇଁ ପମ୍ପି ପାଲ୍ ଓ ରାଜନୀତା ମେହେରଙ୍କୁ ମଧ୍ୟ ଏହି ପୁରସ୍କାର ପ୍ରଦାନ କରାଯିବ ଏବଂ କୁଚିପୁଡି ନୃତ୍ୟ ପାଇଁ ଅଭିଜିତ୍ ଦାସ ଏବଂ ଓଡ଼ିଶୀ ସଙ୍ଗୀତ (ମର୍ଦ୍ଦଳ) ପାଇଁ ରୋହିତା ପ୍ରଧାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ । ପ୍ରଖ୍ୟାତ ଗାୟକ ଚନ୍ଦନ ଦାସଙ୍କ ଦ୍ୱାରା ଗଜଲ ଗାୟନ ସହିତ ଉଦ୍ଘାଟନୀ ସନ୍ଧ୍ୟା ଆରମ୍ଭ ହେବ । ଦ୍ୱିତୀୟ ଦିନରେ ଖ୍ୟାତନାମା ଭାରତନାଟ୍ୟମ୍ ପ୍ରଦର୍ଶକ ବୈଭବ ଆରେକର ଏବଂ ତାଙ୍କର ସଂଖ୍ୟା ଡ୍ୟାନ୍ସ କମ୍ପାନୀ କିମ୍ବଦନ୍ତୀ ଶିବାଜୀ ମହାରାଜଙ୍କ ଜୀବନ ଏବଂ ସମୟର କାହାଣୀ ପ୍ରତି ଏକ ଶ୍ରଦ୍ଧାଞ୍ଜଳି ଭାବେ ଶ୍ରୀମନ୍ତ ଯୋଗୀ ଉପସ୍ଥାପନ କରିବେ ।

ତୃତୀୟ ସନ୍ଧ୍ୟାରେ ପ୍ରସିଦ୍ଧ ଗାୟକ କଲାଇମାମଣି ଓଏସ୍ ଅରୁଣଙ୍କ ଦ୍ୱାରା ଏକ କାର୍‌ନାଟିକ୍ ଶାସ୍ତ୍ରୀୟ ସଙ୍ଗୀତ ପରିବେଶିତ ହେବ । ବିଶିଷ୍ଟ ସଙ୍ଗୀତଜ୍ଞ ଅମ୍ବି ଏବଂ ବିନ୍ଦୁ ସୁବ୍ରମଣ୍ୟମ୍‌ଙ୍କ ନେତୃତ୍ୱାଧୀନ ସୁବ୍ରାମାନିଆ ମ୍ୟୁଜିକାଲ ଫ୍ୟୁଜନର ଏକ ଆକର୍ଷଣୀୟ ସନ୍ଧ୍ୟାରେ ଦର୍ଶକଙ୍କୁ ବିମୋହିତ କରିବ । ପରବର୍ତୀ ସନ୍ଧ୍ୟାରେ ପ୍ରଖ୍ୟାତ ହିନ୍ଦୁସ୍ତାନୀ ବଂଶୀବାଦକ ରାକେଶ ଚୌରାସିଆ, ପ୍ରସିଦ୍ଧ ତବଲା ବାଦକ ଓଜାସ ଆଧିଆଙ୍କ ସହ ପ୍ରଦର୍ଶନ କରିବେ । ଷଷ୍ଠ ସନ୍ଧ୍ୟାରେ ପ୍ରତିଷ୍ଠିତ କଥକ ନୃତ୍ୟଶିଳ୍ପୀ କୋଲକାତାର ଅସିମ ବନ୍ଧୁ ଭଟ୍ଟାଚାର୍ଜୀ ଓ ତାଙ୍କ ନୃତ୍ୟ ଅନୁଷ୍ଠାନ ଉପାସନା ସେଂଟର ଫର ଡାନ୍ସ ପକ୍ଷରୁ ମୁନଷ୍ଟ୍ରକ ପରିବେଷଣ କରାଯିବ । ଅନ୍ତିମ ସନ୍ଧ୍ୟା ସମ୍ମାନଜନକ ପୁରସ୍କାର ବିତରଣ ସମାରୋହରୁ ଆରମ୍ଭ ହେବ ଏବଂ ପରେ ରତିକାନ୍ତ ମହାପାତ୍ରଙ୍କ କଳାତ୍ମକ ନିର୍ଦ୍ଦେଶନା ତଥା ସଂଯୋଜନାରେ ସୃଜନ ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ଉପସ୍ଥାପନ କରାଯିବ । ସେମାନେ ତନ୍ତ୍ରର ଉପସ୍ଥାପନ କରିବେ ଯାହାକି ଦିବ୍ୟ ନାରୀତ୍ୱକୁ ଆବାହନ କରିବା ଏବଂ ସମାଜ ତଥା ମାନବଜାତିର ଉନ୍ନତି ପାଇଁ ତନ୍ତ୍ର ସାଧନାକୁ ଭିତି କରି ମୁକ୍ତିର ମାର୍ଗ ସନ୍ଧାନ ଉପରେ ପର୍ଯ୍ୟବେସିତ ରହିବ ।

ସୃଜନ ଭାରତର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ, କଟକର ସକ୍ଷମ ଆନୁଷ୍ଠାନିକ ସହଯୋଗ ହାସଲ କରିଛି । ଏହି ସହଭାଗିତା ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତ ଦୁନିଆରେ ଶିକ୍ଷା ଓ କଳା ପ୍ରଦର୍ଶନର ସଂଯୋଗକୁ ବିକଶିତ କରିବା ପାଇଁ ଲକ୍ଷ୍ୟ ରଖିଛି । ଏହି ସମ୍ମାନ ମହୋତ୍ସବକୁ ରତିକାନ୍ତ ମହାପାତ୍ର ପରିକଳ୍ପନା ଓ ସଂଯୋଜନା କରିଥିବା ବେଳେ ଦେବୀପ୍ରସାଦ ମିଶ୍ରଙ୍କ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିବେ । ୩୦ତମ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ମହୋତ୍ସବ ଏମ୍‌ଜିଏମ୍ ମିନେରାଲ୍ସ ଏବଂ ଶାଲିମାର କେମିକାଲ୍ ୱାର୍କସ୍ ଲିମିଟେଡ୍ ଠାରୁ ଅନୁଦାନ ଗ୍ରହଣ କରିଛି । ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟଏବଂ ଓଡିଶା ସରକାରଙ୍କ ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଏହି ମହୋତ୍ସବରେ ସହଯୋଗ କରିଛନ୍ତି । ମହୋତ୍ସବର ପ୍ରାୟୋଜକମାନେ ହେଲେ ଏସବିଆଇ, ଇମ୍‌ଫା, ପ୍ରିୟଦର୍ଶିନୀ ସିଲ୍କସ ଏବଂ ପାରାଦୀପ ଫସଫେଟ୍ସ ଲିମିଟେଡ୍ । ରୟାଲ ମିଡଟାଉନ୍ ହୋଟେଲ ହେଉଛି ଏହାର ଆତିଥ୍ୟ ସହଯୋଗୀ । ଧରିତ୍ରୀ ଓ ଓଡ଼ିଶା ପୋଷ୍ଟ ଏବଂ ନର୍ତକୀ ଡଟ୍ କମ୍‌ ଯଥାକ୍ରମେ ମିଡିଆ ପାର୍ଟନର ଏବଂ ୱେବ୍ ପାର୍ଟନର ଅଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରଣପୁରରେ ମାଟ୍ରିକ୍ ସଫଳତାର ଗୌରବ : ୫୪୨ ମାର୍କ ରଖି ଚର୍ଚ୍ଚାରେ – ସାଗରିକା

ରଣପୁରରେ ମାଟ୍ରିକ୍ ସଫଳତାର ଗୌରବ : ୫୪୨ ମାର୍କ ରଖି ଚର୍ଚ୍ଚାରେ – ସାଗରିକା

May 7, 2026
ପାରଳାଖମୁଣ୍ଡିଠାରେ ବାଇପାସ୍ ରାସ୍ତା ନିର୍ମାଣ ନେଇ ସାମାଜିକ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖମୁଣ୍ଡିଠାରେ ବାଇପାସ୍ ରାସ୍ତା ନିର୍ମାଣ ନେଇ ସାମାଜିକ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

May 7, 2026
ଗଜପତି ଜିଲ୍ଲାରେ ରେ ଦଶମ ପରୀକ୍ଷାରେ 99.31 ପ୍ରତିଶତ ପାସହାର : ଓଡିଶାର ପ୍ରଥମ

ଗଜପତି ଜିଲ୍ଲାରେ ରେ ଦଶମ ପରୀକ୍ଷାରେ 99.31 ପ୍ରତିଶତ ପାସହାର : ଓଡିଶାର ପ୍ରଥମ

May 7, 2026
ଆଜି ସୁଦ୍ଧା ତାଳଧ୍ଵଜ ରଥ ଏବଂ ଦର୍ପ ଦଳନ ରଥର ପାଞ୍ଚୋଟି ଲେଖାଏଁ ଚକ ନିର୍ମାଣ ଶେଷ

ଆଜି ସୁଦ୍ଧା ତାଳଧ୍ଵଜ ରଥ ଏବଂ ଦର୍ପ ଦଳନ ରଥର ପାଞ୍ଚୋଟି ଲେଖାଏଁ ଚକ ନିର୍ମାଣ ଶେଷ

May 7, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରଣପୁରରେ ମାଟ୍ରିକ୍ ସଫଳତାର ଗୌରବ : ୫୪୨ ମାର୍କ ରଖି ଚର୍ଚ୍ଚାରେ – ସାଗରିକା

ରଣପୁରରେ ମାଟ୍ରିକ୍ ସଫଳତାର ଗୌରବ : ୫୪୨ ମାର୍କ ରଖି ଚର୍ଚ୍ଚାରେ – ସାଗରିକା

May 7, 2026
ପାରଳାଖମୁଣ୍ଡିଠାରେ ବାଇପାସ୍ ରାସ୍ତା ନିର୍ମାଣ ନେଇ ସାମାଜିକ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖମୁଣ୍ଡିଠାରେ ବାଇପାସ୍ ରାସ୍ତା ନିର୍ମାଣ ନେଇ ସାମାଜିକ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

May 7, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version