No Result
View All Result
୩0 ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ସିଂହଦ୍ୱାର ଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବଡଦାଣ୍ଡ ୨00୨ ମସିହା ରୁ ଜାତୀୟ ରାଜପଥ ଘୋଷଣା କରାଯାଇଛି l ଜାତୀୟ ରାଜପଥ ଉପରେ କୌଣସି ଅବରୋଧ, ନିର୍ମାଣ କରାଯାଇ ପାରିବ ନାହିଁ ବୋଲି ନିୟମ ରହିଛି l ଏହି ଲୁହାବାଡ ହଟାଇବା ପାଇଁ ପିପିଲି କମାକନ୍ତିଆ ନିବାସୀ ତଥା ବିଶିଷ୍ଟ ସାମାଜିକ କର୍ମୀ ଦିଲ୍ଲୀପ ବରାଳ ଆଜି ପୁରୀ ଜିଲ୍ଲାପାଳ ଙ୍କୁ ଜଣାଇଛନ୍ତି l
ରାସ୍ତା ମଝିରେ ଲୁହାବାଡ ଯୋଗୁଁ ଭକ୍ତ, ତୀର୍ଥଯାତ୍ରୀ, ମନ୍ଦିରଚାରିପଟ ସାହିବାସିନ୍ଦା ଅକଥନୀୟ କଲବଲ ହେଉଛନ୍ତି l ଶନିବାର, ରବିବାର, ପର୍ବପର୍ବାଣି ଓ ଛୁଟିଦିନ ରେ ପ୍ରବଳ ଗହଳ ଯୋଗୁଁ ରାସ୍ତା ଜାମ ହେଉଛି l ଏହି ଲୁହାବାଡ ଜନସାଧାରଣ ଓ ଭକ୍ତ ଙ୍କ ପାଇଁ ତୁରନ୍ତ ହଟାଇବାକୁ ଶ୍ରୀ ବରାଳ ଜିଲ୍ଲାପାଳ ଙ୍କୁ ନିବେଦନ କରିଛନ୍ତି l

No Result
View All Result