• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ୟୁସିସିଆଇଏଲ୍ ପକ୍ଷରୁ ଗ୍ଲୋବାଲ ଟ୍ରେଡ ସୋ ‘ରିସର୍ଜେଂଟ୍‌ ଓଡ଼ିଶା ୨୦୨୪’ର ଶୁଭାରମ୍ଭ : ପୂର୍ବୋଦୟ ବିକାଶରେ ଆଗରେ ରହିବ ଓଡ଼ିଶା – ମୁଖ୍ୟମନ୍ତ୍ରୀ

Proprietor Abhimanyu Maharana by Proprietor Abhimanyu Maharana
August 31, 2024
in ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ହୋମ୍
0
ୟୁସିସିଆଇଏଲ୍ ପକ୍ଷରୁ ଗ୍ଲୋବାଲ ଟ୍ରେଡ ସୋ ‘ରିସର୍ଜେଂଟ୍‌ ଓଡ଼ିଶା ୨୦୨୪’ର ଶୁଭାରମ୍ଭ : ପୂର୍ବୋଦୟ ବିକାଶରେ ଆଗରେ ରହିବ ଓଡ଼ିଶା – ମୁଖ୍ୟମନ୍ତ୍ରୀ
Share on FacebookShare on TwitterWhatsapp

 ରାଜ୍ୟ ଭିତରେ ମୂଲ୍ୟ ଯୋଗ କରିବା ଉପରେ ଉପମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

 ୨୦୨୯ ସୁଦ୍ଧା ୨.୫ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହାସଲ ଲକ୍ଷ୍ୟ : ଶିଳ୍ପ ମନ୍ତ୍ରୀ

୩0 ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଉତ୍କଳ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ (ୟୁସିସିଆଇଏଲ୍‌) ପକ୍ଷରୁ ଓଡ଼ିଶା ସରକାରଙ୍କ ଅଣୁ, କ୍ଷୁ୍‌ଦ୍ର ଓ ମଧ୍ୟମ ଉଦ୍ୟୋଗ ସହଯୋଗିତାରେ ଭୁବନେଶ୍ୱରର ଜନତା ମଇଦାନଠାରେ ଗ୍ଲୋବାଲ ଟ୍ରେଡ ସୋ’ ରିସର୍ଜେଂଟ ଓଡ଼ିଶା ୨୦୨୪ର ଶୁଭାରମ୍ଭ କରାଯାଇଛି । ୨୦୨୪ ଅଗଷ୍ଟ ୩୦ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଏହି ତିନିଦିନିଆ ଟ୍ରେଡ ସୋ’କୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଉଦଘାଟନ କରିଛନ୍ତି । ଏହି ଅବସରରେ ଅନ୍ୟତମ ଅତିଥି ଭାବେ ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଏମଏସଏମଇ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ଓ ୟୁସିସିଆଇଏଲର ସଭାପତି ଡା. ବ୍ରହ୍ମାନନ୍ଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ରିସର୍ଜେଂଟ ଓଡ଼ିଶା ୨୦୨୪କୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆ ସରକାରକୁ ଲୋକଙ୍କ ସରକାର ଓ କୃଷି ପ୍ରଧାନ ରାଜ୍ୟ ଭାବେ ଅଭିହିତ କହିଛନ୍ତି ଯେ ଚାରି ଭାଗରୁ ତିନି ଭାଗ ଲୋକ କୃଷି ଉପରେ ନିର୍ଭର କରୁଛନ୍ତି । ଶିଳ୍ପାୟନ ପ୍ରଭାବରେ ରାଜ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉଛି । ସାଧାରଣ ଶିକ୍ଷା ସହ ବୈଷୟିକ ଶିକ୍ଷା ଗ୍ରହଣ କରୁଥିବା ରାଜ୍ୟର ଛାତ୍ରଛାତ୍ରୀମାନଙ୍କୁ ନିଯୁକ୍ତି ପ୍ରଦାନ କରିବା ଲାଗି ଶିଳ୍ପାୟନ ସହ ଅଭିବୃଦ୍ଧି ଆଗକୁ ବଢ଼ାଇବାକୁ ପଡ଼ିବ । ରାଜ୍ୟ ସରକାର କେବଳ ବୃହତ ଶିଳ୍ପ ଓ ଖଣିଜ ଶିଳ୍ପ ନୁହେଁ ବରଂ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ତଥା କୃଷି ଭିତିକ ଶିଳ୍ପ ଉପରେ ଜୋର ଦେଉଛନ୍ତି ।

ମୂଲ୍ୟ ଯୋଗ ଓ ଖାଦ୍ୟ ପ୍ରକ୍ରିୟାକରଣ ଉପରେ ଅଧିକ ଜୋର ଦେବାର ଆବଶ୍ୟକତା ରହିଛି । ଶିଳ୍ପାୟନ ଆଗକୁ ବଢ଼ିଲେ ରାଜ୍ୟରେ ପାଠପଢ଼ୁଥିବା ଯୁବକଯୁବତୀମାନଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ସେମାନଙ୍କୁ ଆଉ ରୋଜଗାର ବିଷୟରେ ଚିନ୍ତା କରିବାକୁ ପଡ଼ିବନି ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବୋଦୟ ବିକାଶ ଉପରେ ଜୋର ଦେଉଛନ୍ତି ବୋଲି କହି ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି ଯେ ପୂର୍ବୋଦୟ ବିକାଶରେ ଓଡ଼ିଶା ସବୁଠୁ ଆଗରେ ରହିବ । ଶିଳ୍ପ ସଂସ୍ଥା ଲାଗି ଭିତିଭୂମି ବିକାଶ କରିବାକୁ ସରକାର ପ୍ରତିବଦ୍ଧ ରହିଛନ୍ତି ବୋଲି ସେ କହିଛନ୍ତି ।

ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ରାଜ୍ୟ ଭିତରେ ମୂଲ୍ୟ ଯୋଗ କରିବା ଲାଗି ଶିଳ୍ପ ସଂସ୍ଥାଗୁଡ଼ିକୁ ଆହ୍ୱାନ ଦେଇଛନ୍ତି । ରାଜ୍ୟରେ ଶିଳ୍ପ ସଂସ୍ଥା ସ୍ଥାପନ କରିବାକୁ ଚାହୁଁଥିବା କମ୍ପାନିଗୁଡ଼ିକୁ ବିନା ମୂଲ୍ୟରେ ଲିଜ୍ ଜରିଆରେ ଜମି ଦେଲେ ଶିଳ୍ପ ସ୍ଥାପନ ପ୍ରକ୍ରିୟା ଆହୁରି ତ୍ୱରାନ୍ୱିତ ହୋଇପାରିବ ବୋଲି ସେ କହିଛନ୍ତି । ଅଭିବୃଦ୍ଧି ନିହାତି ଜରୁରୀ ହୋଇଥିବା ବେଳେ ମିଳିତ ଭାବେ ରାଜ୍ୟର ବିକାଶକୁ ଆଗକୁ ବଢ଼ାଇବା ଲାଗି କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଛନ୍ତି ଏବଂ ଆଗାମୀ ଦିନରେ ଓଡ଼ିଶା ଦେଶର ଏକ ନମ୍ବର ରାଜ୍ୟ ହେବାକୁ ଯାଉଛି ବୋଲି ସେ କହିଛନ୍ତି ।

ଏହି ଅବସରରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ରାଜ୍ୟ ସରକାର ଆୟୋଜନ କରିବାକୁ ଯାଉଥିବା ଉତ୍କର୍ଷ ଓଡ଼ିଶା ନିବେଶକ ସମ୍ମିଳନୀ ଉପରେ ଆଲୋକପାତ କରି କହିଛନ୍ତି ଯେ ଏହି ସମ୍ମିଳନୀ ଜରିଆରେ ୨୦୨୯ ସୁଦ୍ଧା ଦେଶ ଭିତରୁ ୨.୫ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହାସଲ କରିବାକୁ ଲକ୍ଷ୍ୟ ରଖାଯାଇଛି ଏବଂ ୨ ବିଲିଅନ ଡଲାର ଏଫଡିଆଇ ଆଣିବାର ଯୋଜନା ରହିଛି । ରପ୍ତାନି ସମ୍ପର୍କରେ ସେ କହିଛନ୍ତି ଯେ ବର୍ତମାନ ଦେଶର ରପ୍ତାନି ପ୍ରତି ରାଜ୍ୟର ଅବଦାନ ଏବେ ୨.୫ ପ୍ରତିଶତ ଥିବା ବେଳେ ୨୦୪୭ ସୁଦ୍ଧା ତୃତୀୟ ସ୍ଥାନରେ ପହଂଚିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।

ଗ୍ରିନ ହାଇଡ୍ରୋଜେନ, ସେମି କଣ୍ଡକ୍ଟର, ଆଇଟି ଆଦିରେ ପୁଞ୍ଜିନିବେଶ ଆଣିବା ଉପରେ ସରକାର କାର୍ଯ୍ୟ କରୁଛନ୍ତି ବୋଲି ସେ କହିଛନ୍ତି । ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ କୁମାର ଶର୍ମା ରାଜ୍ୟରେ ଶିଳ୍ପାୟନର ଆବଶ୍ୟକତା ଉପରେ ଆଲୋକପାତ କରି କହିଛନ୍ତି ଯେ ଶିଳ୍ପାୟନ ନିଯୁକ୍ତି ସୃଷ୍ଟି ଭିତିକ ହେବା ଦରକାର । ଯେଉଁ ପ୍ରକାର ଶିଳ୍ପ ସଂସ୍ଥା ସ୍ଥାପନ ହେଉ ନା କାହିଁକି ତାହା ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଦରକାର ବୋଲି ସେ କହିଛନ୍ତି । ଚୀନ କନସଲ ଜେନେରାଲ, କୋଲକାତାର ଜୁ ୱେଇ କହିଛନ୍ତି ଯେ ଖଣିଜ ସମ୍ପଦରେ ଭରପୁର ଓଡ଼ିଶା ହେଉଛି ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଭାରତର ଅନ୍ୟତମ ରାଜ୍ୟ ।

ଭାରତ ଓ ଚୀନ ବାଣିଜ୍ୟ ସମ୍ପର୍କ ଉପରେ ଆଲୋକପାତ କରି ସେ କହିଛନ୍ତି ଯେ ଭାରତ ସରକାରଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ହେଉଛି । ଆଗାମୀ ଦିନରେ ଭାରତର ପୂର୍ବାଚଂଳ ରାଜ୍ୟଗୁଡ଼ିକ ସହ ବ୍ୟବସାୟ ବଢ଼ାଇବା ପାଇଁ ଆଲୋଚନା କରିବା ଉପରେ ସେ ଜୋର ଦେଇଥିଲେ । ଭାରତ ଓ ଚୀନ ଦ୍ୱିପାକ୍ଷିକ ବାଣିଜ୍ୟ ସମ୍ପର୍କ ୧୩୦ ବିଲିଅନ ଡଲାର ରହିଥିବା ସେ କହିଛନ୍ତି । ୟୁସିସିଆଇଏଲ ସଭାପତି ଡ. ବ୍ରହ୍ମା ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରି ଚାମ୍ବରର ଇତିହାସ ଓ କାର୍ଯ୍ୟଧାରା ଉପରେ ଆଲୋକପାତ କରିବା ସହ ଓଡ଼ିଶା ଏବେ ଇସ୍ପାତ, ଆଲୁମିନିୟମ ଓ ଷ୍ଟେନଲେସ ଷ୍ଟିଲର ସର୍ବବୃହତ ଉତ୍ପାଦନକାରୀ ବୋଲି କହିଛନ୍ତି ।

ଟ୍ରେଡ ସୋ’ରେ ଆୟୋଜନ ହେବାକୁ ଥିବା ବିଭିନ୍ନ କର୍ମଶାଳା ଓ ସେମିନାରରୁ ଯେଉଁ ନିଷ୍କର୍ସ ବାହାରିବ ତାହାକୁ ନେଇ ଏକ ଶ୍ୱେତପତ୍ର ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କ ବିଚାର ଲାଗି ଉପସ୍ଥାପନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ଏହି ତିନିଦିନିଆ ସମ୍ମିଳନୀରେ ଓଡ଼ିଶାରେ ନିବେଶ ସମ୍ଭାବନା, ନବସୃଜନର ବିପଦ ଓ ରିୱାର୍ଡ, ଓଡ଼ିଶାର ସମ୍ଭାବନାକୁ ଅନଲକ କରିବା, ପ୍ରତିରକ୍ଷା କ୍ଷେତ୍ରରେ ସମ୍ଭାବନା, ଓଡ଼ିଶାରେ ଲଜିଷ୍ଟିକସ ଓ ପରିବହନ ଭିତିଭୂମି, ନୂଆ ପିଢ଼ିର ଶିଳ୍ପ ଓ ରପ୍ତାନି ସମ୍ଭାବନା, ଡିଜିଟାଇଜେସନ ଓ ଏଆଇ ଜରିଆରେ ବ୍ୟବସାୟକୁ ସହଜ କରିବା ଏବଂ ଉଦ୍ୟମିତା ଜରିଆରେ ମହିଳା ସଶକ୍ତୀକରଣ ଆଦି ବିଷୟରେ ପ୍ୟାନେଲ ଆଲୋଚନା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।

ଏହି ଆଲୋଚନାରେ ଶିଳ୍ପ ଲିଡର, ବିଶେଷଜ୍ଞ, ଉଦ୍ୟୋଗୀ ଓ ସରକାରୀ ଅଧିକାରୀମାନେ ଅଂଶଗ୍ରହଣ କରି ଏହି କ୍ଷେତ୍ରଗୁଡ଼ିକର ସମ୍ଭାବନା ଓ ଆହ୍ୱାନ ଉପରେ ଆଲୋକପାତ କରିବେ । ଏହି ଅବସରରେ ନାଲକୋ ସିଏମଡି ଶ୍ରୀ ଶ୍ରୀଧର ପାତ୍ର, ରାଉରକେଲା ଷ୍ଟିଲ ପ୍ଲାଂଟ ଡାଇରେକ୍ଟର ଶ୍ରୀ ଅତନୁ ଭୌମିକ, ୱେଲସ୍ପୁନ ଅଧ୍ୟକ୍ଷ ଶ୍ରୀ ଚିନ୍ତନ ଠାକର, ଆଦିତ୍ୟ ବିର୍ଲ୍ଲା ଗ୍ରୁପ ଅଧ୍ୟକ୍ଷ ଶ୍ରୀ ଅର୍ଦ୍ଧେନ୍ଦୁ ମହାପାତ୍ର, ରିସର୍ଜେଂଟ ଓଡ଼ିଶା ୨୦୨୪ ସଭାପତି ଶ୍ରୀ ପ୍ରବୋଧ ମହାନ୍ତି, ଏମସିଏଲ ନିର୍ଦ୍ଦେଶକ(ଫାଇନାନ୍ସ) ଶ୍ରୀ ଅଜିତ କୁମାର ବେହୁରା, ରାଉରକେଲା ଷ୍ଟିଲ ପ୍ଲାଂଟର ପୂର୍ବତନ ଏମଡି ଡା.ସନକ ମିଶ୍ର, ୟୁଏସଏର ଶ୍ରୀ ଗୋବର୍ଦ୍ଧନ ପଟେଲ, କିସ ଚାନସେଲର ଏବଂ ଏକ ସ୍ଥାୟୀ ବିଶ୍ୱ ପାଇଁ ବିଶ୍ୱସ୍ତରୀୟ ଚୁକ୍ତି, ୟୁଏନଇପି ସେକ୍ରେଟାରୀ ଜେନେରାଲ ଶ୍ରୀ ସତ୍ୟସୁନ୍ଦର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ା

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସିପ୍ରାରାଣୀ ମାଟ୍ରିକ ପରୀକ୍ଷାରେ ବୋଲଗଡ଼ରେ ଶୀର୍ଷରେ

ସିପ୍ରାରାଣୀ ମାଟ୍ରିକ ପରୀକ୍ଷାରେ ବୋଲଗଡ଼ରେ ଶୀର୍ଷରେ

May 5, 2026
ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

May 4, 2026
ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା : ଦୁଇ ଜଣ ଗିରଫ – ଦୁଇ ଦେଶୀ ବନ୍ଧୁକ ଜବତ

ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା : ଦୁଇ ଜଣ ଗିରଫ – ଦୁଇ ଦେଶୀ ବନ୍ଧୁକ ଜବତ

May 4, 2026
Brutal Crime in Nasrapur Sparks Outrage : Accused Arrested

Brutal Crime in Nasrapur Sparks Outrage : Accused Arrested

May 4, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସିପ୍ରାରାଣୀ ମାଟ୍ରିକ ପରୀକ୍ଷାରେ ବୋଲଗଡ଼ରେ ଶୀର୍ଷରେ

ସିପ୍ରାରାଣୀ ମାଟ୍ରିକ ପରୀକ୍ଷାରେ ବୋଲଗଡ଼ରେ ଶୀର୍ଷରେ

May 5, 2026
ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

May 4, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version