ଓଡିଶା ତାଜା ନ୍ୟୁଜ୍ ( ୧୪ ଅଗଷ୍ଟ ଶୁକ୍ରବାର ) ଜଟଣୀ :- କରୋନା ପଛେ , ସୁବ୍ୟବସ୍ଥା ଆଗେ ! କଥାଟି ଶୁଣିବାକୁ ଅବାଗ ଲାଗୁଥିଲେ ମଧ୍ୟ ଏହା ନିରାଟ ସତ୍ୟ ତା’ବି ଆମରାଜ୍ୟ ର ଜଣେ ବରିଷ୍ଠ ରାଜନେତାଙ୍କ କ୍ଷେତ୍ରରେ ଦେଖାଯାଇଛି । ଛଅ ଥର ବିଧାୟକ ତିନିଥର ମନ୍ତ୍ରୀ ରାଜ୍ୟ ହେଉ ଅବା କେନ୍ଦ୍ର ସରକାରଙ୍କ ଦୋଷ, ତ୍ରୁଟିକୁ ସଜ ମାଛରେ ପୋକ ପଡ଼ିଛି ସଦୃଶ୍ୟ ରଡି ଛାଡିବାରେ ବେଶ ଧୁରନ୍ଧର. ଆମେ ଏଠାରେ କହୁଛୁ ଆମ ଜଟଣୀ ବିଧାୟକ ସମସ୍ତଙ୍କ ଭାଇ ସୁରଭାଇଙ୍କ, କଥା । ରାଜ୍ୟ ସରକାରଙ୍କ ତରଫରୁ କରୋନା ସଚେତନତା ପାଇଁ କୋଟି କୋଟି ଟଙ୍କା ବ୍ୟୟରେ ଗ୍ରାମ ଓ ସହରର ମୁଖ୍ୟ ସ୍ଥାନରେ ବଡ଼ ବଡ଼ ହୋର୍ଡ଼ିଂଙ୍ଗ ଲଗାଯାଇ ସଚେତନତା ବାର୍ତ୍ତା ଦିଆଯାଇଛି କିନ୍ତୁ ସୁରଭାଇଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ଜଟଣୀର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଛକ ହେଉଛି
ସୀତାରାମ ଛକ ଏଠାରେ ଜଟଣୀ ପୌର ପରିଷଦ ପକ୍ଷରୁ ଏକ କରୋନା ସଚେତନତା ହୋର୍ଡିଙ୍ଗ ଲାଗିଥିଲା ଦୁଃଖ ଓ ପରିତାପର ବିଷୟ ସୁରଭାଇଙ୍କୁ କ’ଣ ଲାଗିଲା କେଜାଣି ସରକାରୀ ହୋର୍ଡିଙ୍ଗ ଉପରେ ନିଜର ନନ୍ଦିଘୋଷ ଯାତ୍ରା ଉପଲକ୍ଷେ ଅଭିନନ୍ଦନ ଓ ସୁବେସ୍ଛା ବାର୍ତ୍ତା ଛାପିଦେଲେ ଯାହାକି ବର୍ତ୍ତମାନ ସୁଦ୍ଧା ଦୃଶ୍ୟମାନ । ଏଠାରେ ପରିତାପର ବିଷୟ ହେଉଛି ଏହି ଜନ ଗହଳି ପୂର୍ଣ୍ଣ ଛକରେ ନିୟମିତ ଜଟଣୀ ତହସିଲଦାର, ପୌର ଅଧିକାରୀ ଓ ଥାନା ଅଧିକାରୀ ଆସି ସଚେତନତା ଓ ସାମାଜିକ ଦୁରତା ର ବାର୍ତ୍ତା ଦିଅନ୍ତି ହେଲେ ଦୀର୍ଘଦିନରୁ ଲାଗିଥିବା ଏହି ହୋର୍ଡିଙ୍ଗ ଉପରେ କାହାର ନଜର ନାହିଁ । ( ରିପୋର୍ଟ- ଇଫତେଖାର ଅଲ୍ଲୀ )
















