No Result
View All Result
୨୯ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ :-> ବେଗୁନିଆ ବ୍ଲକ ଦେଉଳି ପଂଚାୟତ ଅନ୍ତର୍ଗତ ଗୋଡ଼ା ଗ୍ରାମର ହଟ ପାଇକରାୟ ୨ ଏକର ଜମିରେ କଖାରୁ,ଜହ୍ନି,କାକୁଡି ଓ ବାଇଗଣ ଆଦି ପରିବା ଚାଷ କରି ଜୀବିକା ଉପାର୍ଜନ କରୁଥିଲେ । ତେବେ ବଣୁଆ ଜଂଗଲୀ ହାତୀ ଖାଦ୍ୟ ଅନ୍ବେଷଣରେ ଆସି ଫସଲ କିଆରିରେ ପଶି ଦଳି ଚକଟି ନଷ୍ଟ କରିଦେଇଛି ।
ଏପରିକି ଆଲୋକ ଚମ୍ପତିଙ୍କ ଘରର ପାଚେରୀ ଭାଙ୍ଗି ଦେବା ସହ ଚକରା ପାଇକରାୟଙ୍କ ବାଡ଼ିରେ ଥିବା କଦଳୀ ଗଛ ନଷ୍ଟ କରିଛି । ତାଙ୍କୁ ତୁରନ୍ତ କ୍ଷତି ପୂରଣ ପ୍ରଦାନ ପାଇଁ ସ୍ଥାନୀୟ ଅଞ୍ଚଳରେ ଦାବୀ କରିଛନ୍ତି ।
No Result
View All Result