No Result
View All Result
୨୮ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> କନ୍ଧମାଳ ଜିଲ୍ଲା ବାଲିଗୁଡା ଯୋଗାଣ ବିଭାଗ ପକ୍ଷରୁ କ, ନୂଆଗାଁ ବ୍ଲକର ସାରଙ୍ଗଡ଼ ଓ ବଣ୍ଡଗୁଡା ଗ୍ରାମର ବିଭିନ୍ନ ଦୋକାନରେ ଅଚାନକ ଚଢ଼ଉ କରି ୧୩ ଟି ଘରୋଇ ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି । ପ୍ରକାଶ ଯେ, ସାରଙ୍ଗଡ଼ର ଦିଲୁ ଦଳପତିଙ୍କ ଦୋକାନରୁ ୮ଟି ଏବଂ ବଣ୍ଡଗୁଡା ନିରଞ୍ଜନ ଗନ୍ତାୟତଙ୍କ ତେଜରାତି ଦୋକାନରେ ବେଆଇନ ଭାବେ ଗଚ୍ଛିତ ଥିବା ୫ଟି ଘରୋଇ ରନ୍ଧନ ଗ୍ୟାସ ଏପରି ୧୩ଟି ଗ୍ୟାସ ସିଲିଣ୍ଡର ଜବତ ହୋଇଛି ।

ସେମାନେ କେଉଁଠୁ ଏହି ଗ୍ୟାସ ସିଲିଣ୍ଡର ଆଣିଥିଲେ ସେ ସଂକ୍ରାନ୍ତ କାଗଜପତ୍ର ଦେଖାଇ ପାରିନଥିଲେ । ଜବତ ସିଲିଣ୍ଡରକୁ କ.ନୂଆଗାଁ ସ୍ଥିତ ଗ୍ରାମୀଣ ଗ୍ୟାସ ବିତରକ ପାଖରେ ଜିମା ଦିଆଯାଇଛି । ଏ ସଂକ୍ରାନ୍ତରେ ସାରଙ୍ଗଡ଼ର ଦିଲୁ ଦଳପତି ଓ ବଣ୍ଡଗୁଡା ର ନିରଞ୍ଜନ ଗଗନ୍ତାୟତ ଙ୍କ ନାମରେ ଏତଲା ଦିଆଯାଇଛି । ଏହି ଚଢଉରେ ଯୋଗାଣ ନିରୀକ୍ଷକ ମଳୟ କୁମାର ମେହେର ଓ ଡିଇଓ ଗଣେଶ ବେହେରା ସାମିଲ ଥିଲେ । ବର୍ତ୍ତମାନ ଏପରି ଚଢ଼ଉ ନିୟମିତ ଜାରି ରହିବ ବୋଲି ଅତିରିକ୍ତ ଯୋଗାଣ ଅଧିକାରୀ ଦିଲ୍ଲୀପ ପାଣିଗ୍ରାହୀ ପ୍ରକାଶ କରିଛନ୍ତି ।
No Result
View All Result