• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଡ଼କ ସୁରକ୍ଷା ସଂପର୍କିତ ସମୀକ୍ଷା ବୈଠକ

Proprietor Abhimanyu Maharana by Proprietor Abhimanyu Maharana
August 28, 2024
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଡ଼କ ସୁରକ୍ଷା ସଂପର୍କିତ ସମୀକ୍ଷା ବୈଠକ
Share on FacebookShare on TwitterWhatsapp

 ବ୍ୟବସ୍ଥାରେ ଅଧିକ ଉନ୍ନତି ପାଇଁ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶ ।

 ଦୁର୍ଘଟଣା ସୂଚନା ପାଇବା କ୍ଷଣି ତ୍ୱରିତ ପଦକ୍ଷେପ ନେବା ଉପରେ ଗୁରୁତ୍ୱାରୋପ ।

୨୮ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ସଡ଼କ ଦୁର୍ଘଟଣା ଘଟିଲେ ଦୁର୍ଘଟଣା ସ୍ଥଳରେ ଦୁର୍ଘଟଣାଗ୍ରସ୍ତଙ୍କ ନିକଟରେ ତୁରନ୍ତ ପହଁଚି ସହାୟତା ପ୍ରଦାନର ଆବଶ୍ୟକତା ରହିଛି । ଏଥିପାଇଁ ଆମ୍ବୁଲାନ୍ସ, ପୁଲିସ୍ ଟିମ୍, ଅଗ୍ନିଶମ ବ୍ୟବସ୍ଥା, ସ୍ୱେଚ୍ଛାସେବୀ ତଥା ସଂପୃକ୍ତ ସମସ୍ତେ ଯେପରି କ୍ରିୟାଶୀଳ ହୋଇ କମ୍ ସମୟ ମଧ୍ୟରେ ସେଠାରେ ସହାୟତା ପାଇଁ ପହଁଚିବେ, ସେଥିପ୍ରତି ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଗୁରୁତ୍ୱାରୋପ କରିଛନ୍ତି । ଫଳରେ ଦୁର୍ଘଟଣାରେ ମୂଲ୍ୟବାନ ଜୀବନକୁ ରକ୍ଷା କରାଯାଇପାରିବ । ଅନ୍ୟପକ୍ଷରେ ଦୁର୍ଘଟଣାକୁ କମାଇବା ପାଇଁ ଦୃଢ ପଦକ୍ଷେପ, ଆନୁଷ୍ଠାନିକ ପରିଚାଳନା ବ୍ୟବସ୍ଥାରେ ଅଧିକ ଉନ୍ନତି ଅଣାଯିବା ନିମନ୍ତେ ପ୍ରସ୍ତାବ ଦେବା ଓ କାର୍ଯ୍ୟକାରିତା ଉପରେ ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ପରାମର୍ଶ ଦେଇଛନ୍ତି । ଆଜି ପୂର୍ବାହ୍ଣରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ବାଣିଜ୍ୟ ଓ ପରିବହନ ବିଭାଗ ତରଫରୁ ଆହୂତ ସଡ଼କ ସୁରକ୍ଷା ସଂପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟ ଶାସନ ସଚିବ ଏ ସଂପର୍କରେ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଊଷା ପାଢ଼ୀ, ରାଜ୍ୟ ପୁଲିସ ମହା ନିର୍ଦ୍ଦେଶକ ଶ୍ରୀ ୱାଇ.ବି.ଖୁରାନିଆ, କ୍ରୁଟ୍ ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଅରୁଣ ବୋଥ୍ରା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଅଶ୍ୱଥି ଏସ୍‌ , ପରିବହନ କମିଶନର ଶ୍ରୀ ଅମିତାଭ ଠାକୁର, ପୂର୍ତ୍ତ ବିଭାଗ, ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏବଂ ଅନ୍ୟ ସଂପୃକ୍ତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ବୈଠକ ସଂପର୍କରେ ସୂଚନା ଦେଇ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ପାଢ଼ୀ କହିଥିଲେ ଯେ ମାନ୍ୟବର ସର୍ବୋଚ୍ଚ ନ୍ୟାୟଳୟଙ୍କ ଦ୍ୱାରା ସଡ଼କ ସୁରକ୍ଷା ନିମନ୍ତେ ୨୦୧୪ ମସିହାରୁ ଏକ କମିଟି ଗଠନ କରାଯାଇ ବିଭିନ୍ନ ରାଜ୍ୟରେ ସଡ଼କ ସୁରକ୍ଷା ସଂପର୍କିତ ନିର୍ଦ୍ଦେଶନାମା କାର୍ଯ୍ୟକାରୀ କରିବାକୁ ତଦାରଖ କରାଯାଉଛି । ମୁଖ୍ୟତଃ ଏ ସଂପର୍କିତ ଶିକ୍ଷା, ସଡକ ନିର୍ମାଣରେ ଯାନ୍ତ୍ରିକୀ ଜ୍ଞାନକୌଶଳ, ଆଇନ୍ ଖିଲାପକାରୀଙ୍କ ବିରୁଦ୍ଧରେ ଚଢଉ ଏବଂ ଦୁର୍ଘଟଣା ସମୟରେ ଜରୁରୀକାଳୀନ ସହାୟତା ଉପରେ ଗୁରୁତ୍ୱ ଦେଇଛନ୍ତି ।

ଆମ ରାଜ୍ୟରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ କମିଟିର ନିର୍ଦ୍ଦେଶନାମା ଅନୁପାଳନ କରାଯାଇ ସଡକ ସୁରକ୍ଷା ସମ୍ପର୍କିତ ନିଆଯାଉଥିବା ସମସ୍ତ ପଦକ୍ଷେପ ସଂପର୍କରେ ଶ୍ରୀମତୀ ପାଢୀ ଅବଗତ କରିଥିଲେ । ରାଜ୍ୟ ପରିବହନ କମିଶନର ୨୦୨୨ମସିହାରେ ଓଡ଼ିଶାରେ ସଡ଼କ ସୁରକ୍ଷା ସଂପର୍କିତ କାର୍ଯ୍ୟାନୁଷ୍ଠାନ ସଂପର୍କିତ ପ୍ରଦର୍ଶନ ଉପରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ସଡକ ସୁରକ୍ଷା କମିଟି ଉଚ୍ଚ ପ୍ରଦର୍ଶନ କାରୀ ରହିଥିବା ସଂପର୍କରେ ପ୍ରକାଶ କରିଥିଲେ । ବୈଠକରେ ବିଗତ ୫ ବର୍ଷରେ ରାଜ୍ୟରେ ସଡ଼କ ଦୁର୍ଘଟଣା ସଂପର୍କିତ ଏତ ତୁଳନାତ୍ମକ ଦୃଷ୍ଟିପାତ କରାଯାଇଥିଲା । ରାଜ୍ୟରେ ବର୍ଷକୁ ପ୍ରାୟ ୫ ହଜାର ଓ ଦିନକୁ ପ୍ରାୟ ୧୬ ଜଣଙ୍କର ସଡ଼କ ଦୁର୍ଘଟଣାରେ ପ୍ରାଣହାନୀ ଘଟୁଛି । ଦୁର୍ଘଟଣାରେ ଜାତୀୟ ମୃତ୍ୟୁ ସଂଖ୍ୟା ହାର ୩୭ ପ୍ରତିଶତ ଥିବାବେଳେ ଓଡ଼ିଶାରେ ଏହା ୪୭ ପ୍ରତିଶତ ରହିଛି । ୨୦୨୩ ମସିହାରେ ଗ୍ରାମାଞ୍ଚଳରେ ଅଧିକ ଦୁର୍ଘଟଣା (୬୩.୧%) ଘଟିଥିବାବେଳେ ମୃତ୍ୟୁ ସଂଖ୍ୟା ୬୭.୭% ରହିଥିଲା । ସେହିପରି ସହରାଞ୍ଚଳରେ ଦୁର୍ଘଟଣା ସଂଖ୍ୟା ୩୬.୯% ଥିବାବେଳେ ମୃତ୍ୟୁ ସଂଖ୍ୟା ୩୨.୩% ରହିଥିଲା ।

ଚଳିତ ବର୍ଷ ୨୦୨୪ ଜାନୁଆରୀରୁ ମଇ ମାସ ସୁଦ୍ଧା ୫୩୬୦ ଦୁର୍ଘଟଣା ଘଟି ୨୬୫୭ ଜଣଙ୍କର ମୃତ୍ୟୁ ହୋଇଛି । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୧ ଜଣଙ୍କ ମୃତ୍ୟୁ ଘଟିଛି । ପ୍ରାୟ ୬୩ ପ୍ରତିଶତ ମୃତ୍ୟୁ ହେଲମେଟ୍ ପିନ୍ଧି ନଥିବା ଯୋଗୁଁ ଘଟିଛି । ଅନ୍ୟ ବିଭିନ୍ନ ଦୁର୍ଘଟଣାର କାରଣ ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା । ଅସାବଧାନତା ଏବଂ ବେପରବାୟ ଭାବେ ଗାଡିଚାଳନା, ଗାଡିଚାଳକ(ଡ୍ରାଇଭର)ଙ୍କ ବଦଳରେ ଲାଇସେନ୍ସ ନଥିବା ହେଲପରଙ୍କ ଦ୍ୱାରା ଗାଡି ଚାଳନା, ନିଶାସକ୍ତ ହୋଇ ଗାଡିଚାଳନାରୁ ଦୁର୍ଘଟଣା ଘଟୁଛି । ବେଆଇନ ଭାବେ ରାସ୍ତା କଡରେ ଗାଡି ପାର୍କିଂ ଯୋଗୁ ଯାନବାହନ ଚାଳନାରେ ବ୍ୟାଘାତ ଘଟି ଦୁର୍ଘଟଣା ହେଉଛି । ବିଭିନ୍ନ ନିର୍ମାଣ ଜୋନରେ ବର୍ଜ୍ୟବସ୍ତୁ ରାସ୍ତାକଡରେ ଅବ୍ୟବସ୍ଥିତ ଭାବେ ପଡିରହିବା କାରଣରୁ ଏବଂ ନିର୍ମାଣ ସ୍ଥଳରେ ସୂଚନା ସଂକେତ (ମେନ୍ ଆର୍ଟ ୱାର୍କ) ନଲାଗିବା ଫଳରେ ଦୁର୍ଘଟଣା ଘଟୁଛି । ଅନ୍ୟ ପକ୍ଷରେ ପ୍ରତି ଛକ ଜାଗା ଜଙ୍କସନ ସ୍ଥାନରେ ସତର୍କ ସୂଚନା ଲଗାଯିବାକୁ ନିଶ୍ଚିତ କରାଯିବା, ହାଇମାଷ୍ଟ ଆଲୋକ ବ୍ୟବସ୍ଥା କରାଯିବା, ସଡ଼କ କର୍ତ୍ତୃପକ୍ଷ ରାସ୍ତା ଉନ୍ନତି କରଣରେ ଇଜିନିଅରିଂ ଜ୍ଞାନ କୌଶଳ ପ୍ରୟୋଗରେ ଉନ୍ନତି, ଇଣ୍ଟେଲିଜେନ୍ସ ଟ୍ରାଫିକ୍ ମ୍ୟାନେଜମେଣ୍ଟ ସିଷ୍ଟମ(ଆଇଟିଏମ୍ଏସ), ଇଣ୍ଟେଲିଜେଣ୍ଟ ଏନଫୋର୍ସମେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ (ଆଇଇଏମଏସ୍) ବ୍ୟବସ୍ଥା ଜରିଆରେ ବୈଷୟିକ ଜ୍ଞାନ କୌଶଳକୁ ସମନ୍ୱିତ କରିବା, ପୋଲିସ ସହାୟତାରେ ଚଢ଼ାଉକୁ କଡାକଡି କରାଯିବା , ପ୍ରତି ପୁଲିସ୍ ଷ୍ଟେସନରେ ସଡକ ସୁରକ୍ଷା ଅଧିକାରୀ ପଦନାମିତ କରାଯିବା ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରିଜିଓନାଲ ଏଆଇଏମ ସମ୍ବାଦ-ଇଷ୍ଟ ଚାପ୍ଟର ଆୟୋଜିତ

Bhubaneswar Hosts Regional AIM SUMVAAD to Drive Innovation and Collaboration Across Eastern India

July 6, 2026
ରିଜିଓନାଲ ଏଆଇଏମ ସମ୍ବାଦ-ଇଷ୍ଟ ଚାପ୍ଟର ଆୟୋଜିତ

ରିଜିଓନାଲ ଏଆଇଏମ ସମ୍ବାଦ-ଇଷ୍ଟ ଚାପ୍ଟର ଆୟୋଜିତ

July 6, 2026
ତୁରେକେଲାରେ ୭୭ତମ ବନ ମହୋତ୍ସବ : ଆଗାମୀ ପିଢ଼ି ପାଇଁ ଗଛ ଲଗାଇବାକୁ ଆହ୍ୱାନ

ତୁରେକେଲାରେ ୭୭ତମ ବନ ମହୋତ୍ସବ : ଆଗାମୀ ପିଢ଼ି ପାଇଁ ଗଛ ଲଗାଇବାକୁ ଆହ୍ୱାନ

July 6, 2026
ମହାପ୍ରଭୁଙ୍କ ସେବାରେ ସର୍ବକନିଷ୍ଠ ଦଇତାପତି ଶ୍ରୀଅଂଶ

ମହାପ୍ରଭୁଙ୍କ ସେବାରେ ସର୍ବକନିଷ୍ଠ ଦଇତାପତି ଶ୍ରୀଅଂଶ

July 6, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରିଜିଓନାଲ ଏଆଇଏମ ସମ୍ବାଦ-ଇଷ୍ଟ ଚାପ୍ଟର ଆୟୋଜିତ

Bhubaneswar Hosts Regional AIM SUMVAAD to Drive Innovation and Collaboration Across Eastern India

July 6, 2026
ରିଜିଓନାଲ ଏଆଇଏମ ସମ୍ବାଦ-ଇଷ୍ଟ ଚାପ୍ଟର ଆୟୋଜିତ

ରିଜିଓନାଲ ଏଆଇଏମ ସମ୍ବାଦ-ଇଷ୍ଟ ଚାପ୍ଟର ଆୟୋଜିତ

July 6, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version