No Result
View All Result
୨୭ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼ :-> ବୋଲଗଡ଼ ବ୍ଲକ ମନରେଗା ” ଯୋଜନାର ସଂଯୋଜିକା ରୁବି ଡାକୁଆଙ୍କ ଆବାହକତ୍ୱରେ ଓ ବିଡ଼ିଓ ଶରତ କୁମାର ମଲ୍ଲିକଙ୍କ ସଭାପତିତ୍ୱରେ ବ୍ଲକସ୍ତରୀୟ ଜନଶୁଣାଣୀ ଶିବିର ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ମଙ୍ଗଳ ବାରଦିନ ଅନୁଷ୍ଠିତ l ଏହି ଜନଶୁଣାଣୀ ଶିବିରରେ ମୁଖ୍ୟଅତିଥି ଭାବେ ଖୋର୍ଦ୍ଧାଜିଲ୍ଲା ଉପଜିଲ୍ଲାପାଳ ଦିପ୍ତୀରଂଜନ ସେଠୀ, ମୁଖ୍ୟବକ୍ତା ଭାବେ ଖୋର୍ଦ୍ଧାଜିଲ୍ଲା ମୁଖ୍ୟ ମନନ ରେଗା ଅଧିକାରୀ ସମ୍ମାନିତ ଅତିଥିଭାବେ ବ୍ଲକ ଅଧକ୍ଷା ହୁଲ୍ଲାସ ପ୍ରଧାନ, ଉପାଧ୍ୟାକ୍ଷ ରମେଶ ଚନ୍ଦ୍ର ସାହୁ, ଜିଲ୍ଲାପରିଷଦ ସୁବାସ ଚନ୍ଦ୍ର ରାୟଗୁରୁ,
ଜିଲ୍ଲାପରିଷଦ ସଭ୍ୟା ସୁନନ୍ଦିତା ସାହୁ ଓ ସହକାରୀ ଯନ୍ତ୍ରୀ ଅମୁଲ୍ୟ କୃଷ୍ଣ ବାହିନୀପତି ପ୍ରମୁଖ ଯୋଗଦେଇଥିଲେ l ଏହି ବ୍ଲକସ୍ତରୀୟ ଜନଶୁଣାଣୀ ଶିବିରରେ ବୋଲଗଡ଼ର ୧୯ଟି ଗ୍ରାମପଞ୍ଚାୟତର ସମସ୍ତ ସରପଞ୍ଚ, ସମିତିସଭ୍ୟ/ସଭ୍ୟା ଜିଲ୍ଲାପରିଷଦ ସଭ୍ୟ/ସଭ୍ୟା ଓ ବ୍ଲକ କର୍ମଚାରୀମାନେ ଯୋଗଦେଇଥିଲେ l ଗ୍ରାମାଞ୍ଚଳର ବିକାଶ ଓ ଲୋକମାନଙ୍କର ସୁବିଧା ପାଇଁ ରାଜ୍ୟସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିନ୍ତ କର୍ମନିଯୁକ୍ତି ଯୋଜନା ସମ୍ପର୍କରେ ସଂଯୋଜିକା ରୁବି ଡାକୁଆ ସୂଚନା ପ୍ରଦାନ କରିଥିଲେ l
ବାହୁ ସରପଞ୍ଚ ଓ ସମିତିସଭ୍ୟମାନେ ନିଜ ନିଜ ପଞ୍ଚାୟତର ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟ ପାଇଁ ମନନରେଗା ଯୋଜନାରେ ସରକାରୀ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବୀ କରିଥିଲେ l ମନନରେଗା ଯୋଜନାର ବିଭିନ୍ମ ଉପାଦେୟତା ତଥ୍ୟ ଓ ଏହାର ବିକାଶ ସମ୍ପର୍କରେ ସମସ୍ତ ନବନିର୍ବାଚିତ ସଭ୍ୟ/ସଭ୍ୟାମାନେ କାର୍ଯ୍ୟ
କରିବାକୁ ଏବଂ ବ୍ଲକ ପ୍ରଶାସନିକ ଅଧିକାରୀ ତଥା ଖୋର୍ଦ୍ଧାଜିଲ୍ଲା ମନନରେଗା ଯୋଜନା ଅଧିକାରୀମାନେ ସାହାଯ୍ୟ କରିବାକୁ ବ୍ଲକ ଉପାଧ୍ୟାକ୍ଷା ରମେଶ ଚନ୍ଦ୍ର ସାହୁ ଅନୁରୋଧ କରିଥିଲେ l ବୋଲଗଡ଼ ବ୍ଲକ ଅଞ୍ଚଳରେ ମନନରେଗା ଯୋଜନାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମ ଗୁଡିକର ଅଗ୍ରଗତି ସମ୍ପର୍କରେ ସହକାରୀ ଯନ୍ତ୍ରୀ ଅମୁଲ୍ୟ କୃଷ୍ଣ ବାହିନୀପତି ସୂଚନା ଦେଇଥିଲେ l ପରିଶେଷରେ ଅତିରିକ୍ତ ବିଡ଼ିଓ ଡ଼ଃ ରତିକାନ୍ତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
No Result
View All Result