No Result
View All Result
୨୭ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭାପୁର :-> ନୟାଗଡ ଜିଲ୍ଲା ଭାପୁର ବ୍ଲକ ଅନ୍ତର୍ଗତ ଚକ୍ରଧର ପ୍ରସାଦ ଉଚ୍ଚ ବିଦ୍ୟାଳୟ ୧୯୯୧ ମସିହା ମ୍ୟାଟ୍ରିକ ବ୍ୟାଚ ଛାତ୍ର ଛାତ୍ରୀମାନଙ୍କର ବନ୍ଧୁ ମିଳନ ନିମାଣି ମଧ୍ଯ ଇଂରାଜୀ ବିଦ୍ୟାଳୟ ନିକଟରେ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୩୩ ବର୍ଷପରେ ସହପାଠୀ ପ୍ରଶାନ୍ତ କୁମାର ଷଡଙ୍ଗୀଙ୍କ ଆବାହକତ୍ୱରେ ଚଳିତ ବର୍ଷ ପ୍ରଥମ କରି ଏକ ବନ୍ଧୁ ମିଳନ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୋଟ ୨୭ ଜଣ ସହପାଠୀଙ୍କ ସପରିବାର ସହ ୬୦ଜଣରୁ ଉର୍ଦ୍ଧ୍ବ ଏକାଠି ଉପସ୍ଥିତ ହୋଇ ଏକ ବୈଠକର ଆୟୋଜନ କରିଥିଲେ ।
ଉକ୍ତ ବୈଠକରେ ସମସ୍ତ ସହପାଠୀମାନଙ୍କ ସହ ସପରିବାର ଦୀର୍ଘ ୩୩ ବର୍ଷ ପରେ ଏକାଠି ହୋଇଥିବାରୁ ସମସ୍ତେ ଭାବ ବିହ୍ୱଳ ହେବା ସହ ନିଜ ନିଜର କର୍ମମୟ ଜୀବନ, ସୁଖ ଦୁଃଖ ଘଟଣା ଗୁଡିକୁ ବର୍ଣ୍ଣନା କରି, ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ କରିଥିଲେ । ସହପାଠୀ ବନମାଳୀ ରାଉତ, ଅରବିନ୍ଦ ସୁବୁଦ୍ଧି, ପ୍ରଶନ୍ନ କୁମାର ସ୍ବାଇଁ, ପୂର୍ଣ୍ଣଚନ୍ଦ୍ର ସାହୁ, ଦୀପକ କୁମାର ସୀଠ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମକୁ ସହଯୋଗ କରି ପରିଚାଳନା କରିଥିଲେ l
No Result
View All Result