• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଉତ୍କଳ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ (ୟୁସିସିଆଇଏଲ) ପକ୍ଷରୁ ଗ୍ଲୋବାଲ ଟ୍ରେଡ୍ ସୋ ‘ରିସର୍ଜେଂଟ ଓଡ଼ିଶା ୨୦୨୪’ ଉପସ୍ଥାପିତ

Proprietor Abhimanyu Maharana by Proprietor Abhimanyu Maharana
August 28, 2024
in ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ହୋମ୍
0
ଉତ୍କଳ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ (ୟୁସିସିଆଇଏଲ) ପକ୍ଷରୁ ଗ୍ଲୋବାଲ ଟ୍ରେଡ୍ ସୋ ‘ରିସର୍ଜେଂଟ ଓଡ଼ିଶା ୨୦୨୪’ ଉପସ୍ଥାପିତ
Share on FacebookShare on TwitterWhatsapp

୨୭ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଉତ୍କଳ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ୍ (ୟୁସିସିଆଇଏଲ୍‌) ପକ୍ଷରୁ ବହୁ ପ୍ରତୀକ୍ଷିତ ଗ୍ଲୋବାଲ ଟ୍ରେଡ ସୋ : ରିସର୍ଜେଂଟ ଓଡ଼ିଶା ୨୦୨୪ର ଘୋଷଣା କରାଯାଇଛି । ଏହା ଅଗଷ୍ଟ ୩୦ରୁ ସେପ୍ଟେମ୍ବର ପହିଲା ପର୍ଯ୍ୟନ୍ତ ଭୁବନେଶ୍ୱରର ଜନତା ମଇଦାନ ଠାରେ ଆୟୋଜିତ ହେବ । ଓଡ଼ିଶା ସରକାର ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ (ଏମଏସଏମଇ) ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଓଡ଼ିଶାର ଅର୍ଥନୈତିକ ଓ ଶିଳ୍ପ ଯାତ୍ରାରେ ଏକ ଐତିହାସିକ ଅବସର ହେବାର ପ୍ରତିଶ୍ରୁତି ଦେଇଛି । ରିସର୍ଜେଂଟ ଓଡ଼ିଶା ୨୦୨୪ ସୂଚନା ପ୍ରଯୁକ୍ତି ବିଦ୍ୟା (ଆଇଟି), ଆର୍ଟିଫିସିଆଲ ଇଂଟେଲିଜେନ୍ସ (ଏଆଇ), ମାନୁଫାକଚରିଂ ସମେତ ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ପ୍ରଦାନ କରୁଥିବା ବିପୁଳ ଅଭିବୃଦ୍ଧି ଓ ସୁଯୋଗକୁ ପ୍ରଦର୍ଶିତ କରିବାକୁ ଲକ୍ଷ୍ୟ ରଖିଛି ।

ସମଗ୍ର ବିଶ୍ୱର ଶିଳ୍ପନେତା, ବିଶେଷଜ୍ଞ ଏବଂ ଅଂଶୀଦାରମାନଙ୍କ ମଧ୍ୟରେ ସହଯୋଗ, ଉଦ୍ଭାବନ ଏବଂ ନେଟୱାର୍କିଂକୁ ପ୍ରୋତ୍ସାହିତ କରିବା ପାଇଁ ଏହି କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି । ୟୁସିସିଆଇଏଲର ସଭାପତି ଶ୍ରୀ ବ୍ରହ୍ମା ମିଶ୍ର ରିସର୍ଜେଂଟ ଓଡ଼ିଶା ୨୦୨୪ ସମ୍ପର୍କରେ ମତବ୍ୟକ୍ତ କରି କହିଛନ୍ତି ଯେ, “୨୦୪୭ ସୁଦ୍ଧା ଭାରତକୁ ୩୦ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ କରିବା ପାଇଁ ଭାରତ ସରକାର ଏକ ମହତ୍ୱାକାଂକ୍ଷୀ ଯୋଜନା ପ୍ରସ୍ତୁତ କରିଛନ୍ତି । ଏହି ଲକ୍ଷ୍ୟ ହାସଲ କରିବାକୁ ହେଲେ ପ୍ରତ୍ୟେକ ରାଜ୍ୟକୁ ଏକ ଟ୍ରିଲିୟନ ଡଲାରର ଯୋଗଦାନ କରିବାକୁ ପଡ଼ିବ । ଏହି ପରିପ୍ରେକ୍ଷୀରେ ଏକ ଜୀବନ୍ତ ଅର୍ଥନୀତି ଭାବେ ଓଡ଼ିଶାକୁ ଯଥେଷ୍ଟ ଅବଦାନ ଦେବାକୁ ପଡ଼ିବ ।

ଏହି ଲକ୍ଷ୍ୟ ହାସଲ ପାଇଁ ରାଜ୍ୟକୁ ସହଯୋଗ କରିବା ଉଦ୍ଦେଶ୍ୟରେ ଏହି ଏକ୍ସପୋ କରାଯାଇଛି । ଏକ୍ସପୋରେ ବିଭିନ୍ନ ଦେଶ, ଦୂତାବାସ ଓ ଶିଳ୍ପ, ରାଷ୍ଟ୍ରାୟତ ଉଦ୍ୟୋଗ, ଏମଏନସି, ଏକାଡେମିକ ପ୍ରମୁଖ ଯୋଗଦେବେ । ଓଡ଼ିଶା କିପରି ଏକ ଟ୍ରିଲିୟନ ଡଲାର ଅର୍ଥନୀତି ଲକ୍ଷ୍ୟ ହାସଲ କରିପାରିବ ସେ ନେଇ ଆମ ସହଯୋଗୀଙ୍କ ସହାୟତାରେ ଏକ ଶ୍ୱେତପତ୍ର ପ୍ରସ୍ତୁତ କରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ଦାଖଲ କରିବୁ ।” ଆଜିର ଏହି କାର୍ଯ୍ୟକ୍ରମରେ ୟୁସିସିଆଇଏଲର ଉପସଭାପତି, ଶ୍ରୀଯୁକ୍ତ ତାରିଣୀ ପ୍ରସାଦ ମହାନ୍ତି, ୟୁସିସିଆଇଏଲର ସେକ୍ରେଟାରୀ, ଶ୍ରୀଯୁକ୍ତ ଅଶୋକ କୁମାର ଶାରଦା, ୟୁସିସିଆଇଏଲ ଗ୍ଲୋବାଲ ଟ୍ରେଡ଼ ସୋ, ରିସର୍ଜେଂଟ ଓଡ଼ିଶା ୨୦୨୪ର ଚେୟାରମ୍ୟାନ୍‌, ଶ୍ରୀଯୁକ୍ତ ପ୍ରବୋଧ ମହାନ୍ତି, ୟୁସିସିଆଇଏଲ ଗ୍ଲୋବାଲ ଟ୍ରେଡ଼ ସୋ,

ରିସର୍ଜେଂଟ ଓଡ଼ିଶା ୨୦୨୪ର କୋ-ଚେୟାରମ୍ୟାନ୍‌, ଶ୍ରୀଯୁକ୍ତ ପଙ୍କଜ ମହାନ୍ତି, ୟୁସିସିଆଇଏଲ ଗ୍ଲୋବାଲ ଟ୍ରେଡ଼ ସୋ, ରିସର୍ଜେଂଟ ଓଡ଼ିଶା ୨୦୨୪ର କନଭେନର, ଶ୍ରୀଯୁକ୍ତ ମନୋଜ ପୃଷ୍ଟି ଏବଂ ଇପିକଲ, ଓଡ଼ିଶା ସରକାର, ଇଡ଼ି, ଶ୍ରୀଯୁକ୍ତ କଲ୍ୟାଣ ମହାନ୍ତି ପ୍ରମୁଖ ମଂଚରେ ଉପସ୍ଥିତ ଥିଲେ ା ଏହି କାର୍ଯ୍ୟକ୍ରମରେ ଅନେକ ପ୍ରଦର୍ଶନୀ, କର୍ମଶାଳା ଏବଂ ଶିଳ୍ପ ବିଶେଷଜ୍ଞଙ୍କ ସହ ପ୍ୟାନେଲ୍ ଆଲୋଚନା ସାମିଲ ରହିବ, ଯେଉଁଥିରେ ଅଂଶଗ୍ରହଣକାରୀଙ୍କୁ ଅତ୍ୟାଧୁନିକ ପ୍ରକଳ୍ପ, ଅଭିନବ ସମାଧାନ ଏବଂ ବଜାରର ଅତ୍ୟାଧୁନିକ ଟ୍ରେଣ୍ଡ ଅନୁସନ୍ଧାନ କରିବାର ଅତୁଳନୀୟ ସୁଯୋଗ ମିଳିବ ବୋଲି ଶ୍ରୀ ମିଶ୍ର କହିଛନ୍ତି । ଏହା ଓଡ଼ିଶାରେ ଅଭିବୃଦ୍ଧି ଓ ବିକାଶର ଗତିକୁ ଆଗେଇ ନେବା ସହ ମୂଲ୍ୟବାନ ସହଭାଗିତା ଓ ସହଯୋଗ ପାଇଁ ବ୍ୟବସାୟୀମାନଙ୍କୁ ଏକ ମଂଚ ପ୍ରଦାନ କରିବ ।

ଏହି କାର୍ଯ୍ୟକ୍ରମ ପ୍ରଦାନ କରୁଥିବା ପ୍ରମୁଖ ଉପାଦାନଗୁଡ଼ିକ ସମ୍ପର୍କରେ ବିସ୍ତୃତ ଭାବରେ ବର୍ଣ୍ଣନା କରି ୟୁସିସିଆଇର ସଭାପତି କହିଛନ୍ତି ଯେ ସମସ୍ତ ଅଂଶୀଦାରଙ୍କ ପାଇଁ ସମଗ୍ର ବିଶ୍ୱର ଶିଳ୍ପ ନେତା, ବିଶେଷଜ୍ଞ ଏବଂ ଉଦ୍ଭାବକମାନଙ୍କ ସହ ଯୋଗାଯୋଗ କରିବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିବ । ଆଇଟି, ଏଆଇ, ମାନୁଫାକଚରିଂ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ସଦ୍ୟତମ ଅଗ୍ରଗତି ଆବିଷ୍କାର କରିପାରିବେ । ଶିଳ୍ପ ଏବଂ ପ୍ରଯୁକ୍ତିବିଦ୍ୟାର ଭବିଷ୍ୟତ ବିଷୟରେ ଚିନ୍ତାଶୀଳ ନେତାଙ୍କଠାରୁ ସୂଚନା ପ୍ରାପ୍ତ କରିପାରିବେ । ଅଭିବୃଦ୍ଧି ପାଇଁ ନୂଆ ସୁଯୋଗ ସନ୍ଧାନ ସହ ରଣନୈତିକ ମେଂଟ ଗଠନ କରିବାକୁ ସେ ଓଡ଼ିଶାର ଅଂଶଗ୍ରହଣକାରୀମାନଙ୍କୁ ଆହ୍ୱାନ ଦେଇଥିଲେ । କନଫେଡେରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରି (ସିଆଇଆଇ), ଫେଡେରେସନ ଅଫ ଇଣ୍ଡିଆନ ଚାମ୍ବର୍ସ ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି), ଇଣ୍ଡିଆନ ଚାମ୍ବର ଅଫ କମର୍ସ (ଆଇସିସି) ଏବଂ ଆସୋଚାମ୍ ଭଳି ପ୍ରତିଷ୍ଠିତ ସଂଗଠନ ସହ ସହଯୋଗ କରି ଆମେ ଗର୍ବ ଅନୁଭବ କରୁଛୁ । ରିସର୍ଜେଂଟ ଓଡ଼ିଶା ୨୦୨୪କୁ ସଫଳ କରିବାରେ ସେମାନଙ୍କ ସହଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସିପ୍ରାରାଣୀ ମାଟ୍ରିକ ପରୀକ୍ଷାରେ ବୋଲଗଡ଼ରେ ଶୀର୍ଷରେ

ସିପ୍ରାରାଣୀ ମାଟ୍ରିକ ପରୀକ୍ଷାରେ ବୋଲଗଡ଼ରେ ଶୀର୍ଷରେ

May 5, 2026
ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

May 4, 2026
ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା : ଦୁଇ ଜଣ ଗିରଫ – ଦୁଇ ଦେଶୀ ବନ୍ଧୁକ ଜବତ

ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା : ଦୁଇ ଜଣ ଗିରଫ – ଦୁଇ ଦେଶୀ ବନ୍ଧୁକ ଜବତ

May 4, 2026
Brutal Crime in Nasrapur Sparks Outrage : Accused Arrested

Brutal Crime in Nasrapur Sparks Outrage : Accused Arrested

May 4, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସିପ୍ରାରାଣୀ ମାଟ୍ରିକ ପରୀକ୍ଷାରେ ବୋଲଗଡ଼ରେ ଶୀର୍ଷରେ

ସିପ୍ରାରାଣୀ ମାଟ୍ରିକ ପରୀକ୍ଷାରେ ବୋଲଗଡ଼ରେ ଶୀର୍ଷରେ

May 5, 2026
ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

May 4, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version