• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଖୋର୍ଦ୍ଧା ମୁକୁନ୍ଦପ୍ରସାଦ ବିଚ ରାସ୍ତାରେ ଯୁବକଙ୍କୁ ଖଣ୍ତାରେ ହାଣି ହତ୍ୟା:ଗଣ୍ଡଗୋଳ ଆଶଙ୍କା ନେଇ ୧୬୩ ଧାରା ଲାଗୁ କଲେ ଉପଜିଲ୍ଲାପାଳ

Proprietor Abhimanyu Maharana by Proprietor Abhimanyu Maharana
August 26, 2024
in ଓଡ଼ିଶା, ଖୋର୍ଦ୍ଧା, ହୋମ୍
0
ଖୋର୍ଦ୍ଧା ମୁକୁନ୍ଦପ୍ରସାଦ ବିଚ ରାସ୍ତାରେ ଯୁବକଙ୍କୁ ଖଣ୍ତାରେ ହାଣି ହତ୍ୟା:ଗଣ୍ଡଗୋଳ ଆଶଙ୍କା ନେଇ ୧୬୩ ଧାରା ଲାଗୁ କଲେ ଉପଜିଲ୍ଲାପାଳ
Share on FacebookShare on TwitterWhatsapp

୨୫ ଅଗଷ୍ଟ,୨୦୨୪(ଓଡ଼ିଶା ତାଜା ନ୍ୟୁଜ୍ )  ଖୋର୍ଦ୍ଧା :->  ଅପରାହ୍ନରେ ଖୋର୍ଦ୍ଧା ମୁକୁନ୍ଦପ୍ରସାଦ ଛକ ବିଚ ରାସ୍ତାରେ ଏମଡି ସାଜିଦ(୩୦)ନାମକ ଯୁବକ କୁ ସଙ୍ଘ ବଦ୍ଧ ଭାବେ ୩୦ ରୁ ଉର୍ଦ୍ଧ୍ବ ଯୁବକ ଗୋଡେଇ ଗୋଡେଇ ହତ୍ୟା ଘଟଣା ଘଟିବା ପରେ ଖୋର୍ଦ୍ଧା ମୁକୁନ୍ଦପ୍ରସାଦ ରେ ଅଶାନ୍ତ ର ବାତାବରଣ ଦେଖିବାକୁ ମିଳିଛି।ସେପଟେ ଘଟଣା ଅଧିକ ହେବାର ଆଭାସ ପାଇ ଖୋର୍ଦ୍ଧା ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠି ୧୬୩ ଧାରା ଲାଗୁ କରିଛନ୍ତି। ସୂଚନା ଯେ ପୂର୍ବ ଶତ୍ରୁତା ରଖି ଆଜି ଖୋର୍ଦ୍ଧା ମୁକୁନ୍ଦପ୍ରସାଦ ରେ ଏମଡି ସାଜିଦ (୩୦)ନାମକ ଯୁବକ ଙ୍କୁ ଗୋଡାଇ ଖଣ୍ଡାରେ ହାଣିଲେ କିଛି ଯୁବକ।ଖୋର୍ଦ୍ଧା ଶିଳ୍ପାଂଚଳ ଥାନା ଅନ୍ତର୍ଗତ ଜଟଣୀ ବାଇପାସ ନିକଟରେ ଏହି ଘଟଣା ଘଟିଛି ।

ମୃତକ ହେଲେ ମୁକୁନ୍ଦପ୍ରସାଦ ର ମହମ୍ମଦ ସାଜିଦ (୩୦) । ଏହାକୁ ନେଇ ମୁକୁନ୍ଦପ୍ରସାଦ ଛକରେ ଉତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି । ଅଭିଯୁକ୍ତ ଙ୍କୁ ଗିରଫ ଦାବିରେ ମୁକୁନ୍ଦପ୍ରସାଦ ଛକରେ ଶବ ରଖି ଟାୟର ଜାଳି ରାସ୍ତାରୋକ କରିଥିଲେ ମୃତକ ପରିବାର ଲୋକେ ।ଘଟଣା ସ୍ଥଳ ରେ ଜିଲ୍ଲା ପ୍ରଶାସନ ପହଁଛି ପ୍ରତିଶୃତି ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲେ ସୁଦ୍ଧା ବିଳମ୍ବିତ ରାତି ସୁଧା ଉତ୍ତେଜନା ଲାଗି ରହିଛି । ମୃତକଙ୍କ ସମର୍ଥକ ମାନେ ମୁକୁନ୍ଦପ୍ରସାଦ ଛକ ଉପରେ ଶବ ରଖି ରାସ୍ତାରୋକ କରିବା ସହ ଦଧିବାମନସାହି, ମାଳିସାହି, ପୋଡାସାହି ପ୍ରଭୃତିରେ ପଶି ଗାଡି ଓ ଘର ଭଙ୍ଗାରୁଜା କରିଥିଲେ ।

ସ୍ଥିତି ଉତେଜନାପୂର୍ଣ୍ଣ ହୋଇଥିବାବେଳେ ଘଟଣାସ୍ଥଳରେ ଡିଜିପି ଯୋଗେଶ ବାହାଦୁର ଖୁରାନିଆ, ଗୁଇନ୍ଦାମୁଖ୍ୟ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସମେତ ପୁଲିସ ଅଧିକାରୀମାନଙ୍କ ସମେତ ଖୋର୍ଦ୍ଧା ଏସ୍ପି ଅବିନାଶ କୁମାର , ଜିଲ୍ଲାପାଳ ଚଂଚଳ ରାଣା, ଏଡିଏମ , ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠି,ତହସିଲଦାର ବିଭାସ କୁମାର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ସ୍ଥିତି ପରଖିଛନ୍ତି । ମୁକୁନ୍ଦପ୍ରସାଦରେ ଶାନ୍ତି ଫେରାଇବା ଲାଗି ପୁଲିସ ଫ୍ଲାଗମାର୍ଚ୍ଚ କରିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠି ସନ୍ଧ୍ୟାରେ ମୁକୁନ୍ଦପ୍ରସାଦ ଅଂଚଳରେ ୧୬୩ ଧାରା ଜାରୀ କରିଛନ୍ତି ଫଳରେ ଉକ୍ତ ୪ ଟି ୱାର୍ଡ ରେ ବିନା ଅନୁମତି ରେ ୫ ଜଣରୁ ଅଧିକ ଠିଆ ହୋଇପାରିବେନି।ରାଲି, ଶୋଭାଯାତ୍ରା,ଧାରଣା,ସ୍ଲୋଗାନ ଆଦି ସର୍ବସାଧାରଣ ସ୍ଥାନରେ କରିପରିବେନି।ସ୍ଥାନୀୟ ଅଞ୍ଚଳରେ ସ୍କୁଲ,କଲେଜ,ପ୍ରାଣନାଥ ମହାବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ରକୁ ବନ୍ଦ କରାଯାଇଛି।ଲାଠି,ବର୍ଚ୍ଛା, ଖଣ୍ଡା,ମାରଣା ଅସ୍ତ୍ର,ଉକ୍ତ ସ୍ଥାନରେ ବ୍ୟବହାର ମନା କରାଯାଇଛି।

ସାଉଣ୍ଡ ସିଷ୍ଟମ କୁ ବନ୍ଦ କରାଯାଇଛି।ଯଦି ଏହାକୁ କିଏ ଅବମାନନା କରନ୍ତି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବ୍ୟବସ୍ଥା କରାଯାଇଛି।ପ୍ରକାଶଥାଉକି, ପୂର୍ବ ଶତୃତାକୁ କେନ୍ଦ୍ର କରି ଦିନ ଦିପ୍ରହରରେ ଶିଳ୍ପାଂଚଳ ଥାନା ଅନ୍ତର୍ଗତ ଖୋର୍ଦ୍ଧା-ଜଟଣୀ ରାସ୍ତା ଚାଚେରା ଶବରସାହିସ୍ଥିତ ଏକ ନର୍ସରୀ ସମ୍ମୁଖରେ ବିଚ ରାସ୍ତାରେ ସାଜିଦଙ୍କୁ ଗୋଡାଇ ଖଣ୍ଡାରେ ହାଣିଲେ ଦୁବୃର୍ତ । ସାଜିଦ ର ମୁଣ୍ଡ, ମୁଁହ, ହାତ, ପେଟ, ବେକ ଭଳି ଶରୀର ର ଅନେକ ସ୍ଥାନରେ ଗଭୀର କ୍ଷତ ହୋଇଛି । ଏଥିରେ ତାଙ୍କର ମୃତ୍ୟୁ ହୋଇଛି ।୨ଜଣ ଲୋକ ଆହତ ହୋଇଛନ୍ତି । ସାଜିଦ କୁ ଯୁବକମାନେ ଯୋଜନା ବଦ୍ଧ ଭାବେ ଆକ୍ରମଣ କରି ମାରିଥିବା ବଡ଼ ଭାଇ ଏମଡି ମୋତାରାମ ଖୋର୍ଦ୍ଧା ଆଦର୍ଶ ଥାନାରେ ଅଭିଯୋଗ କରିଛନ୍ତି ।

ସାଜିଦଙ୍କ ମୃତ୍ୟୁକୁ ନେଇ ମୁକୁନ୍ଦପ୍ରସାଦରେ ଉତେଜନା ବଢିଛି । ମୃତକଙ୍କ ସମ୍ପର୍କିୟ ଓ ସହଯୋଗୀମାନେ ରାସ୍ତାରୋକ କରିବା ସହ ଦଧିବାମନସାହି, ମାଳିସାହି, ପୋଡାସାହି ପ୍ରଭୃତିରେ ପଶି ଗାଡି ଓ ଘର ଭଙ୍ଗାରୁଜା କରିଥିବା ଖବର ମିଳିଛି । ଘଟଣାସ୍ଥଳରେ ଉତେଜନା ରୋକିବାକୁ ୧୨ପ୍ଲାଟୁନ ପୁଲିସ ଫୋର୍ସ ନିୟୋଜିତ ହୋଇଛନ୍ତି । ଘଟଣାସ୍ଥଳରେ ଡିଜିପି ଖୁରାନିଆ, ଗୁଇନ୍ଦାମୁଖ୍ୟ ପ୍ରିୟଦର୍ଶୀଙ୍କ ସମେତ ପୁଲିସ ଅଧିକାରୀମାନେ ପହଁଚି ସ୍ଥିତି ଅନୁଧ୍ୟାନ କରିବା ସହ ମୁକୁନ୍ଦପ୍ରସାଦରେ ଶାନ୍ତି ଫେରାଇବା ଲାଗି ଫ୍ଲାଗମାର୍ଚ୍ଚ କରିଥିଲେ ।କୌଣସି ପରିସ୍ଥିତିରେ ଆଇନ କୁ ହାତକୁ ନନେବାକୁ ପରାମର୍ଶ ଦେଇଥିଲେ । ସ୍ଥାନୀୟ ଅଂଚଳରେ ଶାନ୍ତି ଫେରାଇ ଆଣିବାକୁ ସମସ୍ତଙ୍କ ସହଯୋଗ ପାଇଁ ଡିଜିପି ଅନୁରୋଧ କରିଥିଲେ । 
 
Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରଣପୁର ବ୍ଲକର ବିଭିନ୍ନ କ୍ଲଷ୍ଟରରେ “ସୁରଭି-୨୦୨୬” ଉଦଯାପିତ

ରଣପୁର ବ୍ଲକର ବିଭିନ୍ନ କ୍ଲଷ୍ଟରରେ “ସୁରଭି-୨୦୨୬” ଉଦଯାପିତ

October 15, 2026
Rare Surgery at Utkal Hospital: Completely Severed Left Hand of a 37-Year-Old Man Reattached After Six Hours of Intensive Surgery

ଉତ୍କଳ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର : ୬ ଘଣ୍ଟାର ଅକ୍ଳାନ୍ତ ପ୍ରୟାସରେ ଯୋଡ଼ା ହେଲା ଯୁବକଙ୍କ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ବାମ ହାତ

ପୁଷ୍କରିଣୀ ଜଳରେ ବୁଡ଼ିଛି ବିଦ୍ୟୁତ୍ ଟ୍ରାନ୍ସଫର୍ମର, ପ୍ରଶାସନ ଅଘଟଣର ଅପେକ୍ଷାରେ !

ପୁଷ୍କରିଣୀ ଜଳରେ ବୁଡ଼ିଛି ବିଦ୍ୟୁତ୍ ଟ୍ରାନ୍ସଫର୍ମର, ପ୍ରଶାସନ ଅଘଟଣର ଅପେକ୍ଷାରେ !

October 15, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରଣପୁର ବ୍ଲକର ବିଭିନ୍ନ କ୍ଲଷ୍ଟରରେ “ସୁରଭି-୨୦୨୬” ଉଦଯାପିତ

ରଣପୁର ବ୍ଲକର ବିଭିନ୍ନ କ୍ଲଷ୍ଟରରେ “ସୁରଭି-୨୦୨୬” ଉଦଯାପିତ

October 15, 2026
Rare Surgery at Utkal Hospital: Completely Severed Left Hand of a 37-Year-Old Man Reattached After Six Hours of Intensive Surgery

ଉତ୍କଳ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର : ୬ ଘଣ୍ଟାର ଅକ୍ଳାନ୍ତ ପ୍ରୟାସରେ ଯୋଡ଼ା ହେଲା ଯୁବକଙ୍କ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ବାମ ହାତ

October 15, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version