No Result
View All Result
ଲକ୍ଷପତି ଦିଦିଙ୍କୁ ଶୁଭେଚ୍ଛା ବାର୍ତ୍ତା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦିଜୀ
୨୫ ଅଗଷ୍ଟ,୨୦୨୪(ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ଆୟୋଜିତ କାର୍ଯ୍ୟକ୍ରମ ରେ ମାନନୀୟ ଯଶସ୍ଵୀ ପ୍ରଧାନମନ୍ତ୍ରୀ ମୋଦିଜୀ ଙ୍କ ପକ୍ଷରୁ ଲକ୍ଷପତି ଦିଦିମାନଙ୍କୁ ଭି ସି ମଧ୍ୟରେ ଉତ୍ସାହିତ କରିଥିଲେ l ଆଜିର ଏହି କାର୍ଯ୍ୟକ୍ରମ ସମଗ୍ର ଭାରତ ବର୍ଷରେ ରେ ଥିବା ସ୍ୱୟଂ ସହାୟକ ଗୋଷ୍ଟୀ ର ମା ମାନଙ୍କୁ ଉତ୍ସାହିତ କରିବା ଲକ୍ଷରେ ଲକ୍ଷପତି ଦିଦିଙ୍କୁ ବ୍ଲକ କାର୍ଯ୍ୟାଳୟ ରେ ମାନପତ୍ର ଦେଇ ସମ୍ମାନକରାଯାଇଥିଲା l ଠିକ ସେହିପରି ପୁରୀ ଜିଲ୍ଲାର ଗୋପ ବ୍ଲକ ପରିସର ମଧ୍ୟରେ ଥିବା ସମ୍ମିଳନୀ କକ୍ଷ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ପ୍ରାଥମିକ ପର୍ଯ୍ୟାରେ 97 ଜଣଙ୍କୁ ଲକ୍ଷପତି ଦିଦିଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା l
ଏହି କାର୍ଯ୍ୟକ୍ରମ ରେ ସଭାପତିତ୍ୱ କରିଥିଲେ ଗୋପ ବ୍ଲକ ଅଧକ୍ଷା ଝୁନୁ ମଲ୍ଲିକ, ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ ବ୍ଲକ ଉପାଧକ୍ଷ ବନରଞ୍ଜନ ପଟ୍ଟନାୟକ, ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ ଗୋପ ବ୍ଲକ ବିଡିଓ ଛବିରାଣୀ ସାହୁ, ଏଗାର ନମ୍ବର ଜୋନ ର ଜିଲ୍ଲାପରିଷଦ ସଭ୍ୟ ପ୍ରମୋଦ ରାୟ, ଗୋପ ବ୍ଲକ ର ଓ ଏଲ ଏମ ର ମୁଖ୍ୟ ଗୋପ ରୁ ଦିଲ୍ଲୀ ଗସ୍ତ କରି ସଂମ୍ମାନିତ ହୋଇଥିବା ସାବିତ ପୃଷ୍ଟି ଙ୍କ ସମତେ ଗୋପ ବ୍ଲକ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟା ଯୋଗ ଦେଇଥିଲେ l
ଗୋପ ବ୍ଲକ ରେ ଥିବା 570 ଜଣ ମା ମାନଙ୍କୁ ଚୟନ କରାଯାଇଛି ସେମାନଙ୍କୁ ଆଗକୁ ପୁରସ୍କୃତ ବୋଲି ଗୋପ ବ୍ଲକ ବିଡିଓ କହିଥିଲେ l ମଧ୍ୟ କରାଯିବ l ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଦେଶ୍ୟ ଥିଲା ଗ୍ରାମାଞ୍ଚଳମାନଙ୍କରେ ବସବାସ କରିଥିବା ସ୍ୱୟଂ ସହାୟକ ଗୋଷ୍ଟୀ ର ମା ମାନେ କିପରି ନିଜ ଗୋଡ଼ ରେ ନିଜେ ଠିଆ ହୋଇପାରିବେ ସେଥିପାଇଁ କେନ୍ଦ୍ର ସରକାରଙ୍କର ଏହା ଏକ ବୃହତ ପ୍ରକଳ୍ପ ଵା ଯୋଜନା l
SHG ର ମା ମାନେ ଆଜି ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ଗୋଷ୍ଟି , ମହାସଂଘ , ବ୍ୟାଙ୍କ ଆଦି ଠାରୁ କମ ସୁଧାହାର ରେ ରଣ ନେଇ ନିଜେ ସ୍ଵାଧୀନ ଭାବେ ସାମ୍ବଲମ୍ବି ହୋଇପାରିଛନ୍ତି ତାହାର ଯୋଳନ୍ତକ ଦୁଧାହରଣ ହେଲା ଲକ୍ଷପତି ଦିଦି ଭାବେ ପରିଚିତ ହୋଇଛନ୍ତି l ରୁଣ ଆଣି କୁଟୀର ଶିଳ୍ପ ମାଧ୍ୟମରେ ପୁଞ୍ଜି ବିନିଯୋଗ କରି ଏକ ଟଙ୍କା କୁ ଦୁଇଗୁଣ କରିବା ରେ ସବୁଠୁ ଆଗରେ ରହିଛନ୍ତି ଆଜିର ମା ମାନେ ସେଥିପାଇଁ ତ ଉଭୟ ସରକାର ଙ୍କ ପକ୍ଷରୁ ଅନେକ ଯୋଜନାମାନ ପ୍ରସ୍ତୁତ ହେଉଛି l
ଆଜିର ମା ଖାଲି ଯେ ଚୂଲି ମୁଣ୍ଡରେ ସୀମିତ ହୋଇ ରହିନାହାନ୍ତି ଏବେ ପଲ୍ଲୀ ରୁ ଯାଇ ଦିଲ୍ଲୀରେ ନିଜର ଆଧିପତ୍ୟ ବିସ୍ତାର କଲେଣି l ଗୋଟେ ପରିବାର ମଧ୍ୟରୁ ଯଦି ଜଣେ ମହିଳା ସ୍ୱାବଲମ୍ବୀ ହେଉଛି ସିଏ ତା ପରିବାର ସମସ୍ତ ସଦସ୍ୟଙ୍କୁ ସ୍ୱାବଲମ୍ବୀ ହେବାରେ ସହାୟକ ହୋଇଥାଏ l ଠିକ ଯଦି କୌଣସି ସମସ୍ୟା ସୃଷ୍ଟି ହୁଏ ତେବେ ତାକୁ ଦୂର କରିବାରେ ସକ୍ଷମ ହୋଇପାରୁଛି ବୋଲି ଗୋପ ବିଡ଼ିଓ ଛବିରାଣୀ ସାହୁ ଭାଷଣ ପ୍ରସଙ୍ଗରେ ଉପସ୍ଥିତ ଲକ୍ଷପତି ଦିଦି ଓ ଗୋପ ବ୍ଲକ ର 31 ଟା ପଞ୍ଚାୟତ ରୁ ଆସିଥିବା ମା ମାନଙ୍କୁ କହିଥିଲେ l

No Result
View All Result