• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସୁଭଦ୍ରା ଯୋଜନାରେ ଓଡ଼ିଶାର ମହିଳାଙ୍କୁ ଛଳନା କରିଛନ୍ତି ରାଜ୍ୟ ସରକାର – କଂଗ୍ରେସ

Proprietor Abhimanyu Maharana by Proprietor Abhimanyu Maharana
August 25, 2024
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ସୁଭଦ୍ରା ଯୋଜନାରେ ଓଡ଼ିଶାର ମହିଳାଙ୍କୁ ଛଳନା କରିଛନ୍ତି ରାଜ୍ୟ ସରକାର – କଂଗ୍ରେସ
Share on FacebookShare on TwitterWhatsapp

୨୫ ଅଗଷ୍ଟ,୨୦୨୪(ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର  :->  ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିର କେନ୍ଦ୍ରବିନ୍ଦୁ ପାଲଟିଥିବା ସୁଭଦ୍ରା ଯୋଜନା ପ୍ରସଙ୍ଗରେ ବିଜେପି ସରକାରର ଲୁଚିକିଥିବା ଅସଲ ଉଦ୍ଦେଶ୍ୟ ଆଜି ପଦାରେ ପଡ଼ିଛି । ଏ ସରକାର ଓଡ଼ିଶାର ସୁଭଦାର ସ୍ୱରୁପା ମା’ ଭଉଣୀମାନଙ୍କୁ ସୁଭଦ୍ରା ଯୋଜନା ନାମରେ ଭଣ୍ଡାଇଛନ୍ତି, ମିଛ କହି ଭୋଟ ଲୁଟିଛନ୍ତି, ଠକିଛନ୍ତି ସେମାନଙ୍କୁ ପ୍ରତାରିତ କରିଛନ୍ତି, ସେମାନଙ୍କ ସହିତ ଛଳନା କରିଛନ୍ତି, ସେମାନଙ୍କୁ ଭକୁଆ ବନାଇଛନ୍ତି, ଧୋକା ଦେଇଛନ୍ତି, ଭୂଆଁ ବୁଲାଇଛନ୍ତି, ଉପେକ୍ଷା କରିଛନ୍ତି ଏବଂ ସରଳ ମା’ ଭଉଣୀଙ୍କ ବିଶ୍ୱାସରେ ବିଷ ଦେଇଛନ୍ତି । କଂଗ୍ରେସର ବରିଷ୍ଠ ନେତ୍ରୀ ସୋନାଲି ସାହୁ କହିଥିଲେ ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ସରକାରକୁ ଆସିଲେ ଓଡ଼ିଶାର ପ୍ରତ୍ୟେକ ମହିଳାଙ୍କୁ ୨ ମାସ ଭିତରେ ୫୦ ହଜାର ଟଙ୍କା ଦେବେ ବୋଲି । ସରକାରକୁ ଆସିଲାପରେ ଓଡ଼ିଶାର ମହିଳାମାନେ ସେମାନଙ୍କର ଅସଲ ଚେହେରା ଦେଖି ଚକିତ ଓ ବିସ୍ମିତ ହୋଇଗଲେ । ପ୍ରଥମେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଲେ ସୁଭଦ୍ରା ଯୋଜନା ପାଇଁ ଆମ ପାଖେ ଟଙ୍କା ନାହିଁ ଆମେ କେନ୍ଦ୍ରକୁ ଟଙ୍କା ମାଗିଛୁ ।

ପ୍ରଶ୍ନ ଉଠୁଛି ଯଦି ଦେଇ ପାରିବେନି ତାହେଲେ ପ୍ରତିଶ୍ରୁତି ଦେଇଥିଲେ କାହିଁକି? ତାପରେ କହିଲେ ଆମେ ବୁଦ୍ଧିଜୀବିଙ୍କ ମତ ସଂଗ୍ରହ କରୁଛୁ, ତାପରେ କହିଲେ ଖୁବ ଶୀଘ୍ର ଏସଓପି ଆସିବ, ତାପରେ କହିଲେ ରଥଯାତ୍ରାରେ ସୁଭଦ୍ରା ଯୋଜନାର ଘୋଷଣା କରାଯିବ । ତାପରେ ଅଗଷ୍ଟ ୧୫ ରେ ଘୋଷଣା କରିବାକୁ କହିଲେ, ତାପରେ କୌଣସି ଫର୍ମ ବାହାରି ନାହିଁ ବୋଲି କହିଲେ, ତାପରେ ୱେବସାଇଟ ଖୁବଶୀଘ୍ର ଖୁଲିବ ବୋଲି କହିଲେ, ତାପରେ ଇନକମ ସାର୍ଟିଫିକେଟ ଦରକାର ପଡ଼ିବ କି ନାହିଁ ସ୍ଥିର ହୋଇ ନାହିଁ ବୋଲି କହିଲେ । ଏଥିରୁ ଜଣାପଡ଼ୁଛି ଏ ସରକାର ଅସ୍ଥିର ଭଳି ସୁଭଦ୍ରା ଯୋଜନା ମଧ୍ୟ ଅସ୍ଥିର । ଖାଲି ସେତିକି ନୁହଁ ତାଙ୍କ ଦଳର ଯଶ୍ୱସୀଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ ରେ ଏହା ଲାଗୁ ହେବ କହି ତାର ଯଥେଷ୍ଟ ପୂର୍ବରୁ ତରବରିଆ ଭାବରେ କ୍ୟାବିନେଟରେ ଧର୍ମକୁ ଆଖିଠାର ନୀତିରେ କ୍ୟାବିନେଟ ନିଷ୍ପତି ନେଇଗଲେ । କ୍ୟାବିନେଟ ନିଷ୍ପତି ଓ ମୋହନ ସରକାରଙ୍କ ବୟାନ ବାଜି ଭିତରେ କୌଣସି ତାଳମେଳ ନଥିଲା ଭଳି ପରଲକ୍ଷିତ ହେଉଛି ।

କ୍ୟାବିନେଟ ନିଷ୍ପତି ଅନୁଯାୟୀ ଏହି ଯୋଜନାରେ ଆଗାମୀ ୫ ବର୍ଷ ପାଇଁ ୫୫,୮୨୫ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖାଯାଇଛି ଏବଂ ଏଥିରେ ଓଡ଼ିଶାରେ କୁଆଡ଼େ ୧କୋଟି ମହିଳା ଲାଭବାନ ହେବେ ବୋଲି ଲିଖିତ ଆକାରରେ ଦିଆଯାଇଛି ଯାହା ସରକାରଙ୍କର ଅପରିପକ୍ୱତା ଓ ଅପରିଣାମଦର୍ଶିତାକୁ ପଦାରେ ପକାଇଛି । ଯଦି ତାହା ହୋଇନଥନ୍ତା ତେବେ ଘୋଷଣା ହୋଇଥିବା ୫୫,୮୨୫ କୋଟି ଟଙ୍କାରୁ ପ୍ରଶାସନିକ ଖର୍ଚ୍ଚ ବାବଦକୁ ୫ ବର୍ଷରେ ୫ ହଜାର କୋଟି ଟଙ୍କା ଖର୍ଚ୍ଚ ହୁଏ ତେବେ ବଳକା ୫୦ ହଜାର କୋଟି ଟଙ୍କାରେ ପ୍ରତି ମହିଳାଙ୍କୁ ବର୍ଷକୁ ଦୁଇଟି କିସ୍ତିରେ ୧୦ ହଜାର ଟଙ୍କା ଲେଖାଏଁ ଦେଲେ, ଏଥିରେ ଓଡ଼ିଶାର ମାତ୍ର ୧୦ଲକ୍ଷ ମହିଳା ଉପକୃତ ହେବାର ସମ୍ଭାବନା ଦେଖାଦେଉଛି । ଜଣେ ମହିଳା ବର୍ଷକୁ ୧୦ ହଜାର ଟଙ୍କା ପାଇଲେ ଦିନକୁ ୨୭ ଟଙ୍କାରେ କେମିତି ଆର୍ଥିକ ସ୍ୱାବଲମ୍ବି ହେବ ତାହା ସବୁଠୁ ବଡ଼ ପ୍ରଶ୍ନ ସୃଷ୍ଟି କରିଛି ।

ପ୍ରଥମେ ବର୍ଷକୁ ୫୦ ହଜାର ଟଙ୍କା ହିସାବରେ ଜଣେ ମହିଳାକୁ ୫ ବର୍ଷରେ ୨.୫ ଲକ୍ଷ ଟଙ୍କା ଦେବେ ବୋଲି କହିଲେ, ଦେଲେ ନାହିଁ ପରେ ୨ ବର୍ଷରେ ୫୦ ହଜାର ଟଙ୍କା ହିସାବରେ ୫ ବର୍ଷରେ ୧ଲକ୍ଷ ୨୫ ହଜାର ଟଙ୍କା ଦେବେ ବୋଲି କହିଲେ ଦେଲେ ନାହିଁ,ଏବେ କହୁଛନ୍ତି ୫ ବର୍ଷରେ ୫୦ ହଜାର ଟଙ୍କା ଦେବେ ବୋଲି, ଏ ସରକାର ଅବସ୍ଥା ଯାହା, ୫ ବର୍ଷ ରହିବ କି ଭାଙ୍ଗିବ ତାହା ସବୁଠାରୁ ବଡ ପ୍ରଶ୍ନ । ୨ଲକ୍ଷ ୫୦ ହଜାର ଟଙ୍କା ଦେବାକୁ କହି ୨୭ ଟଙ୍କା ଦେଇ ଓଡ଼ିଶାର ମା’ ଭଉଣୀମାନଙ୍କୁ ଓଲଟା ଠକି ଦେଲେ । ଓଡ଼ିଶାର ତାଙ୍କ ଦଳର ଛୋଟ ଯଶ୍ୱସୀ କହିଲେ ଯେ ଏହି ଯୋଜନାରୁ ପ୍ରତି ପଂଚାୟତରୁ ୨୦୦ ଜଣ ମହିଳା ଲାଭାନ୍ୱିତ ହେବେ । କିନ୍ତୁ ବଜେଟକୁ ଦେଖିଲେ ଜଣାପଡ଼ୁଛି ପଂଚାୟତ ପିଛା ୧୪୭ ଜଣ ମହିଳା ଲାଭବାନ ହୋଇପାରନ୍ତି? ଯଦିବା ଛୋଟ ଯଶ୍ୱସୀଙ୍କ କଥାକୁ ନିଆଯାଏ ତେବେ ଓଡ଼ିଶାର ପଂଚାୟତ ହିସାବରେ ୧୩,୫୮,୮୦୦ ଜଣ ମହିଳା ଲାଭାନ୍ୱିତ ହୋଇପାରନ୍ତି । ବଜେଟ କହୁଛି ୧୦ଲକ୍ଷ ଲାଭାନ୍ୱିତ ହୋଇପାରନ୍ତି, ତେବେ ୧କୋଟି ମହିଳା କେଉଁଠୁ ଆଣିଲେ । ଦୁର୍ଭାଗ୍ୟର କଥା କି ଏହି ଯୋଜନାରେ ଅବିବାହିତ ମାନଙ୍କୁ ବାଦ ଦିଆଯାଇଛି ।

ସବୁଠାରୁ ପୀଡ଼ାଦାୟକ କଥା ହେଉଛି ଦିବ୍ୟାଙ୍ଗ ଓ ୬୦ ବର୍ଷରୁ ଉର୍ଦ୍ଧ୍ୱ ମହିଳାଙ୍କୁ ଏଥିରୁ ବାଦ ଦେବା ଓଡ଼ିଶାର ମହିଳାଙ୍କ ପ୍ରତି ସବୁଠୁ ବଡ଼ ପ୍ରତାରଣା ହୋଇଛି । ଯଦି ବିଜେପି ସରକାରରେ ୬୫ ବର୍ଷର ମହିଳା ଅର୍ଥମନ୍ତ୍ରୀ ହେବାପାଇଁ ଯୋଗ୍ୟା, ୭୫ ବର୍ଷର ବୃଦ୍ଧ ଯଶ୍ୱସୀ ପ୍ରଧାନମନ୍ତ୍ରୀ ହେବାପାଇଁ ଯୋଗ୍ୟ, ଅବସର ନେଲା ପରେ ମଧ୍ୟ କେନ୍ଦ୍ର ସରକାର ଅନେକ ବ୍ୟକ୍ତିଙ୍କୁ ପୁନଃ ଥଇଥାନ କରି ଆର୍ଥିକ ସହାୟତା ପ୍ରଦାନ କରିବା ଠିକ ତେବେ ଓଡ଼ିଶାର ଆର୍ଥିକ ସହାୟତା ପାଇବାକୁ ଯୋଗ୍ୟ ତେବେ ଓଡ଼ିଶାର ୬୦ ବର୍ଷରୁ ଉର୍ଦ୍ଧ୍ୱ ମହିଳା ଶୁଭଦ୍ରା ଯୋଜନା ପାଇବାରୁ ଲାଭ ପାଇବା ପାଇଁ ଅଯୋଗ୍ୟ ହେଲେ କେମିତି? ଏଥିରୁ ଜଣାପଡ଼ୁଛି ଭାରତୀୟ ଜନର୍ତାପାଟିର ସରକାର ମହିଳା ମାନଙ୍କୁ ଓ ବରିଷ୍ଠ ନାଗରିକମାନଙ୍କୁ କେତେ ସମ୍ମାନ ଦେଉଛି । ଆର୍ଥିକ ସ୍ୱଚ୍ଛଳଥିବା ମହିଳା ଏଥିରୁ ବାଦ ପଡ଼ିବେ ବୋଲି କହିଦେଲେ ସିନା କିନ୍ତୁ ଆର୍ଥିକ ସ୍ୱଚ୍ଛଳ ମାପିବା ମାନଦଣ୍ଡ କ’ଣ ତାହାତ ସ୍ପଷ୍ଟ କଲେନାହିଁ । ଭାରତୀୟ ଜନତାପାର୍ଟିର ଅଭିଧାନରେ ଆର୍ଥିକ ସ୍ୱଚ୍ଛଳତାର ସଂଜ୍ଞା କ’ଣ ତାହା ଜଣାନ୍ତୁ ।

ଏହି ଯୋଜନାରେ ପ୍ରଥମେ ଦିବ୍ୟାଙ୍ଗ, ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ, ପାଚିକା, ଏମବିକେ, ବ୍ୟାଙ୍କମିତ୍ର, ସିଆରପି ଏମାନେ ପାଇବାକୁ ଯୋଗ୍ୟ ନା ଅଯୋଗ୍ୟ ତାହା ଉପରେ ସ୍ପଷ୍ଟତା ନାହିଁ । କଂଗ୍ରେସର ଅନ୍ୟତମ ନେତ୍ରୀ ଡ. ମନୀଷା ଦାସ ପଟ୍ଟନାୟକ କହିଥିଲେ ଏ ସରକାର ଦିନ ଦ୍ୱିପ୍ରହରରେ ମା’ ଭଉଣୀଙ୍କ ଆଖିରେ ଧୂଳି ଦେଇଛନ୍ତି । ଏମାନଙ୍କର ମହିଳାମାନଙ୍କ ପାଇଁ ନା ଅଛି କିଛି ସମ୍ମାନ ନା ଅଛି କିଛି ଯୋଜନା ଏମାନେ କେବଳ ଭୋଟ ପାଇଁ ମହିଳାଙ୍କୁ ଉପଯୋଗ କରିଛନ୍ତି । ଜାଣିଶୁଣି ଓଡ଼ିଶାର ସ୍ୱାଭୀମାନ ମହିଳାମାନଙ୍କ ଆକ୍ରୋଶର ବଂଚିବା ଓ ଆତ୍ମଗୋପନ କରିବାପାଇଁ ଏହି ଯୋଜନାକୁ ତରବରିଆ ଭାବରେ କାର୍ଯ୍ୟକରିବା ପାଇଁ କ୍ୟାବିନେଟରେ ନିଷ୍ପତି ନିଆଗଲା । କିନ୍ତୁ ଏ ଯୋଜନା ପଛରେ ଲୁଚି ରହିଥିବା ମହିଳା ମାନଙ୍କୁ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ କରିବା, ସେମାନଙ୍କର ଆର୍ଥିିକ ମେରୁଦଣ୍ଡକୁ ଭାଙ୍ଗିଦେବା ପାଇଁ ଯେଉଁ ଚକ୍ରାନ୍ତ ଓ ଷଡ଼ଯନ୍ତ୍ର କରାଯାଇଛି ତାହା ଜଳ ଜଳ ହୋଇ ଦେଖାଯାଉଛି ।

ଯଦି ମହିଳାମାନଙ୍କୁ ଆର୍ଥିକ ସ୍ୱାବଲମ୍ବି ଓ ସଶକ୍ତିକରଣ କରିବା ଶିଖିନାହାନ୍ତି କି ଜାଣି ନାହାନ୍ତି ତେବେ ଏ ଭ୍ରଷ୍ଟ ସରକାରକୁ ଆମେ ନିର୍ଦ୍ଦେଶ ଦେଉଛୁ କର୍ଣ୍ଣାଟକ ଯାଆନ୍ତୁ, ତେଲେଙ୍ଗାନା ଯାଆନ୍ତୁ । କର୍ଣ୍ଣାଟକରେ ଆମେ ନିର୍ବାଚନ ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲୁ ସରକାରକୁ ଆସିଲେ ମହିଳାମାନଙ୍କୁ ମାସିକ ୨ ହଜାର ଟଙ୍କା ଦେବୁ ବୋଲି । ସରକାରକୁ ଆସିଲା ପରେ ଆମେ ଆମର ପ୍ରତିଶ୍ରୁତି ରକ୍ଷାକରି କର୍ଣ୍ଣାଟକର ମା, ଭଉଣୀ ମାନଙ୍କୁ ମାସିକ ହାତଖର୍ଚ୍ଚ ବାବଦକୁ ୨ ହଜାର ଟଙ୍କା ହିସାବରେ ବର୍ଷକୁ ୨୪ ହଜାର ଟଙ୍କା ଓ ୫ ବର୍ଷରେ ୧ଲକ୍ଷ ୨୦ ହଜାର ଟଙ୍କା ଦେଉଛୁ । ଠିକ ସେହିପରି ତେଲେଙ୍ଗାନାର ମହିଳାମାନଙ୍କୁ ହାତଖର୍ଚ୍ଚ ବାବଦ ମାସିକ ୨.୫୦୦ ଟଙ୍କା ହିସବାରେ ବର୍ଷକୁ ୩୦ ହଜାର ଟଙ୍କା ଏବଂ ୫ ବର୍ଷରେ ୧ଲକ୍ଷ ୫୦ ହଜାର ଟଙ୍କା ଦେଉଛୁ । କଂଗ୍ରେସ ଏକ ଜନମଙ୍ଗଳକାରୀ ସରକାର ହିସାବରେ ଆମର ମା’ ଭଉଣୀମାନଙ୍କୁ ଆର୍ଥିକ ସଶକ୍ତିକରଣ କରିବାପାଇଁ ଯେଉଁ ପ୍ରତିଶ୍ରୁତି ଦେଇଥିଲୁ ତାହା ରଖିଥିବା ବେଳେ ଓଡ଼ିଶାର ଭ୍ରଷ୍ଟ ବିଜେପି ସରକାର ଆମର ନିରୀହ ମା’ ଭଉଣୀମାନଙ୍କୁ ୨୭ ଟଙ୍କା ଦେଇ ତାଙ୍କ ଭୋଟ ଲୁଟି ସେମାନଙ୍କୁ ପ୍ରତାରିତ କରିଛି ।

ଓଡ଼ିଶାର ଗଳି, କନ୍ଦି, ସାହି, ପଡ଼ା, ବସ୍ତିର ସବୁ ମା’ ଭଉଣୀ ମାନଙ୍କୁ ଉଭୟ ଆହ୍ୱାନ ଦେଇଥିଲେ କି ଭାରତୀୟ ଜନତାପାର୍ଟି ପ୍ରତିଶ୍ରୁତି ଦେଇଥିବା ୫୦ ହଜାର ଟଙ୍କା ଭାରତୀୟ ଜନତାପାର୍ଟିର ନେତା, ବିଧାୟକ, ସାଂସଦ, ମନ୍ତ୍ରୀ କୁ ଜଗି, ସଚିବାଳୟକୁ ଯାଇ, ପାର୍ଟି ଅଫିସକୁ ଯାଇ ତାଙ୍କ ହକ ମାଗନ୍ତୁ । ଯେପର୍ଯ୍ୟନ୍ତ ୫୦ ହଜାର ଟଙ୍କା ନପାଇଛନ୍ତି ସେପର୍ଯ୍ୟନ୍ତ ଭାରତୀୟ ଜନତାପାର୍ଟିର ନେତା, ମନ୍ତ୍ରୀକୁ ଆପଣଙ୍କ ସାହି, ପଡ଼ା, ବସ୍ତିରେ ପ୍ରବେଶ କରାଇ ନଦେବାକୁ ଆହ୍ୱାନ ଦେଉଛୁ । ଆମ ପାଇଁ ପ୍ରତ୍ୟେକଟି ମହିଳା ଅମୁଲ ମୂଲ । ସେମାନଙ୍କର ସ୍ୱାଭିମାନ, ସମ୍ମାନ, ଅଧିକାର, ସୁରକ୍ଷାର ଦାୟୀତ୍ୱ ନେବାପାଇଁ ଆମେ ବଦ୍ଧ ପରିକର । ଚିନ୍ତା କରନ୍ତୁନି, ଡରନ୍ତୁନି ଆମେ ଆପଣଙ୍କ ସହିତ ଅଛୁ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜଗନ୍ନାଥ ଧାମ ପୁରୀରେ ଉନ୍ନତ ଭେଣ୍ଟିଲେଟର ଓ Eco Machine ଅଭାବ – ରୋଗୀ ଜୀବନ ସଙ୍କଟରେ

ଜଗନ୍ନାଥ ଧାମ ପୁରୀରେ ଉନ୍ନତ ଭେଣ୍ଟିଲେଟର ଓ Eco Machine ଅଭାବ – ରୋଗୀ ଜୀବନ ସଙ୍କଟରେ

May 14, 2026
ଆନ୍ତର୍ଜାତୀୟ ସେବିକା ଦିବସ, ୨୦୨୬

ଆନ୍ତର୍ଜାତୀୟ ସେବିକା ଦିବସ, ୨୦୨୬

May 14, 2026
ନୟାଗଡ଼ରେ ସାଇକ୍ଲୋଥନ ଓ ମାରାଥନ ରାଲି

ନୟାଗଡ଼ରେ ସାଇକ୍ଲୋଥନ ଓ ମାରାଥନ ରାଲି

May 14, 2026
ନୟାଗଡ଼ ରୋଡ଼ ଉପରେ ପରିବା ଗୋଦାମ : ପ୍ରଶାସନ ଉଦାସିନତା ପାଇଁ ଟ୍ରାଫିକ ଜାମ୍

ନୟାଗଡ଼ ରୋଡ଼ ଉପରେ ପରିବା ଗୋଦାମ : ପ୍ରଶାସନ ଉଦାସିନତା ପାଇଁ ଟ୍ରାଫିକ ଜାମ୍

May 14, 2026

Recent News

ଜଗନ୍ନାଥ ଧାମ ପୁରୀରେ ଉନ୍ନତ ଭେଣ୍ଟିଲେଟର ଓ Eco Machine ଅଭାବ – ରୋଗୀ ଜୀବନ ସଙ୍କଟରେ

ଜଗନ୍ନାଥ ଧାମ ପୁରୀରେ ଉନ୍ନତ ଭେଣ୍ଟିଲେଟର ଓ Eco Machine ଅଭାବ – ରୋଗୀ ଜୀବନ ସଙ୍କଟରେ

May 14, 2026
ଆନ୍ତର୍ଜାତୀୟ ସେବିକା ଦିବସ, ୨୦୨୬

ଆନ୍ତର୍ଜାତୀୟ ସେବିକା ଦିବସ, ୨୦୨୬

May 14, 2026
ନୟାଗଡ଼ରେ ସାଇକ୍ଲୋଥନ ଓ ମାରାଥନ ରାଲି

ନୟାଗଡ଼ରେ ସାଇକ୍ଲୋଥନ ଓ ମାରାଥନ ରାଲି

May 14, 2026
ନୟାଗଡ଼ ରୋଡ଼ ଉପରେ ପରିବା ଗୋଦାମ : ପ୍ରଶାସନ ଉଦାସିନତା ପାଇଁ ଟ୍ରାଫିକ ଜାମ୍

ନୟାଗଡ଼ ରୋଡ଼ ଉପରେ ପରିବା ଗୋଦାମ : ପ୍ରଶାସନ ଉଦାସିନତା ପାଇଁ ଟ୍ରାଫିକ ଜାମ୍

May 14, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜଗନ୍ନାଥ ଧାମ ପୁରୀରେ ଉନ୍ନତ ଭେଣ୍ଟିଲେଟର ଓ Eco Machine ଅଭାବ – ରୋଗୀ ଜୀବନ ସଙ୍କଟରେ

ଜଗନ୍ନାଥ ଧାମ ପୁରୀରେ ଉନ୍ନତ ଭେଣ୍ଟିଲେଟର ଓ Eco Machine ଅଭାବ – ରୋଗୀ ଜୀବନ ସଙ୍କଟରେ

May 14, 2026
ଆନ୍ତର୍ଜାତୀୟ ସେବିକା ଦିବସ, ୨୦୨୬

ଆନ୍ତର୍ଜାତୀୟ ସେବିକା ଦିବସ, ୨୦୨୬

May 14, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version