No Result
View All Result
୨୪ ଅଗଷ୍ଟ,୨୦୨୪(ଓଡ଼ିଶା ତାଜା ନ୍ୟୁଜ୍ ) ରାମଚଣ୍ଡୀ :-> ସୁତନ ଗ୍ରାମର ଚାଷ ଜମିକୁ ଯିବାଆସିବା ପାଇଁ ଏକମାତ୍ର ରାସ୍ତାରେ ଥିବା ଯୋରରେ ବର୍ଷା ଦିନେ ପାଣି ରହୁଥିବାରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଅଛନ୍ତି। ଏହି ଯୋର ଦେଇ ଲୋକମାନେ ଦୈନଦିନ କ୍ଷେତକୁ ଯିବା ଆସିବା କରନ୍ତି ବର୍ଷାଦିନେ ଏହି ଯୋରରେ ଅଣ୍ଟାଏ ପାଣିରେ ପଶି ଯିବା ଆସିବା କରିବା ଅତ୍ୟନ୍ତ ବିପଦଜନକ ଅଟେ। ଏହି ଖାଲୁଆ ଯୋରରେ ବିଷାକ୍ତ ସାପ ଓ ଅନ୍ୟାନ୍ୟ ଜଳଚର ସରୀସୃପ ରହିବା ଆଦି ଜୀବନ ପ୍ରତି ବିପଦ ସୃଷ୍ଟି କରିଛି।

ପ୍ରତି ବର୍ଷ ବର୍ଷା ଦିନେ ଏହି ସମସ୍ୟା ଉପୁଜୁ ଥିଲେ ମଧ୍ଯ ବିଭାଗୀୟ କର୍ତ୍ତୃପକ୍ଷ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି। ଏହି ସମସ୍ୟାକୁ ନେଇ ସ୍ଥାନୀୟ ବାସିନ୍ଦା ମାନେ ଜଳସମ୍ପଦ ବିଭାଗ ପାଖରେ ଅଭିଯୋଗ କଲେବି କିଛି ସୁଫଳ ମିଳିପାରି ନାହିଁ। ଏହି ଯୋର ଦେଇ ୮ଟି ଗ୍ରାମର ଲୋକ ମାନେ ଚାଷଜମିକୁ ଯିବାଆସିବା କରୁଥିବା ବେଳେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଜଳ ସମ୍ପଦ ବିଭାଗ ତରଫରୁ କ୍ଷେତ୍ର ପରିଦର୍ଶନ ସହ ବିଭାଗୀୟ ଅଧିକାରୀଙ୍କ ସମେତ ସ୍ଥାନୀୟ ବିଧାୟକ ଆସି ଦେଖିଥିଲେ ମଧ୍ୟ କିଛି ସୁଫଳ ମିଳିପାରି ନାହିଁ । ତୁରନ୍ତ ଏହି ଜୋର ଉପରେ ଏକ ଛୋଟ ପୋଲ ନିର୍ମାଣ କରିବାକୁ ସ୍ଥାନୀୟ ଅଞ୍ଚଳର ଚାଷୀ, ବୁଦ୍ଧିଜୀବୀ ମାନେ ଦାବୀ ପ୍ରକାଶ କରିଅଛନ୍ତି।

No Result
View All Result