No Result
View All Result
୨୪ ଅଗଷ୍ଟ,୨୦୨୪(ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ୧୮ ତମ ରାଜ୍ୟ ସୋତୋକାନ କରାଟେ ପ୍ରତିଯୋଗିତା ରେଲବାଇ କଲ୍ୟାଣ ମଣ୍ଡପ ଠାରେ ଉଦଘାଟିତ ହୋଇଯାଇଛି | ମୁଖ୍ୟ ଅତିଥିଭାବେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଯୋଗଦେଇ କହିଲେ ଯେ ଇଛାଶକ୍ତି ଓ ଅଭ୍ୟାସ ବଳରେ ସଫଳତା ଆସିପାରିବ | ଆତ୍ମରକ୍ଷା ପାଇଁ କରାଟେ ର ଆବଶ୍ୟକତା ରହିଛି |

ବିଶ୍ୱ ପାରମ୍ପରିକ ସୋତୋକାନ କରାଟେ ଫେଡେରେସନ ର ଓଡିଶା ରାଜ୍ୟ କରାଟେ ପ୍ରତିଯୋଗିତା ଓ ପ୍ରଶିକ୍ଷଣ ଅଗଷ୍ଟ୨୪ ରୁ ଛବିଶ ତାରିଖ ପ୍ରଯ୍ୟନ୍ତ ୩ ଦିନ ଚାଲୁ ରହିବ | ଏଥିରେ ଡବ୍ଲୁ ଟି ଏସ କେ ଏଫ ର ମୁଖ୍ୟ ପ୍ରଶିକ୍ଷକ ସିହାନ ସତ୍ରଜିତ ଚୌଧୁରୀ ଯୋଗ ଦେଇ ପ୍ରଶିକ୍ଷଣ ଦେଇଥିଲେ |

ରାଜ୍ୟ ର ବିଭିନ୍ନ ଜିଲ୍ଲାରୁ ୨୫0 ପ୍ରତିଯୋଗୀ ଯୋଗଦେଇଥିଲେ | ସ୍ପୋର୍ଟ୍ସ କରାଟେ ବିଷୟରେ ଶିକ୍ଷ୍ୟାଦାନ ଦିଆଯାଇଥିଲା | ରବି ନାରାୟଣ ଖୁଣ୍ଟିଆ,ଏସ. ଆର. ଶାସମଲ, ସନକ ଦେଓ, ପ୍ରସନ୍ନ ପଟ୍ଟନାୟକ,ରାଜନାରାୟଣ ଖୁଣ୍ଟିଆ ଓ ସହଯୋଗୀ କରାଟେକୋମାନେ ଏହାକୁ ପରିଚାଳନା କରିଥିଲେ |

No Result
View All Result