No Result
View All Result
୨୩ ଅଗଷ୍ଟ,୨୦୨୪(ଓଡ଼ିଶା ତାଜା ନ୍ୟୁଜ୍ ) କନ୍ଧମାଳ :-> କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅଧିନରେ ଥିବା ବିଭିନ୍ନ ପଞ୍ଚାୟତ ଗୁଡିକରେ ସର୍ଭେୟର ମାନଙ୍କୁ ଡିଜିଟାଲ ଫସଲ ସର୍ବେକ୍ଷଣ ପାଇଁ ତାଲିମ୍ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ଲକ୍ କୃଷି ଅଧିକାରୀ ସୌମେନ୍ଦ୍ର କୁମାର ବେହେରା, ସହକାରୀ କୃଷି ଅଧିକାରୀ ମମତା ମହାନ୍ତି, ସମସ୍ତ କୃଷି କର୍ମଚାରୀଙ୍କ ସମେତ ସର୍ଭେୟର ଏବଂ ସୁପରଭାଇଜରମାନେ ଉପସ୍ଥିତ ଥିଲେ। ମୋବାଇଲ୍ ଆପ୍ଲିକେସନ୍ ମାଧ୍ୟମରେ ଡିଜିଟାଲ ଉପାୟରେ ଫସଲ ସର୍ବେକ୍ଷଣ କିପରି କରାଯିବ, ଏହାର ସମସ୍ତ ପ୍ରକ୍ରିୟା ଗୁଡିକ ସର୍ଭେୟର ମାନଙ୍କୁ ଜମିରେ ଉପସ୍ଥିତ ରହି ପୁଙ୍ଖାନୁପୁଙ୍ଖ ଭାବରେ ବୁଝା ଯାଇଥିଲା ।
ଏହି ସର୍ଭେ ଫଳରେ ପ୍ରତିଟି ପ୍ଲଟରେ କି ପ୍ରକାର ଫସଲ ଚାଷ ହୋଇଛି, ଚାଷ ଜମି କିମ୍ବା ପଡିଆ ଜମି, ଜଳସେଚନ ର ମାଧ୍ୟମ ସମ୍ପର୍କରେ ସବିଶେଷ ତଥ୍ୟ ସଂଗ୍ରହ କରାଯିବ । ଯାହା ଫଳରେ ଚାଷୀ ମାନଙ୍କୁ କି କି ସୁବିଧା ସୁଯୋଗ ଯୋଗାଇ ଦେଲେ ଚାଷୀ ମାନେ ଅଧିକ ଫସଲ ଅମଳ କରି ପାରିବେ ସେ ନେଇ ତଥ୍ୟ ମିଳି ପାରିବ ଓ ବିପର୍ଯ୍ୟୟ ସମୟରେ ଚାଷୀ ମାନଙ୍କୁ ସବସିଡି ପ୍ରଦାନ ରେ ସହାୟକ ହେବ।ଏଥି ପାଇଁ ଏହି ସର୍ବେକ୍ଷଣ କାର୍ଯ୍ୟ ରେ ଖଜୁରୀପଡ଼ା ବ୍ଲକ୍ ର ସମସ୍ତ ଚାଷୀ ମାନେ ସର୍ଭେୟର ମାନଙ୍କୁ ସହଯୋଗ କରିବାକୁ ବ୍ଲକ୍ କୃଷି ଅଧିକାରୀ ଅନୁରୋଧ କରିଥିଲେ ।
No Result
View All Result