No Result
View All Result
୨୨ ଅଗଷ୍ଟ,୨୦୨୪(ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ :-> ବୁଧବାର ଦିନ 2 ଘଣ୍ଟା ସମୟରେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜଣେ କନିଷ୍ଠ କିରାଣୀ ବିଲ ପାସ୍ କରାଇ ଦେବା ପାଇଁ 25 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବ୍ରମ୍ହପୁର ଭିଜିଲାନ୍ସ ହାତରେଧରାପଡିଛନ୍ତି l ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣୀ ଚୌଧୁରୀ ପପୁନ କୁମାର ଦାସ ବୌଦ୍ଧ ଜିଲ୍ଲା ସଂଗ୍ରହାଳୟକୁ ଆକ୍ବାରିଅମ୍ ଯୋଗାଣ କରିଥିବା ଭୁବନେଶ୍ବରର ସପ୍ଲାୟର୍ସ ମୁକେଶ୍ କୁମାର ଭୁଜବଳଙ୍କ ବିଲ୍ କରାଇ ଦେବା ପାଇଁ 25 ହଜାର ଟଙ୍କା ଲାଞ୍ଚ ମାଗିଥିଲେ l
ଏ ସମ୍ପର୍କରେ ଶ୍ରୀ ଭୁଜବଳ ବ୍ରମ୍ହପୁର ଭିଜିଲାନ୍ସ ଏସପିଙ୍କୁ ଅଭିଯୋଗ କରିଥିଲେ | ଆଜି ନିଜ କ୍ବାର୍ଟର ନିକଟରେ କନିଷ୍ଠ କିରାଣୀ ଶ୍ରୀ ଦାସଙ୍କୁ ସପ୍ଲାୟର୍ସ ଶ୍ରୀ ଭୁଜବଳ 25 ହଜାର ଟଙ୍କା ଦେଉଥିବା ସମୟରେ ବ୍ରମ୍ହପୁର ଭିଜିଲାନ୍ସ ମାଡି ବସି ଟଂକା କୁ ଜବତ କରିବା ସହ ଗିରଫ କରିଥିଲା | ଉକ୍ତ ଚଢାଉରେ ବ୍ରମ୍ହପୁର୍ ଭିଜିଲାନ୍ସ୍ ଡ଼ିଏସପି ଶରତ ଚନ୍ଦ୍ର ସାହୁ,ଫୁଲବାଣୀ ଇନ୍ସପେକ୍ଟର କୁମୁଦିନୀ ସାହୁ ଓ ଇନ୍ସପେକ୍ଟର ନିରଂଜନ ରାଉତ ସାମିଲ୍ ଥିଲେ |
ରାଇକିଆ ରୁ ଜଗଦୀଶ ଦାଶ
No Result
View All Result