• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବିଜେଡି ଉପରେ ଆସ୍ଥା ତୁଟାଇ ହିଞ୍ଜିଳିର ଶତାଧିକ ନିର୍ବାଚିତ ପ୍ରତିନିଧିମାନେ ବିଜେପିରେ ଯୋଗ ଦେଲେ

Proprietor Abhimanyu Maharana by Proprietor Abhimanyu Maharana
August 22, 2024
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ବିଜେଡି ଉପରେ ଆସ୍ଥା ତୁଟାଇ ହିଞ୍ଜିଳିର ଶତାଧିକ ନିର୍ବାଚିତ ପ୍ରତିନିଧିମାନେ ବିଜେପିରେ ଯୋଗ ଦେଲେ
Share on FacebookShare on TwitterWhatsapp

 ସମସ୍ତ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବ ବିଜେପି : ମନମୋହନ ସାମଲ

 ହିଞ୍ଜିଳି ବିଜେପି ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିଶିର ମିଶ୍ରଙ୍କ ନେତୃତ୍ୱରେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ପୂର୍ବତନ ବ୍ଲକ ଉପାଧ୍ୟକ୍ଷ, ହିଞ୍ଜଳି ଓ ଶେରଗଡ ବ୍ଲକର ବହୁ ବିଜେଡି ସରପଂଚ, ପୂର୍ବତନ ସରପଂଚ, ସମିତିସଭ୍ୟ ଓ ୱାର୍ଡ ମେମ୍ବର, ଶତାଧିକ ବିଜେଡି କର୍ମୀ, ରାମକୃଷ୍ଣ ମହାକୁଡଙ୍କ ସହଯୋଗରେ ବିଜେପିରେ ଯୋଗ ଦେଲେ

 ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ସୁଶାସନ, ଗରୀବ କଲ୍ୟାଣ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ପାର୍ଟିରେ ସାମିଲ ହୋଇଥିବା ସମସ୍ତ ସଦସ୍ୟଙ୍କୁ ରାଜ୍ୟ ସଭାପତି ଦଳୀୟ ଉତରୀୟ ପିନ୍ଧାଇ ସ୍ୱାଗତ କରିଥିଲେ

୨୨ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :->  ବିଜେପିର ନୂଆ ସରକାରକୁ ନେଇ ଓଡିଶାବାସୀଙ୍କ ମନ ଭିତରେ ଉତ୍ସାହପୂର୍ଣ୍ଣ ବାତାବରଣ ସୃଷ୍ଟି ହୋଇଛି । ପ୍ରତିଦିନ ବିଜେପିର ସାଂଗଠନିକ ଶକ୍ତି ବୃଦ୍ଧି ପାଉଛି । ବିଜେପି ସରକାର ଉପରେ ଓଡିଶାବାସିଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇବାରେ ଲାଗିଛି । ପୁଣି ଥରେ ଲୋକଙ୍କ ମନରେ ଗଣତାନ୍ତ୍ରୀକ ବ୍ୟବସ୍ଥା ପ୍ରତି ବିଶ୍ୱାସ ସୁଦୃଢ ହୋଇଛି । ନିର୍ବାଚନ ପ୍ରତିଶୃତିକୁ ପୂରଣ କରିବା ଆରମ୍ଭ ହୋଇଛି ଏବଂ ଆଗାମୀ ଦିନରେ ସମସ୍ତ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରାଯିବ । ବିକଶିତ ଭାରତ ଗଠନରେ ଓଡିଶାର ଭୂମିକା ଗୁରୁତ୍ୱ ବହନ କରିବ । ଆଜିର ଏହି ମିଶ୍ରଣ ପର୍ବ ପାର୍ଟିର ସଂଗଠନକୁ ଆହୁରି ସୁଦୃଢ କରିବ ।

ଗତ ୨୪ବର୍ଷରେ ବିଜେଡି ସରକାର ହିଞ୍ଜିଳିରେ ଯାହା କରିନି ଆଗାମୀ ୫ବର୍ଷରେ ବିଜେପି ତାହା କରିଦେଖାଇବ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି । ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଉପସ୍ଥିତିରେ ହିଞ୍ଜିଳି ବିଜେପି ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଶିଶିର ମିଶ୍ରଙ୍କ ନେତୃତ୍ୱରେ ବିଜେଡିରୁ ବିଜେପିରେ ଯୋଗ ଦେଇଥିବା ଶ୍ରୀ ରାମକୃଷ୍ଣ ମହାକୁଡଙ୍କ ସହଯୋଗରେ ସରପଂଚ ବିକାଶ ସେଠୀ, ବିଜୟ ବେହେରା, ସନ୍ତୋଷ ସାହୁ, ସୁରେଶ ବରଡ, କୃଷ୍ଣଚନ୍ଦ୍ର ସୁଆଁସିଆ, ଗୁରୁନାଥ ପୋଲାଇ, ଶିବାଜୀ ବିଶୋଇ, ସମିତିସଭ୍ୟ ଇପିଲି ରାଜା, ମାର୍କଣ୍ଡ ପାଣିଗ୍ରାହୀ ପ୍ରମୁଖ ନିଜ ସମର୍ଥକଙ୍କ ଗହଣରେ ବିଜେଡି ଦଳ ପରିତ୍ୟାଗ କରି ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି ।

ସେହିପରି ଶେରଗଡ ବ୍ଲକର ସରପଂଚ ଉଦୟନାଥ ପ୍ରଧାନ, ପୂର୍ବତନ ସରପଂଚ ପଦ୍ମନାଭ ପାତ୍ର, ଧ୍ରୁବଚରଣ ନାୟକ, ପୂର୍ବତନ ସମିତିସଭ୍ୟ ଶରତ ଚନ୍ଦ୍ର ଗୌଡ, ପୂର୍ବତନ ସରପଂଚ ଧର୍ନୁଧର ମଲ୍ଲିକ, ପୂର୍ବତନ ନ୍ୟାୟବ ସରପଂଚ ପ୍ରମୋଦ ବିଶୋଇ, ମୁକେଶ ସାହୁ, ପ୍ରତାପ ପ୍ରଧାନ, ତାପସ ପ୍ରଧାନ, ଜିତେନ୍ଦ୍ର ମହାରଣା, ସୁନନ୍ଦ ପାଢ଼ୀ, ସରପଂଚ ସଞ୍ଜୟ ଜେନା, ନନ୍ଦିକ ଗାଁର ପୂର୍ବତନ ବିଜେଡି ସରପଂଚ ରୋହିତ ପ୍ରଧାନ, ପୂର୍ବତନ ସମିତିସଭ୍ୟ ମନୋଜ ପ୍ରଧାନ, ପୂର୍ବତନ ସରପଂଚ ହରିହର ଦାସ, ପୂର୍ବତନ ଉପାଧ୍ୟକ୍ଷ ଅଶୋକ ପଣ୍ଡା, ପୂର୍ବତନ ସମିତି ସଭ୍ୟ ଯୋଗେନ୍ଦ୍ର ବେହେରା, ପୂର୍ବତନ ସରପଂଚ ପ୍ରକାଶ ବେହେରା, ପୂର୍ବତନ ସରପଂଚ ପ୍ରବୀଣ ପାଣିଗ୍ରାହୀ, ପୂର୍ବତନ ୱାର୍ଡମେମ୍ବର ପବିତ୍ର ପାଠୀ, ଝିଝୁ ପାଣିଗ୍ରାହୀ,

ସନ୍ୟାସୀ ସାହୁ, କୈଳାସ ବେହେରା, ସିନି ପାପେୟା ପାତ୍ର, ଆର ସୁଦାମ, ଡି.ବଳରାମ ପାତ୍ର, ହରିଶ୍ଚନ୍ଦ୍ର ସାହୁ, ଇ.ମହେଶ୍ୱର, ଶଙ୍କର ସାବତ, ରାସ ବିହାରି ଦାସ, ଶଙ୍କର ପୃଷ୍ଟି, ଆନନ୍ଦ ପ୍ରଧାନ, ପ୍ରଦୀପ ପାଣିଗ୍ରାହୀ, ସୁବାଷ ଗୌଡ, ରତିକାନ୍ତ ପରିଡା, ଏମ୍‌.ରାମମୂର୍ତି, କେ. ପୁରୁଷତୋମ, ପି.ବାବୁ ରାଓଙ୍କ ସମେତ ଶତାଧିକ ବହୁ ବିଜେଡି ନେତା ଓ କର୍ମୀ ବିଜେଡି ଛାଡି ବିଜେପିରେ ଆନୁଷ୍ଠାନିକଭାବେ ଯୋଗ ଦେଇଛନ୍ତି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁଶାସନ, ଗରୀବ କଲ୍ୟାଣ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ପାର୍ଟିରେ ସାମିଲ ହୋଇଥିବା ସମସ୍ତ ସଦସ୍ୟଙ୍କୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ସାଂସଦ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ ପ୍ରମୁଖ ଦଳୀୟ ଉତରୀୟ ପିନ୍ଧାଇ ସ୍ୱାଗତ କରିଥିଲେ । ଏହି ମିଶ୍ରଣ ପର୍ବ ଅବସରରେ ରାଜ୍ୟ ସାଧାରଣ ସମ୍ପାଦକ ସାରଦା ପ୍ରସାଦ ଶତପଥୀ, ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ ସମ୍ପାଦିକା କସ୍ତୁରୀ ମିଶ୍ର, ଜିଲ୍ଲା ସଭାପତି ବିଜୟ ସ୍ୱାଇଁ, ମାଧବ ଗୌଡ, ଦୁଷ୍ମନ୍ତ ସାହୁ, ରାକେଶ ରଥ, ଏନ୍‌କେ ସାହୁ, ଗୌରାଙ୍ଗ ଗୌଡ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରଣପୁର ବ୍ଲକର ବିଭିନ୍ନ କ୍ଲଷ୍ଟରରେ “ସୁରଭି-୨୦୨୬” ଉଦଯାପିତ

ରଣପୁର ବ୍ଲକର ବିଭିନ୍ନ କ୍ଲଷ୍ଟରରେ “ସୁରଭି-୨୦୨୬” ଉଦଯାପିତ

October 15, 2026
Rare Surgery at Utkal Hospital: Completely Severed Left Hand of a 37-Year-Old Man Reattached After Six Hours of Intensive Surgery

ଉତ୍କଳ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର : ୬ ଘଣ୍ଟାର ଅକ୍ଳାନ୍ତ ପ୍ରୟାସରେ ଯୋଡ଼ା ହେଲା ଯୁବକଙ୍କ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ବାମ ହାତ

ପୁଷ୍କରିଣୀ ଜଳରେ ବୁଡ଼ିଛି ବିଦ୍ୟୁତ୍ ଟ୍ରାନ୍ସଫର୍ମର, ପ୍ରଶାସନ ଅଘଟଣର ଅପେକ୍ଷାରେ !

ପୁଷ୍କରିଣୀ ଜଳରେ ବୁଡ଼ିଛି ବିଦ୍ୟୁତ୍ ଟ୍ରାନ୍ସଫର୍ମର, ପ୍ରଶାସନ ଅଘଟଣର ଅପେକ୍ଷାରେ !

October 15, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରଣପୁର ବ୍ଲକର ବିଭିନ୍ନ କ୍ଲଷ୍ଟରରେ “ସୁରଭି-୨୦୨୬” ଉଦଯାପିତ

ରଣପୁର ବ୍ଲକର ବିଭିନ୍ନ କ୍ଲଷ୍ଟରରେ “ସୁରଭି-୨୦୨୬” ଉଦଯାପିତ

October 15, 2026
Rare Surgery at Utkal Hospital: Completely Severed Left Hand of a 37-Year-Old Man Reattached After Six Hours of Intensive Surgery

ଉତ୍କଳ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର : ୬ ଘଣ୍ଟାର ଅକ୍ଳାନ୍ତ ପ୍ରୟାସରେ ଯୋଡ଼ା ହେଲା ଯୁବକଙ୍କ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ବାମ ହାତ

October 15, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version